ବିପଦ ମୁଣ୍ଡାଇ ବିଦ୍ୟୁତ୍‌ କାମ

କଣିହାଁ, ୨୫।୪(ଡି.ଏନ.ଏ.): କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲିସ୍ଥିତ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ପ୍ରକଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିନା ସୁରକ୍ଷା ଉପକରଣରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ନିୟମ ଉଲ୍ଲଂଘନ କରି ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଟାଣଖରାରେ କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି।
ରେଙ୍ଗାଳି ଓଏଚ୍‌ପିସି ପ୍ରକଳ୍ପରୁ ବ୍ଲକର ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ତେବେ ବିନା ସୂଚନାରେ ବିଦ୍ୟୁତ୍‌ କାଟ ହେଉଛି। କେତେକ ସ୍ଥାନରେ ଠିକା କର୍ମଚାରୀମାନେ ପ୍ରଚଣ୍ଡ ଖରାରେ ବିନା ସୁରକ୍ଷା ସରଞ୍ଜାମରେ ଖୁଣ୍ଟ ଉପରେ ଚଢ଼ି କାମ କରୁଥିବା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତରୁ ସୁରକ୍ଷା ଦେବାକୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ ନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି ରଖିଥିଲେ ମଧ୍ୟ ଓଏଚ୍‌ପିସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ପରୀକ୍ଷା ସମୟରେ ବିଦ୍ୟୁତ୍‌ କାଟ ଯୋଗୁ ଛାତ୍ରୀଛାତ୍ରମାନେ ପ୍ରଭାବିତ ହେଉଛନ୍ତି। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବିଜୁଳି କାଟ ସମସ୍ୟା ଉପଭୋକ୍ତାଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସମ୍ପର୍କରେ ବରିଷ୍ଠ ସାଧାରଣ ପରିଚାଳକ ରୁଦ୍ରମୋହନ ନାୟକଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କହିଛନ୍ତି, ଏ ନେଇ ଅଭିଯୋଗ ଦୃଷ୍ଟିଗୋଚର ହେବା ପରେ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟାଟାପାଓ୍ବାରକୁ ବିଦ୍ୟୁତ୍‌ ବିତରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଦାୟିତ୍ୱ ହସ୍ତାନ୍ତର କରାଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ...

୭୩ ବର୍ଷ ପରେ ଗଁ।କୁ ବିଜୁଳି ଆଲୁଅ

ଆଠମଲ୍ଲିକ, ୯ା୨(ଡି.ଏନ.ଏ.) – ସ୍ବାଧୀନତାର ୭୩ ବର୍ଷ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତର ବିପ୍ରଡିହ ଗ୍ରାମରେ ଜଳିଛି ବିଜୁଳି ଆଲୁଅ। ଏହାକୁ...

ହେଭି ଭେହିକିଲ୍‌ରେ ସ୍ଥାନାନ୍ତର ହେବ ନରହନ୍ତା ଦନ୍ତା

ତାଳଚେର,୨୨ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ...

ଆବର୍ଜନା ଖତ ପ୍ରତି ବଢ଼ୁଛି ଆଗ୍ରହ

ଅନୁଗୋଳ ଅଫିସ, ୨୦ା୧୧ ସହରୀ ଆବର୍ଜନାରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଜରିଆରେ ଖତ ଉତ୍ପାଦନ କରାଯାଉଛି। ଅନୁଗୋଳର ୩ଟି ଏମ୍‌ସିସିରେ ଏହି ପ୍ରକ୍ରିୟା ଜାରି...

ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ...

ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ...

୩ ଜଣଙ୍କୁ ଉଠାଇନେଲା ବନ ବିଭାଗ: ପ୍ରତିବାଦରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ...

Advertisement
Archives

Model This Week