୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୮ ହଜାର ୪୩୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୯ ହଜାର ୫୨୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୫ ପ୍ରତିଶତ ରହିଛି।

ଅପରପକ୍ଷରେ ସକ୍ରିୟ ମାମଲା ୯୩ ହଜାର ୭୩୩ ରହିଛି। ୫୫୫ ଦିନ ମଧ୍ୟରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୯ ପ୍ରତିଶତରେ ପହଞ୍ଚିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୯୫୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୬ ପ୍ରତିଶତ ରହିଛି। ବ

ର୍ତ୍ତମାନ ସୁଦ୍ଧା ୧୨୯ କୋଟି ୫୦ ଲକ୍ଷରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୮୯ ହଜାର ୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଧିରେ ଧିରେ ଭିଡ଼ ବଢୁଥବାରୁ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି।

ଭିଡ଼ ସଂକ୍ରମଣର ମୁଖ୍ୟ କାରଣ ପାଲଟିଛି। ଏନେଇ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର।...

ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ମୋଦି କଲେ ଘୋଷଣା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ସୁରକ୍ଷା...

‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର...

କୁନି ଝିଅଙ୍କ ପ୍ରଶ୍ନ ଶୁଣି ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ

ପୁଣେ,୧୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଏକ କୁନି ଝିଅର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଏମିତି କିଛି ପ୍ରଶ୍ନ...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ...

ଗୋଆ କରୋନା ମୁକ୍ତ ରାଜ୍ୟ ଘୋଷଣାକୁ ନେଇ ଆରମ୍ଭ ହେଲା ରାଜନୀତି

ପଣଜୀ,୨୧।୪: ଗୋଟିଏ ଦିନ ପୂର୍ବରୁ ଗୋଆକୁ କରୋନା ମୁକ୍ତ ରାଜ୍ୟ ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କୁ ଟାର୍ଗେଟ କରିଛି କଂଗ୍ରେସ।...

ନିଜ ମନ୍ତ୍ରୀଙ୍କଠାରୁ ହାରିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୪ା୧୨: ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡବାସୀ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ନିଜ ଆସନରେ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

Advertisement
Archives

Model This Week