ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର ସଂକ୍ରମଣ ସର୍ବାଧିକ ୧,୦୩,୭୬୪ ରେକର୍ଡ କରାଯାଇଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୭,୮୯୧ରେ ପହଞ୍ଚତ୍ଛି। ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ ଥିଲା ୯୭,୮୯୪।
କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୂର୍ବାପେକ୍ଷା ଦ୍ରୁତ ବେଗରେ ମାଡ଼ିଚାଲିଛି। ୮ଟି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରେ। ଗତ ୨୪ ଘଣ୍ଟାରେ ଦେଶରେ ୫୧୩ ଜଣଙ୍କ ଜୀବନ ଯାଇଛି। ନୂଆ ସଂକ୍ରମଣର ୮୦.୯୬ ପ୍ରତିଶତ ୮ଟି ରାଜ୍ୟରେ ଦେଖିବାକୁ ମିଳିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ। ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୭,୪୨,୮୧୩ରେ ପହଞ୍ଚତ୍ଛି। କେବଳ ମହାରାଷ୍ଟ୍ରରେ ୫୮.୧୯ ପ୍ରତିଶତ ମାମଲା ରହିଛି। ସେଠାରେ ଦିନକରେ ୫୭,୦୭୪ ସଂକ୍ରମିତ ହୋଇଛନ୍ତି। କରୋନା ମୃତ୍ୟୁରେ ମଧ୍ୟ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ଦିନକରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି।
ଦେଶରେ କରୋନା ସ୍ଥିତି ଉଦ୍‌ବେଗଜନକ ହୋଇଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବା ସହ ଟିକାକରଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରଥିଲେ। ମହାମାରୀର ମୁକାବିଲା ଲାଗି ଗୋଷ୍ଠୀ ସଚେତନତା ଓ ଏହାର ସମ୍ପୃକ୍ତି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସଂକ୍ରମଣ ଅତ୍ୟଧିକ ବୃଦ୍ଧି ଲାଗି ସରକାର ୩ଟି କାରଣକୁ ଦାୟୀ କରିଛନ୍ତି। କୋଭିଡ୍‌ ସତର୍କତା ନିୟମ ଠିକ୍‌ ଭାବେ ପାଳନ ନ କରିବା, ମହାମାରୀ ଜନିତ ଥକାପଣ ଏବଂ କଣ୍ଟେନମେଣ୍ଟ ନିୟମ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ ନ ହେବା ଯୋଗୁ ସଂକ୍ରମଣ ବଢ଼ୁଥିବା କୁହାଯାଇଛି। ଅତ୍ୟଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ୍‌ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ସଂକ୍ରମଣ ବଢ଼ୁଥିବାରୁ ସୁରକ୍ଷା ପଦକ୍ଷେପଗୁଡ଼ିକ କଡ଼ାକଡ଼ା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।
ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ତୁରନ୍ତ ହଟ୍‌ସ୍ପଟ ଅଞ୍ଚଳରେ କଣ୍ଟେନମେଣ୍ଟ, ମାଇକ୍ରୋ ଲକ୍‌ଡାଉନ ଲାଗୁ କରିବା ସହ ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେଶନକୁ ଜୋର୍‌ଦାର କରିବା ଲାଗି ଦିଲ୍ଲୀ ଏମ୍ସ ମୁଖ୍ୟ ତଥା ସରକାରଙ୍କ କୋଭିଡ୍‌ ଟାସ୍କଫୋର୍ସର ପ୍ରମୁଖ ସଦସ୍ୟ ଡ. ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶରେ ଲକ୍‌ଡାଉନ ଲାଗୁ ନ କରିବାକୁ ବୈଜ୍ଞାନିକ ଓ ଡାକ୍ତରମାନଙ୍କ ଫୋରମ୍‌ ସରକାରଙ୍କୁ ଅନୁରୋଧ କରିଛି। ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣା ଗରିବ ଲୋକମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ସେମାନେ କହିଛନ୍ତି। ଏହା ବଦଳରେ ସ୍ବାସ୍ଥ୍ୟସେବା ବଢ଼ାଇବା, ହସ୍ପିଟାଲ ଓ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଅଧିକ ମାନବ ସମ୍ବଳକୁ ସ୍ବାସ୍ଥ୍ୟସେବାରେ ନିୟୋଜିତ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି।
ଗୋଟିଏ ପଟେ ବିଶାଳ ରାଜନୈତିକ ରାଲିର ଆୟୋଜନ ସହ ବିଭିନ୍ନ ସ୍ଥାନରେ ଧର୍ମୀୟ ସମାବେଶ କରାଯାଉଛି। ଅନ୍ୟପଟେ ଲକ୍‌ଡାଉନ ଲାଗୁ କରିବାର ଚେତାବନୀ ଦିଆଯାଉଛି। ଏହା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଏଥିରୁ ଉଦ୍ଦେଶ୍ୟର ଗମ୍ଭୀରତା ଜଣାପଡ଼ୁନାହିଁ ବୋଲି ପ୍ରୋଗେସିଭ୍‌ ମେଡିକୋଜ୍‌ ଆଣ୍ଡ ସାଇଣ୍ଟିଷ୍ଟ ଫୋରମ୍‌ର ଅଧ୍ୟକ୍ଷ ଡ. ହର୍‌ଜିତ ସିଂ ଭଟ୍ଟି କହିଛନ୍ତି। ତେଣୁ ଉପଯୁକ୍ତ ବିଜ୍ଞାନସମ୍ମତ ନୀତି ଜରିଆରେ କରୋନା ଚିକିତ୍ସା ଓ ଟିକାକରଣ କରିବାକୁ ଫୋରମ୍‌ ପରାମର୍ଶ ଦେଇଛି। ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ଟିକା ଦେବା ଲାଗି ଫୋରମ୍‌ କହିଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଠିକା ପଦବୀ ଉଚ୍ଛେଦ କରି ସବୁ କର୍ମଚାରୀଙ୍କୁ ନିୟମିତ କରିବା ଏବଂ ଦେଶରେ ସ୍ବାସ୍ଥ୍ୟସେବାର ଘରୋଇକରଣକୁ ବନ୍ଦ କରିବା ଉପରେ ଭଟ୍ଟି ଜୋର୍‌ ଦେଇଛନ୍ତି।

ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ଲକ୍‌ଡାଉନ

 

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ନାଇଟ କର୍ଫୁ ଲାଗୁ କରିବା ସହ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ସୋମବାରଠାରୁ ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହିତ ଶୁକ୍ରବାର ରାତି ୮ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ରବିବାର ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୩୦ ଯାଏ ଗାଇଡ୍‌ଲାଇନ କଡ଼ାକଡ଼ି ଲାଗୁ ହେବ। ନାଇଟ କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକଙ୍କୁ ଯାତାୟାତ ଅନୁମତି ମିଳିବ। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କେବଳ ଖାଦ୍ୟ ପାର୍ସଲ ବିକ୍ରି କରିପାରିବେ। ସେଠାରେ ଖାଇବା ପାଇଁ ଅନୁମତି ମିଳିବ ନାହିଁ। ଥିଏଟର, ପାର୍କ ଆଦି ବନ୍ଦ ରହିବ। ଏହା ସର୍ବସମ୍ମତ ନିଷ୍ପତ୍ତି। ଗାଇଡ୍‌ଲାଇନକୁ ସମସ୍ତେ ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ ନଓ୍ବାବ ମଲିକ କହିଛନ୍ତି। ଦେଶରେ ମୋଟ ନୂଆ ସଂକ୍ରମଣର ଅର୍ଦ୍ଧାଧିକ କେବଳ ମହାରାଷ୍ଟ୍ରରେ। ଶନିବାର ମହାରାଷ୍ଟ୍ରରୁ ୫୭,୦୭୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?