ଦୈନିକ ସଂକ୍ରମଣ ପୁଣି ବଢ଼ିଲା, ମୃତ୍ୟୁ ସଂଖ୍ୟା ୨୦ ତଳେ…

ନୂଆଦିଲ୍ଲୀ, ୨୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୨ ହଜାର ୧୨୪ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦ ତଳେ ରହି ୧୭ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି। ଏହା ୧୪ ହଜାର ୯୭୧ ରହିଛି। ସେହିପରି ୨୪ ଘଣ୍ଟାରେ ୧ ହଜାର ୯୭୭ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୦୭ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୪୨ ହଜାର ୧୯୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୨ ହଜାର ୭୧୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୨ କୋଟି ୭୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ କେରଳରେ ୪୬୮ ଜଣ, ଦିଲ୍ଲୀରେ ୪୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମହାରାଷ୍ଟ୍ରରେ ୩୩୮ ଜଣ, ହରିୟାଣାରେ ୨୩୦ ଜଣ, ଉତ୍ତରପ୍ରଦେଶରେ ୧୨୪ ଜଣ, କର୍ନାଟକରେ ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷରେ ୬ ବିବାହ, ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ଛୁ’ ମାରିଲେ ଯୁବତୀ

ଭୋପାଳ,୩ା୨: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଲୁଟେରା କନ୍ୟା ମାମଲା ସାମ୍ନାକୁ ଆସିଛି। ନିଜକୁ ଅନାଥ କହିଥିବା ଯୁବତୀ ଜଣଙ୍କ କୋର୍ଟ ପରିସରସ୍ଥିତ ମନ୍ଦିରରେ ବିବାହ କରିଥିଲେ।...

ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଞ୍ଚିଲା

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ଡକାଯାଇଥିବା ଗ୍ଲୋବାଲ ଟେଣ୍ଡରକୁ ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଶୁକ୍ରବାର ଟେଣ୍ଡର ଖୋଲିବା...

କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନବାବଙ୍କୁ ୪ଦିନ ରଖି ଜେରା କରିବ ଇଡି

ମୁମ୍ବାଇ,୩।୩: ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନ୍‌ସିପି ନେତା ନବାବ ମଲିକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗୁରୁବାର ପିଏମ୍‌ଏଲ୍‌ଏର ସ୍ବତନ୍ତ୍ର କୋର୍ଟ ନବାବଙ୍କ ରିମାଣ୍ଡ ଅବଧି...

ରାଜଧାନୀରେ ୪୦ ଦିନରେ ଚତୁର୍ଥ ଥର ଅନୁଭୂତ ହେଲା ଭୂକମ୍ପ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଗତ ୪୦ ଦିନ ମଧ୍ୟରେ ଏହା ଚତୁର୍ଥଥର। ଶୁକ୍ରବାର ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା...

ଆଜି ରାଜ୍ୟରେ ୧୦୦ ତଳେ କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୪।୨(ବ୍ୟୁରୋ): ଗୁରୁବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୮୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି।...

Advertisement
Archives

Model This Week