Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଆନୁଷ୍ଠାନିକ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।
ବୃଷ
ବୃଷ
ଆଜିର ଯାତ୍ରା ଖର୍ଚ୍ଚ ସକାଶେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡ଼ିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
ମିଥୁନ
ମିଥୁନ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅବଶ୍ୟ ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପଡିବ। ସମ୍ମାନହାନି କାରଣରୁ ବନ୍ଧୁଙ୍କ ଉପରେ ଖପ୍ପା ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହି ପାରନ୍ତି। ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟକୁ ଆପଣାର କରି ପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆଜିର ଯାତ୍ରା,ଭ୍ରମଣ ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଆରୋଗ୍ୟ,ସରକାରୀ ଅନୁକମ୍ପା, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରାଇବ। ପରିସ୍ଥିତିରେ ପଡି ଇଚ୍ଛା ନ ଥାଇ ମଧ୍ୟ ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟରେ ବିଭିନ୍ନ କୌଶଳ ଆପଣାଇବେ। ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବିବ୍ରତ ହେବେ।
କନ୍ୟା
ଆଜି ଯାହା ମନକୁ ଆସୁଛି କରି ଚାଲନ୍ତୁ କୌଣସି ଅସୁବିଧା ହେବନାହିଁ। ଆଲୋଚନା ପରିସରରେ, ବନ୍ଧୁଗହଣରେ, ଯାତ୍ରା କାଳରେ ସହାନୁଭୂତି ଲାଭକରିବେ। ଶନିଙ୍କ ସ୍ଥିତି ଅର୍ଥ କିମ୍ବା ମତମନ୍ତବ୍ୟକୁ ନେଇ କଳହ ସୃଷ୍ଟି ସୂଚନା ରହିଛି। ଯାନାବହନରେ ଯାନ୍ତ୍ରିକ ତ୍ରୁଟି ଆପଣଙ୍କ ଯାତ୍ରାକୁ ବିଳମ୍ବିତ କିମ୍ବା ସ୍ଥଗିତ କରିଦେଇପାରେ।
ତୁଳା
ତୁଳା
ପାରିବାରିକ ଜୀବନରେ ବ୍ୟତିକ୍ରମ ଥିଲେ ମଧ୍ୟ ଆଜିର କାମ ସକାଶେ କୌଣସି ଫରକ ପଡିବ ନାହିଁ। ଶିଳ୍ପ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ଯାତ୍ରା, ଆନୁଷ୍ଠାନିକ କାମ ଓ ଆଲୋଚନା ପରିସରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କ୍ରୀଡା, ସାହିତ୍ୟ, ସଙ୍ଗୀତାଦି ଶୁକ୍ରଙ୍କ ବିଳାସ ସ୍ଥାନାରୋହଣରୁ ଭଲ ରହିବ।
ବିଛା
ବିଛା
ଦେହରେ ବଳ ଓ ମନରେ ଧୈର୍ଯ୍ୟଥିଲେ ମଧ୍ୟ ଅପୂରଣୀୟ ଅଭିଳାଷ ଆପଣଙ୍କ ମାନସିକ ସ୍ଥିତିକୁ ନିରୁତ୍ସାହିତ କରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ଆପଣଙ୍କ ସୌଭାଗ୍ୟରେ ନିଜର ପାଖ ଲୋକ ମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରି ପାରନ୍ତି ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ କିନ୍ତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣାପୋଷଣ କରି ଦୂରେଇ ରହିବ। ଶିଳ୍ପ, ପରିବହନ ଏବଂ ରପ୍ତାନି ବାଣିଜ୍ୟରେ ଉନ୍ନତିଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ପାରିବାରିକ କ୍ଷେତ୍ରରେ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। କର୍ମକ୍ଷେତ୍ରରେ ପୂର୍ବସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ଉଚ୍ଚସମ୍ମାନ ଓ ଭୂରିଭୂରି ପ୍ରଶଂସାରେ ନିଜକୁ ଭାଗ୍ୟବାନ୍‌ ମନେକରିବେ। ଆତ୍ମୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ସୂଚନା ରହିଛି। ବୁଝାମଣାର ଅଭାବଜନିତ ପରିବାରରେ ଛୋଟକଥାକୁ ନେଇ କଳହ ସୃଷ୍ଟିର ଆଶଙ୍କା ରହିଛି। ପରିବାରରେ ପୁତ୍ରକନ୍ୟାଙ୍କ ଆବଶ୍ୟକତା କିମ୍ବା ଇଚ୍ଛା ପୂରଣ ଅଭବାରୁ ଚିନ୍ତିତ ରହିପାରନ୍ତି।
ମୀନମୀନ
ପୂର୍ବର ସମସ୍ୟା ଦୂରେଇ ଯାଉଥିବାରୁ ମାନସିକ ସ୍ତରରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରର ସ୍ଥିତି, ପାରିବାରିକ ପରିସ୍ଥିତି ଭଲ ରହିବା ସହ ଆଜିର ଯାତ୍ରାରୁ ମଧ୍ୟ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଈର୍ଷା ପରାୟଣ ମନୋଭାବ ନେଇ ନିଜ ଲୋକମାନେ ଅପପ୍ରଚାର ଚଳାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri