ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୨୮୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୯ ହଜାର ୨୪୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୭ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୨୨ ହଜାର ୮୦୧ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୬୮ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୭୯ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୫ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୪୫ କୋଟି ୪୪ ଲକ୍ଷ ୧୩ ହଜାର ୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୨୫ ଲକ୍ଷ ୭୫ ହଜାର ୨୨୫ ଲୋକଙ୍କ ଟିକାଦାନ କରାଯାଇଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୮୪ ହଜାର ୫୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଟିକାଦାନ ସତ୍ତ୍ୱେ ଦୈନିକ ସଂକ୍ରମଣ-ମୃତ୍ୟୁସଂଖ୍ୟା ନ ଥମିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ଭାକ୍ସିନକୁ ମିଳିଲା ମଞ୍ଜୁରୀ

ବେଙ୍ଗାଲୁରୁ,୨୦।୮ : ଭାରତୀୟ ଔଷଧ ନିୟନ୍ତ୍ରକ ଶୁକ୍ରବାର ଜାଇଡସ କାଡିଲାର ତିନି ଡୋଜ କୋଭିଡ୍‌-୧୯ ଭାକ୍ସିନକୁ ଭାରତରେ ଜରୁରୀକାଳିନ ବ୍ୟବହାରକୁ ମଞ୍ଜୁରୀ ଦେଇଛନ୍ତି। ଏହି ଟିକା...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ...

ଶତାଧିକ ନିରାଶ୍ରୟଙ୍କୁ ଜଳଖିଆ ଦେଲା ବିଏମ୍‌ସି

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ଶୁକ୍ରବାର ସକାଳେ ସହରରେ ଥିବା ନିରଶ୍ରୟଙ୍କୁ ଜଳଖିଆ ପ୍ରଦାନ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ ଓ ରାମ ମନ୍ଦିର ପାର୍ଶ୍ୱରେ ଥିବା ୫୦୦...

ଦେଶରେ ରେକର୍ଡ କରୁଛି କରୋନା: ଗତ ୨୪ଘଣ୍ଟାରେ ୭୬,୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ...

ତାମିଲ୍‌ନାଡୁର କୋୟମ୍‌ବେଡୁ ବଜାର ପାଲଟିଛି କରୋନା ହଟ୍‌ସ୍ପଟ୍‌

ଚେନ୍ନାଇ,୫।୫: ତାମିଲନାଡୁର କୋୟମ୍‌ବେଡୁ ବଜାର ଏବେ କରୋନ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ୬୫ ଏକର ଜମିରେ ଥିବା ଏହି ବୃହତ୍‌ ବଜାରକୁ ରାଜ୍ୟ ତଥା ରାଜ୍ୟ...

‘ପ୍ରତିିଶ୍ରୁତି ଦେଉଛି ଭାଜପା, ଟିଏମ୍‌ସି- ବିଜେଡି ଏମ୍‌ପିଙ୍କୁ ଫୋନ୍‌ କରିବି ନାହିଁ’

ନୂଆଦିଲ୍ଲୀ,୨୬।୭: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭା ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ...

ଗ୍ରୀଷ୍ମ ଯୋଗୁ ରାଜଧାନୀରେ ବଢିଲା ସ୍କୁଲ ଛୁଟିର ଅବଧି

ନୂଆଦିଲ୍ଲୀ,୩୦।୬: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ କମି ନ ଥିବାରୁ ଏଠାକାର ସରକାରୀ ଓ ବେସରକାରୀ ସ୍କୁଲର ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମରୁ...

Advertisement
Archives

Model This Week