ଦଶହରାରେ ଦାଣ୍ଡିଆ ଗେଟ୍‌ଅପ୍‌

ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା ନିଜକୁ ଭିନ୍ନ ଭିନ୍ନ ଲୁକ୍‌ରେ ସଜାଇବାକୁ ଜମାରୁ ଭୁଲନ୍ତି ନାହିଁ। ବର୍ତ୍ତମାନ ଦାଣ୍ଡିଆ ଗେଟ୍‌ଅପ୍‌ ଟ୍ରେଣ୍ଡରେ ଥିବାରୁ ଅନେକେ ଏହାକୁ ଆପଣେଇବାକୁ ପସନ୍ଦ କରୁଛନ୍ତି। ଯଦି ଆପଣ ବି ଏଥିପାଇଁ ଇଚ୍ଛୁକ ତେବେ ନିଜକୁ କିପରି ପ୍ରସ୍ତୁତି କରିବେ ଜାଣିବା ରଖନ୍ତୁ ଟିପ୍ସ…

ଦଶହରାକୁ ଅଧିକ ମଜାଦାର କରିବାକୁ ଯଦି ନିଜକୁ ଦାଣ୍ଡିଆ ଲୁକ୍‌ ଦେବାକୁ ଚାହାନ୍ତି ତେବେ ଚନିଆ- ଚୋଲି , ଘାଘରା- ଚୋଲି ହିଁ ସବୁଠୁ ଭଲ ଲାଗିଥାଏ। ଆପଣ ଚାହିଁଲେ ଲେହେଙ୍ଗା ବି ପିନ୍ଧିପାରିବେ। ଲାଲ୍‌, ସବୁଜ, ହଳଦୀ, ଗୋଲାପି, ନୀଳ ଆଦି ରଙ୍ଗ ବାଛନ୍ତୁ, ଅଧିକ ଆଟ୍ରାକ୍ଟିଭ୍‌ ଲାଗିବେ।

ଯଦି ନୂଆ କିଣିବାକୁ ନ ଚାହାନ୍ତି ତେବେ ପାଖରେ ଥିବା କୌଣସି ହାତୀ, ମୟୂର, ଫୁଲ, କୁମ୍ଭ କିମ୍ବା ଅନ୍ୟ ଟ୍ରାଡିଶନାଲ୍‌ ପ୍ରିଣ୍ଟ ଥିବା ଲଙ୍ଗ୍‌ ସ୍କର୍ଟ ସହିତ ଡିଜାଇନର୍‌ ବ୍ଲାଉଜ୍‌ ଏବଂ ହେଭି ଓ୍ବାର୍କ ଥିବା ଦୁପଟା(ରାଜସ୍ତାନୀ କିମ୍ବା ଗୁଜରାଟି)କୁ ମିକ୍ସ ମ୍ୟାଚ୍‌ କରି ପିନ୍ଧି ପାରିବେ। ଏହା ଆପଣଙ୍କୁ ଟ୍ରେଣ୍ଡି ଏବଂ ଗର୍ଜିଅସ୍‌ ଲୁକ୍‌ ଦେବ।

ନିଜ ଡ୍ରେସ୍‌ର ରଙ୍ଗ ଅନୁସାରେ ମ୍ୟାଚିଙ୍ଗ୍‌ କରି ଅଳଙ୍କାର ବାଛନ୍ତୁ। ସୁନ୍ଦର ଡିଜାଇନ୍‌ର ଓ୍ବାର୍କ ଚୁଡି ସାଙ୍ଗକୁ ଆର୍ଟିଫିସିଆଲ୍‌ ଜୁଏଲେରି ସେଟ୍‌ ଅଧିକ ସୁନ୍ଦର ଲାଗିବ। ତେବେ ନିଜ ଗେଟ୍‌ଅପ୍‌କୁ ଆହୁରି ଆଇକ୍ୟାଚି କରିବା ଲାଗି ଆପଣ ମାର୍କେଟ୍‌ରେ ମିଳୁଥିବା ଭଳିକି ଭଳି ଓ୍ବେଷ୍ଟ ବେଲ୍‌ଟ ବା କମର୍‌ ବନ୍ଧ ବି ବାଛି ପାରିବେ।

ଏହି ଗେଟ୍‌ଅପ୍‌ ମ୍ୟାଚି ଫୁଟ୍‌ଓ୍ବେର୍‌ ବିନା ଅଧୁରା। ତେଣୁ ଏହା ସହ ରାଜସ୍ତାନୀ ଜୁତି କିମ୍ବା ଏମ୍ବ୍ରୋଏଡୋରି ବା ସାଇନିଂ ଓ୍ବାର୍କ ଥିବା ହାଫ୍‌ସୁଜ୍‌ ପିନ୍ଧିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେଶ ପାଇଁ ଲାଭଦାୟକ ସୋରିଷ ତେଲ

ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି। ଯାହାକୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ତେବେ କେଶ ଝଡିବା...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ...

ହାର୍ଟ ଆଟାକ୍‌ ଆଶଙ୍କା ଦୂର କରେ ଏହି ପାଣି…

ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧଗ୍ଲାସେ ହଳଦୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଫାଳେ ଲେମ୍ବୁ, ଗୋଟେ ଚାମଚର ଏକ ଚତୁର୍ଥାଂଶ ହଳଦୀ, ଗୋଟେ...

ଏହି ୪ଟି କଥା କୁହନ୍ତୁ ନାହିଁ କାହାକୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନର ଅନେକ ଦିଗ ଉପରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ।...

ହୃଦ୍‌ରୋଗ ଠାରୁ ଦୂରେଇ ରଖେ ତଟକା ଫଳମୂଳ

ହୃଦ୍‌ରୋଗ ପରି ଗୁରୁତର ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ସେଥିପାଇଁ ସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ବ୍ୟାୟାମ ବିଷୟରେ...

ମକା ଖାଇ ପାଣି ପିଉଛନ୍ତି କି? ହୋଇପାରେ ଏହିସବୁ ରୋଗ

ମକା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ମନସୁନ୍‌ରେ ଲୋକେ ବଡ଼ ସଉକରେ ଏହାର ସେବନ କରିଥାନ୍ତି। ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ...

ଏସବୁ କାରଣ ଲାଗି ଖରାପ ହୋଇଥାଏ କିଡ୍‌ନୀ

କିଡ୍‌ନୀ ଖରାପ ହେବାର ଅନେକ କାରଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି। ତେବେ କେଉଁ କାରଣରୁ କିଡ୍‌ନୀ ଖରାପ ହୋଇଥାଏ ସେ ସମ୍ପର୍କରେ ଜାଣନ୍ତୁ…...

Advertisement
Archives

Model This Week