‘ସବୁ ବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ଦେବ ଏସ୍‌ବିଏଲ୍‌ସି’

ଭୁବନେଶ୍ୱର,୮।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ୟୁନିର୍ଭସିଟି (ସିୟୁ) ଏବଂ ସିନ୍ଧୁ ବ୍ରାଉନ୍ସ ଲର୍ନିଂ ସେଣ୍ଟର (ଏସ୍‌ବିଏଲ୍‌ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଥିବା ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ମାନର ଇଂରାଜୀ ଭାଷାର ଶିକ୍ଷା ପ୍ରଦାନ ପାଇଁ ସିୟୁର ଜୟଦେବ ବିହାରସ୍ଥିତ କର୍ପୋରେଟ କାର୍ଯ୍ୟାଳୟ ପରିସରରେ ଏସ୍‌ବିଏଲ୍‌ସିର ପ୍ରଥମ ଇଂରାଜୀ ଭାଷା ତାଲିମ କେନ୍ଦ୍ରର ଶୁଭାରମ୍ଭ କରିଥିବା ଜଣାପଡ଼ିଛି।

ଏଠାରେ ଏସ୍‌ବିଏଲ୍‌ସି ଇଂରାଜୀ ଭାଷାରେ ମଲ୍ଟି ଲେଭଲ୍‌ ପାଠ୍ୟକ୍ରମ ପ୍ରଦାନ କରିବ ବୋଲି ସୂଚନା ମିଳିଛି। ଫଳରେ ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ କେନ୍ଦ୍ର ଠିକ୍‌ ଏବଂ ଆତ୍ମବିଶ୍ୱାସ ସହ ଇଂରାଜୀ ଭାଷାରେ କଥାବାର୍ତ୍ତା କରାଇବାକୁ ସକ୍ଷମ କରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିଭଳି ଏସବିଏଲ୍‌ସି’ର ଇଂରାଜୀ ଭାଷା ଶିକ୍ଷା ଦେବାର ଏକ ସ୍ବତନ୍ତ୍ର ପଦ୍ଧିତ ରହିଛି, ଏଠାରେ ଛୋଟ ପିଲା, କିଶୋର, ଯୁବକ, ବୃତ୍ତିଗତ ତଥା ବୟସ୍କଙ୍କ ପାଇଁ ଇଂରାଜୀ ପାଠ୍ୟକ୍ରମ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି।

ସେହିପରି ଗତବର୍ଷ ଏସ୍‌ବିଏଲ୍‌ସି ଟ୍ରେସ୍‌ ଏବଂ ଲର୍ନ କନ୍‌ସେପ୍ଟ ଉପରେ ଆଧାରକରି ବିଭିନ୍ନ ଥିମ୍‌ ସହ ପିଲାମାନଙ୍କ ପାଇଁ ୨୧ଟି ପୁସ୍ତକ ପରିପ୍ରକାଶ କରିଛି। ଏହାର ପାଠ୍ୟକ୍ରମ ବିଶେଷ ଭାବେ ଗୃହିଣୀ, ଚାକିରି ଖୋଜୁଥିବା ଲୋକ, ଛାତ୍ର, ଓ୍ବାର୍କିଂ ପ୍ରଫେସନାଲ, ବ୍ୟବସାୟିକ ବ୍ୟକ୍ତିଙ୍କ ପାଇଁ ଡିଜାଇନ୍‌ ହୋଇଥିବା ବେଳେ ଯେଉଁମାନେ ଇଂରାଜୀ ଶିଖିବାର ବିଭିନ୍ନ ସ୍ତରରେ ଅଛନ୍ତି ସେମାନଙ୍କ ପାଇଁ ମୌଳିକ ବର୍ଣ୍ଣମାଳା ଏବଂ ଫୋନିକ୍‌ଠାରୁ ଆରମ୍ଭ କରି ଆଇଇଏଲ୍‌ଟିଏସ୍‌ ପରି ବୃତ୍ତିଗତ ପାଠ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

ବଙ୍ଗରେ ହଲଚଲ! ଉପନିର୍ବାଚନକୁ ନେଇ ମମତାଙ୍କ ବଡ଼ ଅଭିଯୋଗ; କହିଲେ ନିର୍ବାଚନ ହୋଇନି, EVMରେ…

କୋଲକାତା,୮।୧୦: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ରାଜନୀତି ସରଗରମ ହୋଇଛି । ମମତା ବାନାର୍ଜୀ ଭାଜପା ଉପରେ ଗୁରୁତର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?