ଡିସେମ୍ବରରେ ଏମ୍‌ଏସ୍‌ଆଇର ୧୫୩୧୪୯ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୨।୧:  ଦେଶର ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ପକ୍ଷରୁ ଡିସେମ୍ବର ମାସ ଗାଡ଼ି ବିକ୍ରି ସମ୍ପର୍କରେ ଏକ ରିର୍ପୋଟ ପ୍ରକାଶ କରାଯାଇଛି। ଶନିବାର ୨୦୨୧ ଡିସେମ୍ବରରେ ମୋଟ ହୋଲ୍‌ସେଲ୍‌ରେ ୧,୫୩,୧୪୯ ୟୁନିଟ ଗାଡ଼ି ବିକ୍ରି କରାଯାଇଛି। ଏହା ଗତ ବର୍ଷର ବିକ୍ରି ତୁଳନାରେ ୪% ହ୍ରାସ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦ ଏହି ସମୟରେ କମ୍ପାନୀ ୧,୬୦,୨୨୬ ୟୁନିଟ୍‌ ବିକ୍ରି କରିଥିଲା। ସେହିଭଳି ୨୦୨୧ ଡିସେମ୍ବରରେ କମ୍ପାନୀର ଘରୋଇ ବିକ୍ରି ୧୩% ହ୍ରାସ ପାଇ ୧,୩୦,୮୬୯ ୟୁନିଟ୍‌ ରହିଛି। ୨୦୨୦ ଡିସେମ୍ବରରେ କମ୍ପାନୀ ୧,୫୦,୨୮୮ ୟୁନିଟ୍‌ ବିକ୍ରି କରିିଥିଲା ବୋଲି ରିର୍ପୋଟରେ କୁହାଯାଇଛି।
ଅପରପକ୍ଷରେ ଇଲେକ୍ଟ୍ରୋନିକ୍‌ ଉପାଦାନଗୁଡ଼ିକର ଅଭାବ ଯୋଗୁ ଡିସେମ୍ବରରେ ଯାନବାହନ ଉତ୍ପାଦନ ଉପରେ ସାମାନ୍ୟ ପ୍ରଭାବ ପକାଇଥିଲା। ଏହି ଅଭାବ ମୁଖ୍ୟତଃ ଘରୋଇ ବଜାରରେ ବିକ୍ରି ହେଉଥିବା ଗାଡ଼ିର ଉତ୍ପାଦନକୁ ପ୍ରଭାବିତ କରିଥିଲା ବୋଲି ଏମ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବକୁ କମ୍‌ କରିବାକୁ କମ୍ପାନୀ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି କମ୍ପାନୀର ଅଲ୍ଟୋ ଏବଂ ଏସ୍‌-ପ୍ରେସୋକୁ ନେଇ ମିନି କାର୍‌ର ବିକ୍ରି ମଧ୍ୟ ୩୫% ହ୍ରାସ ପାଇ ୧୬,୩୨୦ ୟୁନିଟରେ ରହିଛି। ୨୦୨୦ର ଏହି ସମୟରେ କମ୍ପାନୀ ୨୪,୯୨୭ ୟୁନିଟ ଗାଡ଼ି ବିକ୍ରି କରିଥିଲା।
ଅବସରରେ ସ୍ବିଫ୍ଟି, ସେଲିରିଓ, ଇଗ୍ନିସ୍‌, ବାଲେନୋ ଏବଂ ଡିଜେୟାର ଭଳି ମଡେଲ ସମେତ କମ୍ପାକ୍ଟ ସେଗ୍‌ମେଣ୍ଟର ବିକ୍ରି ଡିସେମ୍ବର ୨୦୨୦ରେ ୭୭,୬୪୧ କାର୍‌ ତୁଳନାରେ ୧୧% ହ୍ରାସ ପାଇ ୬୯,୩୪୫ ୟୁନିଟରେ ପହଞ୍ଚତ୍ଛି। ୨୦୨୦ ଡିସେମ୍ବରରେ ୧,୨୭୦ ୟୁନିଟ୍‌ ତୁଳନାରେ ମଧ୍ୟମ ଆକାରର ସେଡାନ୍‌ ସିଆଜ୍‌ ବିକ୍ରି ୧,୨୦୪ ୟୁନିଟକୁ ହ୍ରାସ ପାଇଛି। ଭିଟାରା ବ୍ରେଜ୍‌ଜା, ଏସ୍‌-କ୍ରସ୍‌ ଏବଂ ଏର୍ଟିଗା ସମେତ ଅନ୍ୟ ୟୁଟିଲିଟି ଗାଡ଼ି ବିକ୍ରି ୫% ବୃଦ୍ଧି ପାଇ ୨୬,୯୮୨ ୟୁନିଟରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri