ବିପଦ ମୁଣ୍ଡାଇ ବିଦ୍ୟୁତ୍‌ କାମ

କଣିହାଁ, ୨୫।୪(ଡି.ଏନ.ଏ.): କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲିସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିନା ସୁରକ୍ଷା ଉପକରଣରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଉଲ୍ଲଂଘନ କରି ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଟାଣଖରାରେ କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି।
ରେଙ୍ଗାଳି ଓଏଚ୍‌ପିସି ପ୍ରକଳ୍ପରୁ ବ୍ଲକର ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ତେବେ ବିନା ସୂଚନାରେ ବିଦ୍ୟୁତ୍‌ କାଟ ହେଉଛି। କେତେକ ସ୍ଥାନରେ ଠିକା କର୍ମଚାରୀମାନେ ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ସରଞ୍ଜାମରେ ଖୁଣ୍ଟ ଉପରେ ଚଢ଼ି କାମ କରୁଥିବା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତରୁ ସୁରକ୍ଷା ଦେବାକୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ ନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି ରଖିଥିଲେ ମଧ୍ୟ ଓଏଚ୍‌ପିସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପରୀକ୍ଷା ସମୟରେ ବିଦ୍ୟୁତ୍‌ କାଟ ଯୋଗୁ ଛାତ୍ରୀଛାତ୍ରମାନେ ପ୍ରଭାବିତ ହେଉଛନ୍ତି। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବିଜୁଳି କାଟ ସମସ୍ୟା ଉପଭୋକ୍ତାଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ବରିଷ୍ଠ ସାଧାରଣ ପରିଚାଳକ ରୁଦ୍ରମୋହନ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କହିଛନ୍ତି, ଏ ନେଇ ଅଭିଯୋଗ ଦୃଷ୍ଟିଗୋଚର ହେବା ପରେ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟାଟାପାଓ୍ବାରକୁ ବିଦ୍ୟୁତ୍‌ ବିତରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଦାୟିତ୍ୱ ହସ୍ତାନ୍ତର କରାଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri