ଦୈନିକ ସଂକ୍ରମଣ ୬ ହଜାର ତଳେ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୫ ହଜାର ୭୮୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୫୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୭ ହଜାର ୯୯୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୭ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୮୮ ହଜାର ୯୯୩ ରହିଛି।  ସାପ୍ତାହିକ ପଜିଟିଭ୍‌ ହାର ୦.୭୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୫ ହଜାର ୮୮୮ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୩ କୋଟି ୮୮ ଲକ୍ଷ ୧୨ ହଜାର ୫୭୭ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୬୬ ଲକ୍ଷ ୯୮ ହଜାର ୬୦୧ ଜଣଙ୍କୁ ଟିକାଦାନ କରାଯାଇଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୩୮ ହଜାର ୭୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଫି ଛାଡ଼ ଆବେଦନ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୭(ପି.ଟି.): କରୋନା ଜନିତ ଲକ୍‌ଡାଉନ ସମୟର ସ୍କୁଲ୍‌ ଫି ଆଦାୟ ବନ୍ଦ ରଖିବା ପାଇଁ ବିଭିନ୍ନ ରାଜ୍ୟର ଅଭିଭାବକମାନେ କରିଥିବା ଆବେଦନ ଉପରେ ହସ୍ତକ୍ଷେପ କରିବାକୁ...

ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣ: ବଢ଼ିଲା ୧୦ ବର୍ଷ

ନୂଆଦିଲ୍ଲୀ,୪।୧୨: ଲୋକସଭା ଓ ରାଜ୍ୟ ବିଧାନସଭାରେ ଏସ୍‌ସି/ଏସ୍‌ଟି ସଂରକ୍ଷଣକୁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ର ମଞ୍ଜୁରୀ...

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର...

 କଡ଼ାକଡ଼ି ହେବ ଯାଞ୍ଚ: ପ୍ରଥମ ଦିନରେ ମାସ୍କ ବାଣ୍ଟିଲା, ବୁଝାଇଲା ପୋଲିସ

ଭୁବନେଶ୍ୱର,୯ା୪(ବ୍ୟୁରୋ)- ବାୟୁ ଦ୍ୱାରା ମଧ୍ୟ ଘାତକ ଭୂତାଣୁ କୋଭିଡ୍‌-୧୯ ଅନ୍ୟକୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ...

ରେସଲରଙ୍କ ସହ ବୁଧବାର ହୋଇଥିବା ଘଟଣାକୁ ନେଇ ଭାଜପା ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୫: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ସହ ବୁଧବାର ପୋଲିସର ଧକ୍କା ମରାକୁ ନେଇ ରାହୁଲ ଗାନ୍ଧୀ ଭାରତୀୟ ଜନତା...

ଏମ୍ସ୍‌ ବ୍ୟାଙ୍କ ଖାତାରୁ ୧୨ କୋଟି ଚୋରି: ପୁଣି ୨୯ କୋଟି ଲୁଟ୍‌ ଉଦ୍ୟମ ବିଫଳ

ନୂଆଦିଲ୍ଲୀ,୩୦।୧୧: ଏମ୍ସ୍‌ର ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଚୋରି ହୋଇଛି। ଅପରାଧୀମାନେ ପୁଣି ଥରେ ଏହି ଖାତାରୁ ୨୯ କୋଟି ଟଙ୍କା ଲୁଟିବାର...

ଚାଇନାକୁ ବଡ଼ ଝଟ୍‌କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କଲା ଭାରତ…

ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍‌କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ...

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା...

Advertisement
Archives

Model This Week