ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ

ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ ସ୍ତବ୍ଧ କରିଦେଇଛି । ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଜଣେ ୧୮ ବର୍ଷିୟ ବାଳକ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଦେଶରେ ଶୋକର ଛାୟା । ଏହି ଗୁଳିକାଣ୍ଡ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଏବେ ସମୟ ଆସିଛି ଏହା ଉପରେ ଆକ୍ସନ ନେବାର । ସୂଚନାଯୋଗ୍ୟ, କ୍ୱାଡ ସମ୍ମିଳନୀ ଲାଗି ବାଇଡେନ ଜାପାନ ଗସ୍ତ ସାରି ଫେରିବା ପରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ଏକଥା ଜଣାପଡିବା ପରେ ବାଇଡେନ ଓ ତାଙ୍କ ସହଧର୍ମିଣୀ ଜିଲ ବାଇଡେନ ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ବାଇଡେନ କହିଛନ୍ତି ବିଶ୍ୱର କୌଣସି ଦେଶରେ ଏମିତି ସାମୁହିକ ଗୁଳିକାଣ୍ଡ ହେଉନାହିଁ । ହେଲେ ଆମେରିକାରେ କାହିଁକି ବୋଲି ସେ ଜନତାଙ୍କୁ ପଚାରିଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ଅସ୍ତ୍ରଶସ୍ତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ସହ ଏବେ ଏମିତି ଘଟଣା ଉପରେ ଆକ୍ସନ ନେବାର ସମୟ ଆସିଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ...

ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନକୁ ୯ ଦିନ:ତାଲିବାନ ଆକ୍ରମଣରେ ୨୦ ନିହତ

କାବୁଲ,୨୦-୯(ଆଇଏଏନ୍‌ଏସ୍‌):ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ତାଲିବାନର ଆଉ ଏକ ଆକ୍ରମଣ। ଏଥର ଜାବୁଲ ପ୍ରଦେଶର କଲାତ୍‌ ସହରସ୍ଥିତ ଏକ ହସ୍ପିଟାଲକୁ ଟାର୍ଗେଟ କରିଛି ଏହି ଆତଙ୍କବାଦୀ ସଙ୍ଗଠନ।...

ଉତ୍ତରକୋରିଆ ଆଣବିକ କେନ୍ଦ୍ର ଅଞ୍ଚଳ ଚଳଚଞ୍ଚଳ: ଚିନ୍ତାରେ ଆମେରିକା…

ପ୍ୟୋଙ୍ଗୟାଙ୍ଗ,୨।୪ : ଉତ୍ତର କୋରିଆର ଆଣବିକ କେନ୍ଦ୍ର ଆଞ୍ଚଳ ଚଳଚଞ୍ଚଳ ହେବା ନେଇ ଆମେରିକା ଦାବି କରିଛି। ଆମେରିକାର ରିପୋର୍ଟରେ ଦର୍ଶାଯାଇଛି ଯେ କିମ ଜୋଙ୍ଗ...

ଆଫଗାନିସ୍ତାନ ମାଟିକୁ କେହି ଚାଇନା ବିରୋଧରେ ବ୍ୟବହାର କରିପାରିବେ ନାହିଁ

କାବୁଲ,୨୮।୭: ଆଫଗାନିସ୍ତାନ ମାଟିକୁ ଚାଇନା ବିରୋଧରେ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଏହା ବଦଳରେ ଆଫଗାନିସ୍ତାନ ଛିଡ଼ା ହେବା ଜାରି ରଖିବ ଚାଇନା।...

ଦାମାସକସ ଉପରେ ଇସ୍ରାଏଲର ଆକ୍ରମଣ…

ଦାମାସକସ,୭।୮ : ସୋମବାର ଭୋର ସମୟରେ ସିରିଆର ରାଜଧାନୀ ଦାମାସକସ ସହର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଚାରିଜଣ ସିରିଆ ସୈନିକଙ୍କର ମୃତ୍ୟୁ ଘଟିଥିବା...

ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଡ଼ା ସମାଲୋଚନା କରିଛନ୍ତି।  ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର...

ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ

ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ...

ଅଲମ୍ପିକ୍‌ରେ କରୋନା…

ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା...

Advertisement
Archives

Model This Week