କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ରାଜସ୍ଥାନର ତୈଳ ଏବଂ ବାଷ୍ପ ବ୍ଲକରୁ କମ୍ପାନୀ ଲାଭ କରିଥିବା ଉଚ୍ଚ ପରିମାଣର ଲାଭ ବାବଦକୁ ସରକାରଙ୍କୁ ଟିକସ ଦେବାକୁ ହେବ ବୋଲି ଦିଲ୍ଲୀ ହାଇକୋର୍ଟ ନିକଟରେ ହୋଇଥିବା ଶୁଣାଣିରେ କହିଛନ୍ତି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ଯେତେ ଅବଧିର ଲାଇସେନ୍ସ ପାଇଥିଲା ତା’ର ଅବଧି ବଢିବାରୁ ଲାଭବାନ ହୋଇଛି। ଏଣୁ ବିଭିନ୍ନ ଦିଗକୁ ବିଚାର କରି ସରକାର ଏହି କମ୍ପାନୀଠାରୁ ଟିକସ ଆଦାୟ କରିବେ ବୋଲି ପ୍ର୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କମ୍ପାନୀ ଏହାର ବାର୍ମର ବେସିନ ଲାଗି ୨୫ ବର୍ଷ ପାଇଁ ଲାଇସେନ୍ସ ଲାଭ କରିଥିଲା। ୨୦୨୦ ମେ ୧୫ରେ ଏହାର ଅବଧି ଶେଷ ହୋଇଛି। ଏ କ୍ଷେତ୍ରରେ କମ୍ପାନୀକୁ ୮ ଥର ଅନ୍ତରୀଣ ଲାଇସେନ୍ସ ଅବଧି ବଢାଯାଇଛି ବୋଲି ଅଧିକାରୀ ଜଣକ ନାମ ଗୋପନ ରଖି ଏହା କହିଛନ୍ତି। ଏହି କମ୍ପାନୀକୁ ଭାରତ ରିକଭରି ନୋଟିସ ଜାରି କରିବେ ବୋଲି ଜଣାପଡିଛି। କାରଣ ଦିଲ୍ଲୀ ହାଇକୋର୍ଟ ସରକାରଙ୍କ ନୀତିକୁ ଠିକ୍‌ ଭାବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ସ୍ଥାପନ ହେବ ୨୨ ହଜାର ଇଭି ଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ...

ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୧.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ସେପ୍ଟେମ୍ବରରେ ୧୧୮.୧ ପଏଣ୍ଟ ଥିଲା। ଏହା ଅକ୍ଟୋବରରେ ୧୧୯.୫ ପଏଣ୍ଟକୁ ବଢିଛି। ତାଳଚେର,...

୫୧ ଗ୍ରାହକଙ୍କ ଭିଟାରା ବ୍ରିଜା ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୭-୬(ବ୍ୟୁରୋ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ଲୋକପ୍ରିୟ ଏସ୍‌ୟୁଭି ମଡେଲ ‘ଭିଟାରା ବ୍ରିଜା’ର ସମୂହ ଡେଲିଭରି ପ୍ରଦାନ କରାଯାଇଛି। ସ୍ଥାନୀୟ ଏକ ହୋଟେଲରେ...

କଠିନ ପରିଶ୍ରମ, ଧର୍ଯ୍ୟ, ନିଷ୍ଠା ଦେଇଛି ସଫଳତା; ରୁଚି ମସଲା ପ୍ରତିଷ୍ଠାତା

ଓଡ଼ିଶା ବାଣିଜ୍ୟ ଇତିହାସରେ ମସଲା ରପ୍ତାନି ବହୁ ପୁରାତନ। ଦେଶ ବିଦେଶରେ ଓଡ଼ିଶା ମସଲାର ଖୁବ ଆଦର ରହି ଆସିଛି। ଓଡିଶା ମସଲାକୁ ଦେଶ ବିଦେଶରେ...

ପିଏମ୍‌ସି ବ୍ୟାଙ୍କ ଉପରେ ଲାଗିଲା କଟକଣା;ଗ୍ରାହକ ଏକାଥରକେ ଉଠାଇପାରିବେ ୧୦୦୦ ଟଙ୍କା

ମୁମ୍ବାଇ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍ଥିକ ଅନୀୟମିତତା ଅଭିଯୋଗରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଲିମିଟେଡ(ପିଏମ୍‌ସି ବ୍ୟାଙ୍କ), ମୁମ୍ବାଇର ଦୈନନ୍ଦିନ କାର୍ଯ୍ୟ ଉପରେ ୬...

୧୪% ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଜିଡିପି

ନୂଆଦିଲ୍ଲୀ,୧୯।୯: କୋଭିଡ୍‌-୧୯ ସଂକ୍ରମଣ ବର୍ତ୍ତମାନ ଦ୍ରୁତ ହୋଇଛି। ଗତ ୬ ମାସ ଧରି କ୍ଷତିଗ୍ରସ୍ତ ହୋଇ ରହିଥିବା ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବାରେ ଏହା ଆହୁରି...

ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଚିନ୍ତା; ଅର୍ଥନୀତିଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମାନସ ମନ୍ଥନ

ନୂଆଦିଲ୍ଲୀ,୨୩-୬: ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହିତ ଦେଶର ଆର୍ଥିକ ପରିସ୍ଥିତି ଉପରେ ମାନସ ମନ୍ଥନ...

Advertisement


Archives

Model This Week