ଖ୍ୟାତିରେ କ୍ଷତି

ଆକାର ପଟେଲ

ବିଶ୍ୱ ତା’ ବିଶ୍ୱଗୁରୁ (ଭାରତ)ର କରୋନା କୁପରିଚାଳନାକୁ ନେଇ ଚିନ୍ତିତ। ଏହା ବିଶ୍ୱରେ ଏବେ ଏକ ଚର୍ଚ୍ଚିତ କାହାଣୀ ପାଲଟିଛି। ଆମେରିକାର ଇନ୍‌ଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍‌ ଏଭାଲ୍ୟୁଏଶନ ଆକଳନ କରିଛି ଯେ, ସେପ୍ଟେମ୍ବର ସୁଦ୍ଧା ଅର୍ଥାତ ୪ ମାସ ମଧ୍ୟରେ ଭାରତରେ ଆଉ ୧୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ। ସରକାରୀ ସଂଖ୍ୟାକୁ ଆଧାର କରି ଏହା ଆକଳନ କରାଯାଇଛି। ଶଶ୍ମାନର ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ଏବଂ ଖବରକାଗଜରେ ଯାହା ପ୍ରକାଶ ପାଇଛି ସେ କ୍ଷେତ୍ରରେ ସରକାରୀ ସଂଖ୍ୟାକୁ ଗ୍ରହଣ କରିବା କଷ୍ଟକର। ମେ’୬ରେ ଗୁଜରାଟର ଏକ ଖବରକାଗଜରେ ପ୍ରକାଶ ପାଇଥିତ୍ଲା ଯେ, କୋଭିଡ୍‌ ପ୍ରୋଟୋକଲ ଅନୁସାରେ ରାଜ୍ୟର ୭ଟି ମୁଖ୍ୟ ସହର ଯଥା ଅହମଦାବାଦ, ଗାନ୍ଧୀନଗର, ବରୋଦା, ସୁରଟ, ରାଜକୋଟ, ଜାମନଗର ଏବଂ ଭାବନଗରରେ ଗୋଟିଏ ମାସରେ ୧୭,୮୨୨ଟି ମୃତଦେହ ଦାହ କରାଯାଇଛି କିମ୍ବା ପୋତା ଯାଇଛି। କିନ୍ତୁ କୋଭିଡ୍‌ରେ ୧,୭୪୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ଜଣାଇଥିଲେ। ଏହା ଖବରକାଗଜରେ ପ୍ରଦତ୍ତ ମୃତ୍ୟୁ ସଂଖ୍ୟାର ୧୦%। ସ୍ମରଣଯୋଗ୍ୟ ଯେ, ଏହି ସବୁ ସହରରେ ରାଜ୍ୟର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ବା ତା’ଠାରୁ ସାମାନ୍ୟ କମ୍‌ ଲୋକ ବାସ କରନ୍ତି। ମେ’୩ରେ ଆଉ ଏକ ଖବରକାଗଜ ପ୍ରକାଶ କଲା ଯେ, ଭୋପାଳରେ ଦାହ କିମ୍ବା କବର ଦିଆଯାଇଥିବା ୩,୮୧୧ ମୃତକଙ୍କ ମଧ୍ୟରୁ ୨,୫୫୭ ଜଣ କୋଭିଡ୍‌ ସଂକ୍ରମିତ। ଶ୍ମଶାନ ଏବଂ କବରସ୍ଥଳୀର ରିପୋର୍ଟ ଏହା କହୁଥିବାବେଳେ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ୧୦୪ ବୋଲି କହିଥିଲେ। ଏହି ଅନୁପାତ ୧:୨୫। ହରିୟାଣାରୁ ମଧ୍ୟ ମେ’୪ରେ ଏକ ରିପୋର୍ଟ ପ୍ରକାଶ ପାଇଥିତ୍ଲା। ଏଥିରେ ସରକାରୀ ଏବଂ ଶ୍ମଶାନ ମୃତ୍ୟୁସଂଖ୍ୟା ମଧ୍ୟରେ ଅନୁପାତ ୧:୨ ରହଥିଲା। ଏହି ଅନୁପାତ ଗତ ମାସରେ ବାଙ୍ଗାଲୋର ପାଇଁ ଦର୍ଶାଯାଇଥିତ୍ବା ସଂଖ୍ୟା ସହ ସମାନ। ମିରଟରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶରେ ଏହି ବ୍ୟବଧାନ ୧:୭। ବାହାରର ପ୍ରଦତ୍ତ ସଂଖ୍ୟାକୁ ବାଦ ଦେଇ ଆମେ ସରକାରୀ ତଥ୍ୟକୁ ଯଦି ଲକ୍ଷ୍ୟ କରିବା ତେବେ ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି ଜାଣିପାରିବା। ଯଦି ଆମେ ସରକାରଙ୍କ ପ୍ରଦତ୍ତ ମୃତ୍ୟୁସଂଖ୍ୟା ୨.୩ ଲକ୍ଷକୁ ବିଚାରକୁ ନେବା ତେବେ ଏହା ବିଶ୍ୱର ତୃତୀୟ ସର୍ବାଧିକ ସଂଖ୍ୟା ହେବ। ବାସ୍ତବରେ ଏହା ୫.୬ କିମ୍ବା ୭ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ୁଛି , ଯାହା ବିଶ୍ୱରେ ସର୍ବାଧିକ। ଭାରତରେ ଅତି ଦୁଃଖଦାୟକ, ଲଜ୍ଜାଜନକ ଏବଂ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି,ଯାହାକୁ ସାରା ବିଶ୍ୱ ଏବେ ଦେଖୁଛି।
ଏଠାରେ କହିଦେବା ଉଚିତ ଯେ, ସଂଖ୍ୟାରେ ଏଭଳି ତାଳମେଳ ନ ରହିବା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଚାଲ ୍‌ବା କପଟ ଯୋଗୁ ହେଉ ନାହିଁ। ଅନେକ ଲୋକଙ୍କର ଘରେ ମୃତ୍ୟୁ ହେଉଥିବା ଯୋଗୁ କେତେକ କ୍ଷେତ୍ରରେ ଏମିତି ଘଟିଛି। ସେମାନେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି କିମ୍ବା ସରକାର ସେମାନଙ୍କୁ ଏହା ଯୋଗାଇ ଦେବାରେ ସକ୍ଷମ ହେଉନାହାନ୍ତି। ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଉନାହିଁ। ଦ୍ୱିତୀୟତଃ କାହାର କେଉଁ ରୋଗରେ ମୃତ୍ୟୁ ଘଟୁଛି ତାହା ବର୍ଗୀକୃତ କରି ପ୍ରମାଣ ପତ୍ର ପ୍ରସ୍ତୁତ କରିବା ଦରକାର। କୋଭିଡ୍‌ ସହ ଅନ୍ୟ ରୋଗ ରହିଥିତ୍ବା ବ୍ୟକ୍ତିଙ୍କର ମୃତ୍ୟୁକୁ କୋଭିଡ୍‌ ଜନିତ ମୃତ୍ୟୁ ବର୍ଗରେ ରଖାଯିବ ନା ନାହିଁ ତାହା ନିଶ୍ଚିତ କରିବା ଆବଶ୍ୟକ। ମୃତ୍ୟୁ ସଂଖ୍ୟା କମ୍‌ ଦର୍ଶାଇବା ଦ୍ୱାରା ସରକାରଙ୍କ ଛଳ କରିବାର ଅସଲ ଉଦ୍ଦେଶ୍ୟ ପଦାକୁ ଆସିିଛି। କାରଣ ସରକାର ଏବେ ଅପାରଗ ଓ ଅସହାୟ ଜଣାପଡୁଛନ୍ତି। କିନ୍ତୁ ସଂଖ୍ୟା ଲୁଚାଇବା ଏବଂ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାରେ ସକ୍ରିୟତା ପ୍ରକାଶ ନ କରିବାରୁ ଜଣାପଡ଼ୁଛି ଯେ, ସବୁ ବିଷୟ ସଙ୍କଟରେ ରହିଛି ଓ ତାହା ମଧ୍ୟ ଆମ ପାଇଁ ବିପଜ୍ଜନକ। ପ୍ରଥମ କାରଣ, ଜନସାଧାରଣଙ୍କ ହିତ ପାଇଁ ସରକାର ତାଙ୍କ ପ୍ରଦତ୍ତ ସଂଖ୍ୟା କାହିଁକି କମ୍‌ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଉଚିତ। ଯଦି ଲୋକମାନେ ଜାଣିବେ ଯେ, ଏହି ସମୟରେ ସରକାର ଠିକ୍‌ ଭାବେ ହସ୍ପିଟାଲଗୁଡ଼ିକର ପରିଚାଳନା କରିପାରୁନାହାନ୍ତି ଓ ଏହାଯୋଗୁ କୋଭିଡ୍‌ ସଂକ୍ରମିତଙ୍କର ଅଧିତ୍କ ମୃତ୍ୟୁ ହେଉଛି ତେବେ ସେମାନେ ନିଜକୁ ଅସୁରକ୍ଷିତ ମଣିବେ। ଏହା ଅସଲ କାରଣ ହୋଇପାରେ। ଦ୍ୱିତୀୟ କାରଣ ହେଉଛି ଆମର ଅକ୍ସିଜେନ ଅଭାବ। ଦିିଲ୍ଲୀ ପରେ ଦୁଇଟି ଭାଜପା ଶାସିତ ରାଜ୍ୟ ଗୁଜରାଟ ଏବଂ କର୍ନାଟକ ମୋଦି ସରକାରଙ୍କ ଠାରୁ ଅଧିତ୍କ ଅକ୍ସିଜେନ ପାଉନାହାନ୍ତି ବୋଲି କହିଛନ୍ତି। ଗୁଜରାଟ କହିଛି, ପ୍ରତିଦିନ ଏହାର ୧୪୦୦ ଟନ୍‌ ଅକ୍ସିଜେନ ଦରକାର ଏବଂ ମେ’ ୧୫ ସୁଦ୍ଧା ୧୬୦୦ ଟନ୍‌ ଆବଶ୍ୟକ ପଡ଼ିବ। ଏବେ କିନ୍ତୁ ଏହା ୭୯୫ ଟନ ଅକ୍ସିଜେନ ପାଉଛି। କର୍ନାଟକ କେନ୍ଦ୍ରକୁ ୧୨୦୦ଟନ୍‌ ଅକ୍ସିଜେନ ପାଇଁ କହିଥିଲା, କିନ୍ତୁ କେନ୍ଦ୍ର ଦେଲା ୯୬୨ ଟନ୍‌ । କେନ୍ଦ୍ର କହିଛି, ତା’ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି। ଏହା ମିଥ୍ୟା। ଆମ ପାଖରେ ଏହା ନାହିଁ। ଯଦି ଆମେ ସତକୁ ସ୍ବୀକାର କରିବା ନାହିଁ ତା’ହେଲେ ଆମ କାର୍ଯ୍ୟଧାରା ଆହୁରି ଜଟିଳ ହୋଇଯିବ।
ତୃତୀୟ କାରଣ ହେଉଛି, ବିଶ୍ୱସନୀୟତା। ବିଶ୍ୱ ଭାରତର ସଂଖ୍ୟାକୁ ପ୍ରକାଶ କରୁଛି। କହୁଛି ,ଏହାକୁ ବିଶ୍ୱାସ କରାଯାଇପାରିବ ନାହିଁ। ସାରା ବିଶ୍ୱର ଏହି ଅନୁଭବକୁ ଆମେ ଦୋଷ ଦେଇପାରିବାନି। କାରଣ, ଆମ ମିଡିଆ ରିପୋର୍ଟ ଆଧାରରେ ଏହା ସତ। ବିଶ୍ୱଗୁରୁ ଭାରତର ଖ୍ୟାତିରେ ବହୁତ କ୍ଷତି ହେଲାଣି, କିନ୍ତୁ ତାହା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ଏହା ଦ୍ୱାରା ଅଧିତ୍କ ଦେଶ ଭାରତୀୟ ଯାତ୍ରୀମାନଙ୍କୁ ନିଷେଧ କରିବେ। ଏବେ ସୁଦ୍ଧା ଏମିତିକା ଦେଶଗୁଡ଼ିକର ତାଲିକା ଢେର ଲମ୍ବା ହୋଇଗଲାଣି। ଠିିକ୍‌ ସମୟରେ ଏହି ଲହର କମିବ, କିନ୍ତୁ ଆଉ ଏକ ଲହର ଆସିବାର ଆଶଙ୍କା ରହିଛି। ସେହି କ୍ଷଣରେ ଆମ ସରକାରୀ ସଂଖ୍ୟାକୁ ବିଶ୍ୱ ନିରୀକ୍ଷଣ କରିବ। ଯଦି ବିଶ୍ୱ ଭାବିବ ଯେ, ଆମେ ବାସ୍ତବ ସଂଖ୍ୟା ଲୁଚାଉଛୁ ବା ଏଥିରେ ଛଳ କରୁଛୁ, ତେବେ ନିଜ ସାଧନ ଦ୍ୱାରା ଆମର ବାସ୍ତବ ସଂଖ୍ୟା ପାଇବାକୁ ପଦକ୍ଷେପ ନେବ। ଏହା ଭାରତୀୟ ଓ୍ବର୍କ ଭିଜା ଓ ଅଲଗା ରହିଥିତ୍ବା ଭାରତୀୟ ପରିବାରଗୁଡ଼ିକର କ୍ଷତି କରିବ। ମୋଟ ଉପରେ ଭାରତୀୟ ବିଜ୍‌ନେସକୁ ସାଂଘାତିକ କ୍ଷତି ପହଞ୍ଚାଇବ। ଏଣୁ ଆମ ସ୍ବାର୍ଥ ଦୃଷ୍ଟିରୁ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ବାସ୍ତବ ମୃତ୍ୟୁହାର ପାଇବା ଲାଗି ଆମେ ସକ୍ରିୟ ପ୍ରୟାସ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?