ବିପଦ ସାଜିଲା ବ୍ଲୁ ଫ୍ଲାଗ୍‌ ବିଚ୍‌

ପୁରୀ ଅଫିସ,୨୯।୧୦: ବ୍ଲୁ ଫ୍ଲାଗ ବିଚ୍‌ ବାଥିଂ ଜୋନ୍‌ରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବୁଧବାର ହୋଟେଲ ପିଙ୍କ୍‌ ହାଉସ୍‌ ପଛ ସମୁଦ୍ରରୁ ଉଦ୍ଧାର କରାଯାଇଛି। ସେ ହେଲେ ଝାଡଖଣ୍ଡ ରାଞ୍ଚତ୍ର ବିନୟ ରାଏଙ୍କ ପୁଅ ତନୀଷ ବିନୟ(୧୬)। ସେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ମଙ୍ଗଳବାର ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଉଥିବାବେଳେ ହଠାତ୍‌ ଭାସି ଯାଇଥିଲେ। ସେଠାରେ ମୁତୟନ ଲାଇଫ୍‌ଗାର୍ଡମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍‌ ନୂଆନଈଠାରୁ ହୋଟେଲ ଷ୍ଟର୍ଲିଂ ପର୍ଯ୍ୟନ୍ତ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ତନୀଷଙ୍କର ସନ୍ଧାନ ପାଇ ନ ଥିଲେ। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ହୋଟେଲ ପିଙ୍କ୍‌ ହାଉସ୍‌ ପଛ ପାର୍ଶ୍ୱ ସମୁଦ୍ରରେ ତନୀଷଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।
ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଇବାବେଳେ ଏହି ଅଘଟଣ ଘଟିଥିବାରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳ ଏବଂ ବ୍ଲୁ ଫ୍ଲାଗ ବିଚ୍‌ ପରିଚାଳନା ସଂସ୍ଥା ନଁାରେ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି, ପ୍ରାୟ ପ୍ରତିବର୍ଷ ଝଡ଼ ତୋଫାନ ଭଳି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଥାଏ ପୁରୀ ବେଳାଭୂମି। ଅନେକ ସମୟରେ ଜୁଆର ରାସ୍ତା ପର୍ଯ୍ୟନ୍ତ ମାଡ଼ି ଆସିଥାଏ। ହେଲେ ତରବରିଆ ଭାବେ ଏହାକୁ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ଘୋଷଣା କରାଯିବା ଏବଂ ଏଠାରେ ଗାଧୋଇବାବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏଥିପାଇଁ ଜିଲା ପ୍ରଶାସନକୁ ଦାୟୀ କରି ଜିଲାପାଳ ଏବଂ ବିଚ୍‌ ପରିଚାଳନା ସଂସ୍ଥା ନଁାରେ ଥାନାରେ ଏତଲା ଦିଆଯାଇଛି। ଗତ ୧୧ ତାରିଖରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିକୁ ବ୍ଲୁ ଫ୍ଲାଗର ମାନ୍ୟତା ମିଳିଛି। ୩୩ଟି ମାନଦଣ୍ଡକୁ ପୂରଣ କରିବା ପରେ ଏହି ଅନ୍ତର୍ଜାତୀୟ ସଫଳତା ପାଇଥିଲା ପୁରୀ ବେଳାଭୂମୀ। ଯେଉଁଥିରେ ସୁରକ୍ଷିତ ସ୍ନାନ ଥିଲା ଅନ୍ୟତମ। ମାତ୍ର ବ୍ଲୁ ଫ୍ଲାଗ ମାନ୍ୟତା ମିଳିବାର ୧୬ ଦିନ ମଧ୍ୟ ଏଠାରେ ଘଟିଛି ଏହି ବଡଧରଣର ଅଘଟଣ। ଫଳରେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri