ବିପଦ ଜଳ ଜଳ, ବଦଳାଯାଉନି

ବଅଁରପାଳ,୨୬।୫ (ଡି.ଏନ.ଏ.): କେଉଁଠି ବିଦ୍ୟୁତ୍‌ ଖୁଣ୍ଟର ମୂଳ ନଷ୍ଟ ହୋଇଗଲାଣି ତ ଆଉ କେଉଁଠି ଖୁଣ୍ଟ ବାଙ୍କି ଗଲାଣି। ଅନେକ ସ୍ଥାନରେ ନିର୍ଦ୍ଧାରିତ ଉଚ୍ଚତାଠାରୁ ତଳକୁ ଓହଳି ରହିଛି ଏଲ୍‌ଟି ଲାଇନ ତାର। ସାମାନ୍ୟ ବର୍ଷା ପବନ ହେଲେ ବାରମ୍ବାର ଛିଣ୍ଡିଯାଉଛି ତାର। ଦୀର୍ଘବର୍ଷ ହେଲା ଏପରି ଦଦରା ଭିତ୍ତିଭୂମିରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଚାଲିଛି ବିଦ୍ୟୁତ୍‌ ସେବା। ଫଳରେ ଦୈନିକ ଏକାଧିକ ଥର ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଘଣ୍ଟା ଘଣ୍ଟା ଧରି ପାଓ୍ବାର କାଟିଦିଆଯାଉଛି। ଗତ କିଛିଦିନ ହେଲା ଏପରି ଅଘୋଷିତ ବିଦ୍ୟୁତ୍‌ କାଟ ଜାରି ରହିଥିବାରୁ ବଅଁରପାଳର ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅନୁଗୋଳ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅନେକ ସମୟରେ ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ସକାଳୁ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ବାହାରକୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କ ସମସ୍ୟାକୁ ଅଧିକ ବଢ଼ାଇ ଦେଉଛି। କେହି ଅଭିଯୋଗ କଲେ କେତେବେଳେ ଗଛକଟା ଯାଉଛି ତ ପୁଣି କେବେ ମେଣ୍ଟେନାନ୍ସ ଚାଲିଥିବା କହି ବିଭାଗ ପକ୍ଷରୁ ବୁଝାଇ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କିପରି ମେଣ୍ଟେନାନ୍ସ କରାଯାଉଛି, ତାହାର ଉଦାହରଣ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଖୋଦ୍‌ ନାଲ୍‌କୋ ମେନ୍‌ଗେଟ୍‌ ନିକଟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ବାଙ୍କିଯାଇ ବିପଦସଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ତାହାକୁ ବଦଳାଯାଉ ନାହିଁ। କେବଳ ଏହି ଗୋଟିଏ ଖୁଣ୍ଟ ନୁହେଁ, ଏପରି ଶତାଧିକ ସ୍ଥାନରେ ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ତଥାପି ବର୍ଷ ପରେ ବର୍ଷ ବିତୁଥିଲେ ବି ସେସବୁ ଖୁଣ୍ଟ ଓ ତାର ବଦଳାଯାଉ ନାହିଁ କି ଏହି ଜରୁରୀ ସେବାର ଉନ୍ନତୀକରଣ କରାଯାଉ ନାହିଁ। ବିଲ୍‌ ଆଦାୟ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଯେପରି ତତ୍ପରତା ଦେଖାଉଛନ୍ତି, ତାହା ସେବା କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ବରଂ ତାର ଛିଣ୍ଡିଗଲେ ତାହାକୁ ଯୋଡ଼ି କାମ ଚଳାଇ ନିଆଯାଉଛି। ଦୀର୍ଘଦିନ ଧରି ଏପରି ଅବ୍ୟବସ୍ଥା ଯୋଗୁ ବଅଁରପାଳ, ନୂଆହତା, ବୁଢ଼ାପଙ୍କ, ଗଡସନ୍ତ୍ରୀ, ଖଳିବେରେଣା, କଲଣ୍ଡାପାଳ, ଗୋତମରା, ଶାଳଗାଡିୟା, ତଳମୂଳ, ମହୀଧରପୁର, କୁଲାଡ଼, ଗିରାଙ୍ଗ, ନାଲ୍‌କୋ ଓ ବଳରାମପ୍ରସାଦ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ବାରମ୍ବାର ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଉପଭୋକ୍ତା ହଇରାଣ ହେଉଛନ୍ତି
ବଅଁରପାଳରେ ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ଲାଇନ ରହୁ ନ ଥିବାରୁ ସହସ୍ରାଧିକ ଉପଭୋକ୍ତା ହଇରାଣ ହେଉଛନ୍ତି।ପୁରୁଣା ଖୁଣ୍ଟ ଓ ତାର ବଦଳାଯାଉ ନାହିଁ।
-ଊଷାରାଣୀ ସ୍ବାଇଁ, କୁଲାଡ଼ ସରପଞ୍ଚ

ଦୁର୍ବଳ ଭିତ୍ତିଭୂମି ଦାୟୀ
ବହୁ ସ୍ଥାନରେ ପୁରୁଣା ତାର ଅତି ତଳକୁ ଓହଳି ରହିଛି। କେତେକ ସ୍ଥାନରେ ଖୁଣ୍ଟଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲେ ସୁଦ୍ଧା ତାହାକୁ ବଦଳାଯାଉ ନାହିଁ। ଏପରି ଦୁର୍ବଳ ଭିତ୍ତିଭୂମି ବିଦ୍ୟୁତ୍‌ ବିଭ୍ରାଟର ପ୍ରମୁଖ କାରଣ।
– ପ୍ରଭାସ ସାମଲ, ଗିରାଙ୍ଗ

ଅତିଷ୍ଠ ହୋଇପଡ଼ିଲୁଣି
ଟାଣ ଖରାକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ବାରମ୍ବାର ବିଦ୍ୟୁତ୍‌କାଟ ବଡ଼ ସମସ୍ୟା ସୃଷ୍ଟି କରୁଛି। ଏ ନେଇ ଅଭିଯୋଗ କରାଗଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ। ଫଳରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି।
-ବିଭୂତି ଦଳବେହେରା, ନୂଆହତା

କାଳବୈଶାଖୀ ଯୋଗୁ ପାଓ୍ବାର କଟ୍‌
ପ୍ରତିଦିନ ବିଦ୍ୟୁତ୍‌ କାଟ କରାଯାଉନାହିଁ। ୨ରୁ ୩ ଦିନ ହେଲା କାଳବୈଶାଖୀ କାରଣରୁ ଏପରି ବିଦ୍ୟୁତ୍‌କାଟ କରାଯାଉଥିଲା। ଯେଉଁ ସ୍ଥାନରେ ପୁରୁଣା ତାର ଓ ବିପଦସଙ୍କୁଳ ଖୁଣ୍ଟ ରହିଛି, ତାହାକୁ ବଦଳାଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
-ଶୁଭାଶିଷ ମହାନ୍ତି, କନିଷ୍ଠ ଯନ୍ତ୍ରୀ, ବଅଁରପାଳ ବିଦ୍ୟୁତ୍‌ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri