Posted inଜାତୀୟ

ମଙ୍କିପକ୍ସ ପାଇଁ ଦାନିଶ ସ୍ମଲ୍‌ପକ୍ସ ଟିକା: ପୁନାଓ୍ବାଲା

ପୁଣେ,୨୭।୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଗାମୀ ଦିନରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ଉପୁଜୁଛି। ତେବେ ଏହାର ମୁକାବିଲା ପାଇଁ ଦାନିଶ ସ୍ମଲ୍‌ପକ୍ସ ଟିକା ବ୍ୟବହାର କରାଯାଇପାରିବ ବୋଲି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଟିକା ନିର୍ମାଣକାରୀ କମ୍ପାନୀ ସିଇଓ ଅଦାର ପୁନାଓ୍ବାଲା କହିଛନ୍ତି। ଏ ନେଇ ସେରମ କମ୍ପାନୀ ପକ୍ଷରୁ ଲକ୍ଷାଧିକ ଦାନିଶ ସ୍ମଲ୍‌ପକ୍ସ ଭାକ୍ସିନ କିଣାଯାଇଥିବା ସେ ପ୍ରକାଶ କରିଛନ୍ତି। କିଛିମାସରେ ଟିକା ଭାରତରେ ନିର୍ମାଣ କରାଯିବ ବୋଲି ଦାନିଶ ଔଷଧ ନିର୍ମାଣକାରୀ କମ୍ପାନୀ ବାଭାରିଆନ ନୋରଡିକ୍‌ ସହ ବିଚାରବିମର୍ଶ ଜାରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ କୌଣସି ଆଲୋଚନା ହୋଇ ନ ଥିବାବେଳେ ଭାକ୍ସିନର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇ ନ ଥିବା ପୁନାଓ୍ବାଲା କହିଛନ୍ତି। ଅନ୍ୟପଟେ ନେଭୋଭାକ୍ସ ଟିକା ନିର୍ମାଣକାରୀ କମ୍ପାନୀ ମଙ୍କିପକ୍ସ ଲାଗି ମେସେଞ୍ଜର ଆର୍‌ଏନ୍‌ଏ (ଏମ୍‌ଆର୍‌ଏନ୍‌ଏ) ଭାକ୍ସିନ ତିଆରି କରିବାକୁ ଯୋଜନା କରୁଥିବାବେଳେ ସେରମ କର୍ତ୍ତୃପକ୍ଷ ନୋଭୋଭାକ୍ସ ସହ ସମ୍ପର୍କରେ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ସଂଖ୍ୟାରେ ଭୋଟ ଦେବାକୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ନଡରେ ଟୁଇଟ୍‌ କରି କର୍ନାଟକବାସୀଙ୍କୁ...

ସେନାରେ ଯୋଗ ଦେବାକୁ ମହିଳାମାନଙ୍କୁ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୮୨ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣର ଆମ...

ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି

ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍‌ଏସ୍‌ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାମିଲନାଡୁର ଜଣେ...

ବାରଣାସୀ ଗଳିରେ ଗାଡି ରଖି ବୃଦ୍ଧଙ୍କ ହାତରୁ ପଗଡ଼ି ପିନ୍ଧିଲେ ମୋଦି

ବାରଣାସୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ...

୨୧ ଦିନରେ ଦେଶକୁ କରୋନା ମୁକ୍ତ କରାଇବା ବଦଳରେ ଅର୍ଥବ୍ୟବସ୍ଥାକୁ ଡୁବେଇଲେ ମୋଦି

ନୂଆଦିଲ୍ଲୀ, ୯।୯: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ ରାହୁଲ...

ମୃତ୍ୟୁ ପୂର୍ବରୁ ପାକିସ୍ତାନ ନିକଟରେ ଥିଲେ ହମ୍‌ଜା

ନୂଆଦିଲ୍ଲୀ,୧୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଆତଙ୍କବାଦୀ ହମ୍‌ଜା ବିନ୍‌ ଲାଡେନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଆଉ ଏବେ ଭାରତ ଏହାକୁ ନେଇ...

ସୋସିଆଲ ମିଡ଼ିଆର ବିକାଶ ସହିତ ବଢୁଛି ମିଥ୍ୟା ଖବରର ପ୍ରସାରଣ : ଅନୁରାଗ ଠାକୁର…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି ଯେ ସୋସିଆଲ ମିଡିଆର ଦ୍ରୁତ ବିକାଶ ସହିତ ମିଥ୍ୟା ଖବରର...

ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ।...

Advertisement
Archives

Model This Week