Advertisement

ଦୈନିକ ସଂକ୍ରମଣ ୧୧ ହଜାର ତଳେ…

ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧୧ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୦ ହଜାର୨୭୩ ରେ ପହଞ୍ଚିଛି। ଦେଶରେ କରୋନାରେ ଏହି ସମୟ ମଧ୍ୟରେ ୨୪୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୨୦ ହଜାର ୪୩୯ ଜଣ ସୁସ୍ଥ ହୋଇଛନ୍ତି।

ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୧ ଲକ୍ଷ ୧୧ ହଜାର ୪୭୨ ରେ ପହଞ୍ଚିିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୩ ହଜାର ୭୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୯ ଲକ୍ଷ ୧୬ ହଜାର ୧୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୨ ଲକ୍ଷ ୯୦ ହଜାର ୯୨୧ ଜଣ ସୁସ୍ଥ ହୋଇ ସାରିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୭ କୋଟି ୪୦ ଲକ୍ଷ ଟପିଛି। ସେଥିମଧ୍ୟରେ ୯୦ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୬ କୋଟି ୩୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୩,୨୬୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମ୍‌ ୯୦୧ ଏବଂ ମହାରାଷ୍ଟ୍ରରେ ୮୯୩ରେ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସାମରେ ଭୂକମ୍ପ ଝଟ୍‌କା

ଗୁଆହାଟି,୧୦।୫: ଆସାମରେ ପୁଣି ଥରେ ଭୂକମ୍ପ ଝଟ୍‌କା ଲାଗିଛି। ଏଥର ନାଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା।...

ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୬।୧୧: କରତାର୍‌ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମୋଦି ଡାକିଥିବା ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ ନାହିଁ ମମତା

କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର...

ଗୁଜରାଟ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବ ଏଏପି

ନୂଆଦିଲ୍ଲୀ,୨ ।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

ବ୍ରହ୍ମପୁର ମହାନଗର : ପ୍ରତି ୱାର୍ଡରେ ଆଳୁ, ପିଆଜ ବିକିବେ ଏସ୍‌ଏଚଜି ମହିଳା

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁର ମହାନଗରର ପ୍ରତି ୱାର୍ଡରେ ଠେଲା ଗାଡ଼ି ନେଇ ଏସ୍‌ଏଚଜି ମହିଳାମାନେ ଗୁରୁବାରୁ ଆଳୁ, ପିଆଜ ବିକିବେ ବିକ୍ରି କରିବେ। ଏହି ବ୍ୟବସ୍ଥା ବିଏମ୍‌ସି...

୪୦ ଦିନିଆ ସଂସଦୀୟ ଅଧିବଶେନରେ କେହି ମନ୍ତ୍ରୀ ବିଦେଶ ଯାତ୍ରା କରିପାରିବେ ନାହିଁ

ନୂଆଦିଲ୍ଲୀ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତେ ସାଢେ ୯ଟା ପୂର୍ବରୁ କାର୍ଯ୍ୟାଳୟ ପହଞ୍ଚିବା ଦରକାର। ଏହାସହ ମୋଦି ତାଙ୍କ...

ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତି: କରୋନା ଲଢ଼େଇରେ ସାଜିଛନ୍ତି ସୁପର ସ୍ପ୍ରେଡର !

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି ରହିଛି।...

Advertisement
Archives

Model This Week