କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ ସେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆର ସୈନ୍ୟବାହିନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କହିଛି ଯେ ଉତ୍ତର କୋରିଆ ଏକ ଅଜଣା ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ବୁଧବାର ସକାଳେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା କୁହାଯାଉଛି।

ଏହା ପୂର୍ବରୁ ଉତ୍ତର କୋରିଆ ମଧ୍ୟ ଏକ କ୍ଷେପଣାସ୍ତ୍ର ୨୪ ମାର୍ଚ୍ଚରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। ଏକ ଆକଳନ ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ୧୧୦୦ କିଲୋମିଟର ଦୂରତା ଅତିକ୍ରମ କରି ଜାପାନ ସାଗରରେ ପଡିଥିଲା। ୨୦୧୭ଠାରୁ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଏଭଳି ପରୀକ୍ଷଣ କରିଥିଲା।

ଏହି କ୍ଷେପଣାସ୍ତ୍ର ଏକାଧିକ ହଜାର କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ ଏବଂ ଏହାର ବିପୁଳ ଧ୍ୱଂସ ଘଟାଇବାର ଶକ୍ତି ରହିଛି। ଏହି ପରୀକ୍ଷା ନେଇ ଆମେରିକାର ଚିନ୍ତା ବୃଦ୍ଧି ପାଇଛି। ଏହା ଆମେରିକାରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସରିବା ମାତ୍ରେ ଦୁର୍ଘଟଣା: ନବଦମ୍ପତିଙ୍କ ମୃତ୍ୟୁ

ଅରେଞ୍ଜ (ଟେକ୍ସାସ),୨୬ା୮: ବିବାହର ଖୁସି ମୁହୂର୍ତ୍ତକ ମଧ୍ୟରେ ପାଣିଫୋଟକା ଭଳି ମିଳାଇଗଲା। ବିବାହ ସମ୍ପନ୍ନ ହେବାର କେଇ ମିନିଟ ପରେ ଟ୍ରାକ୍ଟର ବୋଝେଇ ଏକ ଟ୍ରେଲର ଧକ୍କାଦେଲା।...

ନଭାଲନିଙ୍କୁ ୯ ବର୍ଷ ଜେଲ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନି ଏକ ଠକେଇ ଏବଂ ଅଦାଲତ ଅବମାନନା ମାମଲାରେ...

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ...

ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ

ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ...

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…

କଲମ୍ବୋ, ୯।୭ : ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଙ୍ଘେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ଏବଂ ଜନସାଧାରଣଙ୍କ ଅସନ୍ତୋଷ ଯୋଗୁଁ...

ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଗିରଫ

ସରଜେଭୋ, ୨୪।୭: ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ମିତ୍ତଲଙ୍କୁ ୟୁରୋପ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ୧୯.୩୨ କୋଟି ଟଙ୍କା...

ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ: ଚାଇନା

ବେଜିଂ,୨୮।୭:ଭାରତ ସହିତ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆମେରିକା ହସ୍ତକ୍ଷେପ କରିବାକୁ ଚାଇନା ପସନ୍ଦ କରୁନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏଥିରେ...

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ...

Advertisement
Archives

Model This Week