Posted inଖେଳ

ଷ୍ଟେଇନଙ୍କ ସହ ଯୋଗାଯୋଗରେ ସନରାଇଜର୍ସ

ମୁମ୍ବାଇ,୧୬।୧୨: ଚଳିତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇସାରିଥିବା ଡେଲ ଷ୍ଟେଇନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ ଦାୟିତ୍ୱ ମିଳିବାକୁ ଯାଉଛି। ତାଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିବାକୁ ଯାଉଛି ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)। ଏ ସମ୍ପର୍କରେ ଆସନ୍ତା ସପ୍ତାହରେ ଆଇପିଏଲ ଫ୍ରାଞ୍ଚାଇଜ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଛି।

ନିଜ ସମୟରେ ଅନ୍ୟତମ ଶ୍ରେଷ୍ଠ ପେସର ବିବେଚିତ ହେଉଥିବା ଷ୍ଟେଇନ ୯୩ ଟେଷ୍ଟରେ ୪୩୯ ଉଇକେଟ ନେଇଥିଲେ। ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଟମ୍‌ ମୁଡିଙ୍କ ସହ କାର୍ଯ୍ୟ କରିବେ, ଯିଏକି ଫ୍ରାଞ୍ଚାଇଜର ମୁଖ୍ୟ କୋଚ୍‌ ଦାୟିତ୍ୱରେ ଅଛନ୍ତି। କ୍ୟାରିୟରରରେ ୧୨୫ ଦିନିକିଆ (୧୯୬ ଉଇକେଟ) ଓ ୪୭ ଟି୨୦ (୬୪ ଉଇକେଟ) ଖେଳିଥିବା ଷ୍ଟେଇନ ଆଇପିଏଲରେ ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଲାୟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିଲେ। ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ତାଙ୍କ ସହ ପୂର୍ବତନ ଭାରତୀୟ ଅଲରାଉଣ୍ଡର ହେମଙ୍ଗ ବଦାନି ମଧ୍ୟ ହାଇଦ୍ରାବାଦ୍‌ କୋଚିଂ ଷ୍ଟାଫରେ ସାମିଲ ହୋଇପାରନ୍ତି ବୋଲି ଆଇପିଏଲ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପ୍ରଶଂସା କଲେ ବିଦେଶୀ ଖେଳାଳି

ଚେନ୍ନାଇ, ୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ନେବାର ଶୈଳିକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ପ୍ରଶଂସା କରିଛନ୍ତି।...

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିପାରେ

ଲଣ୍ଡନ,୨୦।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିବ। ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ ନୂଆ ଜର୍ସି...

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭...

ଧୋନୀଙ୍କ ବିପକ୍ଷରେ ଏଭଳି ରଣନୀତି ଆପଣାଇବେ ବୋଲି କହିଲେ ପନ୍ତ; ହରାଇବାକୁ…

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସିଏସ୍‌କେକୁ...

ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ଆଇପିଏଲ ୨୦୨୨ର ୬୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ନ୍ୟୁଜିଲାଣ୍ଡ ପାଖରେ ପ୍ରତିଶୋଧ ନେବାର ସୁଯୋଗ

ଦୁବାଇ,୧୩।୧୧: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପାଖାପାଖି ମାସେଧରି ଚାଲି ଆସିଥିବା ଏହି...

କୋହଲିଙ୍କ ବୋଲିଂ ଦେଖି ହସିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ପୂର୍ବରୁ ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଏକ ମଜାଦାର ମୁହୂର୍ତ୍ତ...

ଆଇପିଏଲ୍‌ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧।୭: ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ପୂର୍ବରୁ ପ୍ରଶଂସକଙ୍କୁ ମିଳିଛି ଖୁସି ଖବର। ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ସମାଲୋଚନା ସତ୍ତ୍ୱେ...

Advertisement
Archives

Model This Week