ଅନ୍‌ଲାଇନରେ ଆବେଦନ କରିବେ କ୍ଷତିଗ୍ରସ୍ତ ଜମାକାରୀ

ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଜମା ରାଶିର ପରିମାଣ ନିରୂପଣ ସକାଶେ ସମ୍ପୃକ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନରେ ଦାବି ଦରଖାସ୍ତ ଆହ୍ବାନ କରାଯିବ। ଜମାକାରୀମାନେ ରାଜ୍ୟ ସରକାରଙ୍କ www.opid.odisha.gov.inରେ ଆବେଦନ କରିପାରିବେ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଏହି ନୂତନ ଓ୍ବେବ୍‌ସାଇଟ ଆରମ୍ଭ କରାଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଏହାକୁ ଉନ୍ମୋଚନ କରିଛନ୍ତି। ଭର୍ଚୁଆଲ୍‌ ମୋଡ୍‌ରେ ଏହି ୱେବ୍‌ସାଇଟକୁ ଉନ୍ମୋଚନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ମେସର୍ସ ରୋଜ୍‌ ଭ୍ୟାଲି ଗ୍ରୁପ୍‌ ଅଫ୍‌ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅଫ୍‌ଲାଇନ୍‌ରେ ଦାବି ଆବେଦନ ଆହ୍ବାନ କରାଯାଇଥିଲା। ସେହିସବୁ ଦାବି ଆବେଦନପତ୍ର ଗ୍ରହଣ, ଡିଜିଟାଇଜେଶନ୍‌, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ରିପୋର୍ଟର ଡିଜିଟାଇଜେଶନ୍‌ ଆଦି କାର୍ଯ୍ୟ ସମୟସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସହଜ ଓ ସରଳ ୱେବ୍‌ସାଇଟ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ଜରିଆରେ ପ୍ରସ୍ତୁତ କରିଛନ୍ତି।
ବର୍ତ୍ତମାନ ଏହି ୱେବ୍‌ସାଇଟ ପ୍ରଚଳନ ପରେ ଜମାକାରୀମାନଙ୍କୁ ଦରଖାସ୍ତ ଦେବା ପାଇଁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ। ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ସହାୟତା ନେଇ ଅନ୍‌ଲାଇନରେ ଦରଖାସ୍ତ ଦାଖଲ କରିପାରିବେ। ନିକଟସ୍ଥ ‘ମୋ ସେବା କେନ୍ଦ୍ର’ର ଠିକଣା ରାଜ୍ୟ ସରକାରଙ୍କ www.odisha.gov.in ସାଇଟ୍‌ରେ ଉପଲବ୍ଧ ଅଛି। ଅନ୍‌ଲାଇନ ମାଧ୍ୟମରେ ଦାଖଲ ହୋଇଥିବା ଦାବି ଦରଖାସ୍ତଗୁଡ଼ିକୁ ଖୁବ୍‌କମ୍‌ ସମୟ ମଧ୍ୟରେ ପ୍ରକ୍ରିୟାକରଣ କରାଯାଇପାରିବ। ଏହାଛଡ଼ା କ୍ଷେତ୍ରୀୟ ତଦନ୍ତକାରୀ ଟିମ୍‌ ତଦନ୍ତ କରି ପ୍ରକୃତ ଜମାକାରୀ ଚିହ୍ନଟ କରିପାରିବେ। ସେମାନଙ୍କର ବାସ୍ତବ ଜମାରାଶିର ପରିମାଣ ନିରୂପଣ ପାଇଁ ଏହି ୱେବ୍‌ସାଇଟ ମଧ୍ୟ ଅତ୍ୟନ୍ତ ସହାୟକ ହେବ। ଜମାକାରୀମାନେ ଅନ୍‌ଲାଇନ ଆବେଦନ କଲାବେଳେ କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛ। ବର୍ତ୍ତମାନ କରୋନା ମହାମାରୀର ପ୍ରକୋପ ଯୋଗୁ ରାଜ୍ୟବ୍ୟାପୀ ଲକ୍‌ଡାଉନ ଓ ଶଟ୍‌ଡାଉନ ଚାଲୁଥିବାବେଳେ ଏହି ୱେବ୍‌ସାଇଟ ପ୍ରଚଳନ ଦ୍ୱାରା ଜମାକାରୀମାନେ ସେମାନଙ୍କର ଦାବି ଆବେଦନ(କ୍ଲେମ୍‌ ଆପ୍ଲିକେଶନ) ଦାଖଲ କରିପାରିବେ। ରାଜ୍ୟ ସରକାରଙ୍କ ୫-ଟି ଅନୁଯାୟୀ ଏହି ୱେବ୍‌ସାଇଟ ପ୍ରଚଳନ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ ଓ ସେମାନଙ୍କର ବାସ୍ତବ ଜମାରାଶି ନିରୂପଣ ଅତ୍ୟନ୍ତ ସ୍ବଚ୍ଛତାର ସହିତ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ କରାଯାଇପାରିବ।
ପ୍ରାରମ୍ଭିକ ପର୍ଯ୍ୟାୟରେ ହାଇଟେକ୍‌ ଇଷ୍ଟେଟସ୍‌ ଓ ପ୍ରମୋଟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମେସର୍ସ ରାଜଧାନୀ ସିଷ୍ଟମ୍‌ ଓ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର କଲ୍ୟାଣ ବିହାର ଫେଜ-୨, ଭାଗ୍ୟନଗର, କୁଞ୍ଜବିହାର ଓ ପୁଷ୍ପାଞ୍ଜଳି ଏନ୍‌କ୍ଲେଭ୍‌ ଯୋଜନାରେ ବାସୋପଯୋଗୀ ଜମି (ପ୍ଲଟ୍‌) ପାଇଁ ଟଙ୍କା ଜମା କରି କୌଣସି ଜମି(ପ୍ଲଟ୍‌) କିମ୍ବା ଟଙ୍କା ଫେରସ୍ତ ପାଇନାହାନ୍ତି, ସେମାନଙ୍କଠାରୁ ଅନ୍‌ଲାଇନ ମାଧ୍ୟମରେ ଜୁନ୍‌ ୪ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଦାବି ଦରଖାସ୍ତ ଆହ୍ବାନ କରାଯାଉଛି। ପରେ ଅର୍ଥ ଆତ୍ମସାତ୍‌ କରିଥିବା ଅନ୍ୟ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀମାନଙ୍କଠାରୁ ଅନ୍‌ଲାଇନ ଦାବି ଦରଖାସ୍ତ ଆହ୍ବାନ କରାଯିବ। ଉନ୍ମୋଚନ ଉତ୍ସବରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସ୍ବାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ନୃସିଂହ ଚରଣ ସ୍ବାଇଁ, କଟକର ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଚିତ୍ତରଞ୍ଜନ ହୋତା, ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପି ଜ୍ଞାନରଞ୍ଜନ ମହାନ୍ତି, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର ଜେନେରାଲ ମ୍ୟାନେଜର (ପ୍ରଶାସନ) ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

ସୌମ୍ୟଙ୍କ ବାସଭବନରେ ପ୍ରଣବ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨୯।୩ (ଅନିଲ ଦାସ):୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଦଳ ବଦଳଠାରୁ ଆରମ୍ଭ କରି ପାର୍ଟି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri