ଧର୍ମୀୟ ଧାରାରେ ନୃତ୍ୟ

ହିନ୍ଦୁଧର୍ମରେ ନାଚ ବା ନୃତ୍ୟକୁ ଆମେ ଗ୍ରହଣ କରୁ। ହିନ୍ଦୁ ଦେବତାମାନେ ନାଚନ୍ତି। ଶିବ ତାଣ୍ଡବନୃତ୍ୟ କରିଥାନ୍ତି ଏବଂ ଏଥିରେ ନଟରାଜଙ୍କୁ ଗଣ ଓ ଯୋଗିନୀମାନେ ଘେରି ରହିଥାଆନ୍ତି। କୃଷ୍ଣଙ୍କ ରୂପରେ ନଟବର ଭାବେ ବିଷ୍ଣୁ ସର୍ପ ଫଣା ଉପରେ କିମ୍ବା ଗୋପୀଙ୍କ ମେଳିରେ ରାସଲୀଳାରେ ନୃତ୍ୟ କରିଛନ୍ତି। ମା’ କାଳୀ ଶିବଙ୍କ ସହ ନୃତ୍ୟ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ଶ୍ମଶାନରେ ଚାମୁଣ୍ଡାଙ୍କୁ ଭୂତ ଓ ପିଶାଚଗଣଙ୍କ ସହ ନୃତ୍ୟ କରିବା ଦେଖାଯାଏ। କେବଳ ଦେବତାଗଣ ନାଚନ୍ତି ନାହିଁ, ବରଂ ନୃତ୍ୟ ଭାଗବାନଙ୍କ ପାଇଁ ଏକ ଭେଟି କିମ୍ବା ଅର୍ପଣ। ପୁରାଣ ସାହିତ୍ୟରେ ଉଲ୍ଲେଖ ରହିଛି ଯେ, ଇନ୍ଦ୍ର ସ୍ବର୍ଗରେ ଅପ୍‌ସରାଙ୍କ ନୃତ୍ୟ ଉପଭୋଗ କରନ୍ତି। ଅପ୍‌ସରାଙ୍କ ମଧ୍ୟରେ ନୃତ୍ୟ ପ୍ରତିଦ୍ୱନ୍ଦ୍ୱିତା ହୁଏ ବୋଲି ଆମେ ଶୁଣିଛେ। ମନ୍ଦିରଗୁଡ଼ିକରେ ଦେବଦାସୀ ଏବଂ ଦେବ ଉପାସନା ଓ ସେବାରେ ସମର୍ପିତ ମହିଳାମାନଙ୍କୁ ଦେବତାଙ୍କ ସମ୍ମୁଖରେ ନାଚିବା ଲାଗି ଉତ୍ସାହିତ କରାଯାଉଥିଲା। ଏପରି କି ଏବେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମନ୍ଦିରଗୁଡ଼ିକରେ ଦେବଦେବୀଙ୍କ ପାଇଁ ନୃତ୍ୟ ପରିବେଷଣ କରିବାକୁ ନର୍ତ୍ତକୀ ପାଇବାକୁ ଟଙ୍କା ଦେବାକୁ ପଡ଼ିଥାଏ। ୧,୦୦୦ ବର୍ଷ ପୂର୍ବେ ସମୁଦ୍ର ପଥରେ ବଣିକମାନେ ଭାରତୀୟ ପରମ୍ପରାଗୁଡ଼ିକୁ ସେଠାରେ ପହଞ୍ଚାଇଥିଲେ। ଚିଦାମ୍ବରମ ମନ୍ଦିରରେ ଦେବତାଙ୍କ ସମ୍ମୁଖରେ ଝିଅମାନେ ବି ନୃତ୍ୟ ଭେଟି ଦିଅନ୍ତି।
ସାରା ବିଶ୍ୱରେ ଆଦିବାସୀ ସମୁଦାୟ ସାମାଜିକ ଓ ଧାର୍ମିକ ଉତ୍ସବଗୁଡ଼ିକୁ ନାଚ ମାଧ୍ୟମରେ ପାଳନ କରିଥାନ୍ତି। ସେମାନେ ସାମୂହିକ ଭାବେ ଗୋଲାକାର ହୋଇ ନିର୍ଦ୍ଦିଷ୍ଟ ତାଳରେ ନାଚନ୍ତି। ଲୋକମାନଙ୍କ ମଧ୍ୟରେ ଏକ ସାମୂହିକ ସମ୍ପର୍କ ସୃଷ୍ଟି କରିବା ପାଇଁ ସେମାନେ ନାଚିଥାନ୍ତି। ସମାନ୍ତରାଳ ଭାବେ ଆଦିବାସୀ ମୂଲ୍ୟବୋଧଗୁଡ଼ିକୁ ସେଥିରେ ନିଶ୍ଚିତ କରିବା ସହ ସବୁ ଲୋକଙ୍କୁ ସେଥିରେ ସାମିଲ କରିବାକୁ ଏଭଳି ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ବିଭିନ୍ନ ପର୍ବ, ବିବାହ ଓ ଦେବଦେବୀଙ୍କ ଶୋଭାଯାତ୍ରାରେ ବି ନାଚନ୍ତି। ଦିବ୍ୟ ପରମାତ୍ମାଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ନୃତ୍ୟକୁ ଏକ ରହସ୍ୟମୟ ଆରାଧନା ରୀତି ଭାବେ ଗଣାଯାଏ; ଯାହା ସୁଫିିସନ୍ଥଙ୍କ କୃତ୍ରିମନିଦ୍ରା ଭଙ୍ଗୀରେ ଚକ୍ରାକାର ନୃତ୍ୟ ବିଧିରେ ଦେଖିବାକୁ ମିଳେ। ତେବେ ଧର୍ମୀୟ ସଂଗଠନଗୁଡ଼ିକ ଧର୍ମକୁ ମୌନ ଓ ପବିତ୍ରତା ସହ ଜଡ଼ିତ ଏକ ପବିତ୍ର ଅସ୍ତିତ୍ୱ ଭାବେ ବିବେଚନା କରୁଥିବାରୁ ସେମାନେ ବହୁ ସମୟରେ ନୃତ୍ୟ ପରମ୍ପରାକୁ ଅସ୍ବୀକାର କରନ୍ତି।
ଖ୍ରୀଷ୍ଟ ଧର୍ମର ପ୍ରଥମ ଭାଗ ବାଇବେଲ ସିଦ୍ଧାନ୍ତରେ ଇସ୍ରାଏଲୀମାନଙ୍କ ପବିତ୍ର ସ୍ମାରକ ପ୍ରତୀକ ଆର୍କ ଅଫ୍‌ କୋଭେନାଣ୍ଟ ସମ୍ମୁଖରେ ନୃତ୍ୟ ପାଇଁ ରାଜା ଡେଭିଡଙ୍କୁ ଭତ୍ସନା କରାଯାଇଛି। କିନ୍ତୁ ନୂତନ ଭାଗ ବାଇବେଲ ସିଦ୍ଧାନ୍ତରେ ଖ୍ରୀଷ୍ଟ ନୃତ୍ୟକୁ ସ୍ବୀକୃତିି ଦେଇଥିବା ବିଷୟ ଉଲ୍ଲେଖ ରହିଛି। ହେଲେ ଏସବୁ କାଳ୍ପନିକ ବୋଲି କୁହାଯାଏ। କୃଷ୍ଣ କିମ୍ବା ଶିବ ଅବା ଗଣେଶଙ୍କୁ ଯେଭଳି ନର୍ତ୍ତକ ଭାବେ ଗଣାଯାଏ ଯିଶୁଖ୍ରୀଷ୍ଟଙ୍କୁ ଜଣେ ନର୍ତ୍ତକ ଭାବେ କେହି ବିଶ୍ୱାସ କରନ୍ତି ନାହିଁ। ଦିବ୍ୟ ପରମାମତ୍ା ବା ଈଶ୍ୱରଙ୍କ ଉପସ୍ଥିତିରେ ଯେଭଳି ସଦାଚାର କିମ୍ବା ଶାନ୍ତ ଆଚରଣ ରହିବା କଥା ତାହା ସେଥିରେ ନ ଥିବାରୁ ଖ୍ରୀଷ୍ଟ ଧର୍ମରେ ନୃତ୍ୟକୁ କ୍ରୀତଦାସ ଓ ବର୍ବରଙ୍କ କାର୍ଯ୍ୟକଳାପ ଭାବେ ଦେଖାଯାଉଥିଲା। ଇସ୍‌ଲାମ ଧର୍ମରେ ନୃତ୍ୟ ଅବୈଧ। କିନ୍ତୁ ଆରବ ଆଦିବାସୀ ସମୁଦାୟଗୁଡ଼ିକରେ ନୃତ୍ୟ ପରମ୍ପରା ଦେଖିବାକୁ ମିଳେ। ପୁରୁଷଙ୍କ ପରିସରରେ କେବଳ ପୁରୁଷ ଓ ମହିଳାଙ୍କ ପରିସରରେ କେବଳ ମହିଳାମାନେ ନାଚିଥାନ୍ତି। ଆଦିବାସୀ ନିବିଡ଼ ସମ୍ପର୍କର ପରମ୍ପରା ଭାବେ ଏହି ନୃତ୍ୟ ଇସ୍‌ଲାମ ଧର୍ମ ପୂର୍ବରୁ ଚାଲିଆସିଛି। ମନୋରଞ୍ଜନ କିମ୍ବା ସେମାନଙ୍କ ଭାବ ପ୍ରକାଶ କରିବା ଲାଗି ମହିଳା ନୃତ୍ୟର ଯେଉଁ ଧାରଣା ରହିଛି ତାହାକୁ ଶାରୀରିକ, କାମୁକ ଏବଂ ପାପ ଭାବେ ଦେଖାଯାଏ।
ମଠ କିମ୍ବା ଆଶ୍ରମ ପରମ୍ପରାରେ ନୃତ୍ୟକୁ ଶରୀର ଉପଭୋଗ କରୁଥିବା ଅତିଶୟ ବିଷୟାସକ୍ତ କାର୍ଯ୍ୟ ଭାବେ ଦେଖାଯାଏ। ବୌଦ୍ଧ ଓ ଜୈନ ଧର୍ମ ଶରୀର ଓ ବିଷୟାସକ୍ତି ତ୍ୟାଗ କରେ। ଏହି ଧର୍ମଗୁଡ଼ିକ ଶରୀରକୁ ଲାଳସା ଭାବେ ଦେଖେ। ସେମାନେ ନୃତ୍ୟଠାରୁ ଦୂରରେ ରହନ୍ତି। ବୁଦ୍ଧ ଓ ତୀର୍ଥଙ୍କରମାନେ ସିଧା ହୋଇ ନିଶ୍ଚଳ ଭାବେ ବସି ରହନ୍ତି କିମ୍ବା ଠିଆ ହୋଇଥିବା ଦୃଶ୍ୟ ହୋଇଥାନ୍ତି। ସେମାନଙ୍କ ନିଶ୍ଚଳ ସ୍ଥିତି ନୃତ୍ୟ କିମ୍ବା ଲୟର ଶାରୀରିକ ସଙ୍କେତରେ ବହୁତ କମ୍‌ ଦେଖାଯାଏ।
ହିନ୍ଦୁ ମନ୍ଦିର ସହ ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କିନ୍ତୁ ବୌଦ୍ଧଧର୍ମ ସାହିତ୍ୟରେ ନୃତ୍ୟର ବିଚାର ନାହିଁି। ନୃତ୍ୟଦେବୀଙ୍କ ସମ୍ପର୍କରେ ବେଦ ସୂଚିତ କରିଥିଲେ ମଧ୍ୟ ନୃତ୍ୟକୁ ଏକ ମୁଖ୍ୟ ବିଷୟ ଭାବେ ଦର୍ଶାଇଥିବା ଜଣାପଡ଼େ ନାହିଁ। ଆଦିବାସୀ ଏବଂ ବେଦର ପବିତ୍ର ରୀତି ସହ ଜଡ଼ିତ ସ୍ଥାନୀୟ ପରମ୍ପରା ସମ୍ମିଶ୍ରଣରେ ହିନ୍ଦୁ ଧର୍ମ ସୃଷ୍ଟି ହୋଇଥିବାରୁ ଉପାସନାର କେନ୍ଦ୍ର ଭାବେ ନୃତ୍ୟ ବହୁ ପରେ ପ୍ରକାଶ ପାଇଥିଲା। ଏହା ନୃତ୍ୟର କେତେକ ବିଷୟ ଯଥା ମୁଦ୍ରାକୁ ପ୍ରେରିତ କରିଥିଲା। ନୃତ୍ୟକୁ ଏକ ସାଧନ ଭାବେ ଦେଖାଯାଉଥିଲା; ଯାହା ମାଧ୍ୟମରେ ଜଟିଳ ବିଚାରଗୁଡ଼ିକୁ ଆଦାନପ୍ରଦାନ କରାଯାଇପାରୁଥିଲା। ଶିବ ବେଦର ଅର୍ଥକୁ ନୃତ୍ୟ ମାଧ୍ୟମରେ ପ୍ରକଟ କରିଥିଲେ। ସେଥିପାଇଁ ନୃତ୍ୟ ଏକ ଦିବ୍ୟ ମାଧ୍ୟମ ହୋଇଛି ଯାହା ଦ୍ୱାରା ବିଚାର ବା ଧାରଣାଗୁଡ଼ିକୁ ବ୍ୟକ୍ତ କରାଯାଇପାରେ। ନୃତ୍ୟ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଏକ ପ୍ରକାର ଭାଷା। ଏଣୁ ଏକ ଭାଷା ଭାବେ ନୃତ୍ୟ ହିନ୍ଦୁଧର୍ମ ଓ ହିନ୍ଦୁ ମନ୍ଦିର ନୃତ୍ୟ ପରମ୍ପରାଗୁଡ଼ିକରେ ଏକ ମୁଖ୍ୟ ଅଂଶ ହୋଇରହିଛି। କିନ୍ତୁ ଏବେ ଦେବତାଙ୍କୁ ଖୁସି କରୁଥିବା ଦେବଦାସୀ ଓ ଟେମ୍ଫଲ ଓମେନଙ୍କ ନୃତ୍ୟ ଭିନ୍ନ ପ୍ରକାରର। ଏହି ନୃତ୍ୟର ଗ୍ରହଣୀୟତା ବୈଶ୍ୱିକ ସଂସ୍କୃତିରେ ରହୁନାହିଁ। ଶେଷରେ ଭାରତରେ ବୌଦ୍ଧଧର୍ମ ହରାଇଥିବା ଅସ୍ତିତ୍ୱ ସମ୍ପର୍କରେ ବହୁ ସମୟରେ ଆଲୋଚନା କରାଯାଏ। ଏହାର ଗୋଟିଏ କାରଣ ହୋଇପାରେ, ସଦାଚାରୀ ତଥା ନିଶ୍ଚଳ ଭିକ୍ଷୁ ସାଧାରଣ ଲୋକଙ୍କ ସହ ସେମାନଙ୍କ ଭାବକୁ ବ୍ୟକ୍ତ କରିପାରି ନ ଥିଲେ।
ଲୋକେ ଏଠାରେ ନୃତ୍ୟ ଓ ଗୀତକୁ ଉପଭୋଗ କରୁଛନ୍ତି। କୃଷ୍ଣ, ମୁରୁଗାନ ଓ ଶିବ ଭଳି ଦେବତାଙ୍କ ନାଚ ଉପଭୋଗ କରୁଛନ୍ତି। ଗଣେଶ ପୂଜା ଏବଂ ନବରାତ୍ରିରେ ସେମାନେ ନାଚୁଛନ୍ତି ଓ ଗାଉଛନ୍ତି। ଏହା ଚର୍ଚ୍ଚ ଓ ମସ୍‌ଜିଦରେ ନୃତ୍ୟ ଦେଖି ନ ଥିବା ପାଶ୍ଚାତ୍ୟ ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ଭଲ କଥା ହେଉଛି, ପାରମ୍ପରିକ ଖ୍ରୀଷ୍ଟିଆନ ମ୍ୟୁଜିକ, ରୋମାନ କ୍ୟାଥେଲିକ ଚର୍ଚ୍ଚ ମ୍ୟୁଜିକ ଓ ସୁଫି ମ୍ୟୁଜିକକୁ ଭତ୍ତା ଦିଆଯାଉଛି। ହେଲେ ନୃତ୍ୟ ଏକେଶ୍ୱରବାଦ ବିଶ୍ୱାସର ରୂଢୀବାଦୀ ଧର୍ମଯାଜକଙ୍କର ହୋଇ ରହିଯାଇଛି। ଫ୍ରାଇଡେ ନାଇଟ ପାର୍ଟିକୁ ସବୁବେଳେ ବିଧର୍ମୀ ଓ ପୈଶାଚିକ ଭାବେ ଦେଖାଯାଉଛି।
ହଜ୍‌ କିମ୍ବା ଭାଟିକାନ୍‌ ସିଟିରେ ତୀର୍ଥଯାତ୍ରାର କେନ୍ଦ୍ରରେ ନୃତ୍ୟ ନାହିଁ। ଏପରି କି ଶିଖ ନୃତ୍ୟ ଧର୍ମୀୟ ଉତ୍ସବର ଏକ ଅଂଶ ହୋଇନାହିଁ। କିନ୍ତୁ ପୁରୀ ରଥଯାତ୍ରାରେ ଜଗନ୍ନାଥ ତାଙ୍କ ମନ୍ଦିରରୁ ରଥକୁ ଝୁଲିଝୁଲି ନାଚି ନାଚି ଆସିଥାଆନ୍ତି। ପ୍ରତିବର୍ଷ ମହାରାଷ୍ଟ୍ରରେ ପାଣ୍ଡରପୁର ମନ୍ଦିର ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀମାନେ ବିଠଲଙ୍କ ଉଦ୍ଦେଶ୍ୟରେ ନାଚି ନାଚି ଯାଆନ୍ତି। ସେମାନେ ବିଠଲଙ୍କୁ ସେମାନଙ୍କ ଗୋପାଳକ ସଖା ଭାବେ ବିଚାର କରିଥାନ୍ତି। ଏପରିକି ସମବେତ ଭକ୍ତଙ୍କୁ ଆନନ୍ଦ ଦେବା ଲାଗି ଦୋଳିରେ ଦେବତାଙ୍କ ମୂର୍ତ୍ତି ରଖି ସେବିକାମାନେ ସେମାନଙ୍କୁ ଝୁଲାଇଥାଆନ୍ତି। କିନ୍ତୁ ଖ୍ରୀଷ୍ଟଧର୍ମ, ଇସ୍‌ଲାମ, ଶିଖ ଓ ବୌଦ୍ଧ କିମ୍ବା ଜୈନ ଧର୍ମର ଉତ୍ସବଗୁଡ଼ିକରେ ଦେବତା, ଧର୍ମଯାଜକ କିମ୍ବା ଲୋକମାନଙ୍କ ଠାରୁ ନୃତ୍ୟ ଆଶା କରାଯାଏନାହିଁ। ହେଲେ ସମସ୍ତେ ହିନ୍ଦୁ ଧର୍ମୀୟ ଉତ୍ସବଗୁଡ଼ିକରେ ସବୁବେଳେ ନାଚନ୍ତି।

 

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?