Posted inRasifala, Trending

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଆନୁଷ୍ଠାନିକ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ।
ବୃଷ
ବୃଷ
ଆଜିର ଯାତ୍ରା ଖର୍ଚ୍ଚ ସକାଶେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ସାହାଯ୍ୟ ଲାଭକରି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେବାକୁ ପଡ଼ିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
ମିଥୁନ
ମିଥୁନ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅବଶ୍ୟ ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବାଣିଜ୍ୟ,ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପଡିବ। ସମ୍ମାନହାନି କାରଣରୁ ବନ୍ଧୁଙ୍କ ଉପରେ ଖପ୍ପା ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ର ଏବଂ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହି ପାରନ୍ତି। ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟକୁ ଆପଣାର କରି ପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆଜିର ଯାତ୍ରା,ଭ୍ରମଣ ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ଆରୋଗ୍ୟ,ସରକାରୀ ଅନୁକମ୍ପା, ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରାଇବ। ପରିସ୍ଥିତିରେ ପଡି ଇଚ୍ଛା ନ ଥାଇ ମଧ୍ୟ ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟରେ ବିଭିନ୍ନ କୌଶଳ ଆପଣାଇବେ। ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବିବ୍ରତ ହେବେ।
କନ୍ୟା
ଆଜି ଯାହା ମନକୁ ଆସୁଛି କରି ଚାଲନ୍ତୁ କୌଣସି ଅସୁବିଧା ହେବନାହିଁ। ଆଲୋଚନା ପରିସରରେ, ବନ୍ଧୁଗହଣରେ, ଯାତ୍ରା କାଳରେ ସହାନୁଭୂତି ଲାଭକରିବେ। ଶନିଙ୍କ ସ୍ଥିତି ଅର୍ଥ କିମ୍ବା ମତମନ୍ତବ୍ୟକୁ ନେଇ କଳହ ସୃଷ୍ଟି ସୂଚନା ରହିଛି। ଯାନାବହନରେ ଯାନ୍ତ୍ରିକ ତ୍ରୁଟି ଆପଣଙ୍କ ଯାତ୍ରାକୁ ବିଳମ୍ବିତ କିମ୍ବା ସ୍ଥଗିତ କରିଦେଇପାରେ।
ତୁଳା
ତୁଳା
ପାରିବାରିକ ଜୀବନରେ ବ୍ୟତିକ୍ରମ ଥିଲେ ମଧ୍ୟ ଆଜିର କାମ ସକାଶେ କୌଣସି ଫରକ ପଡିବ ନାହିଁ। ଶିଳ୍ପ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ଯାତ୍ରା, ଆନୁଷ୍ଠାନିକ କାମ ଓ ଆଲୋଚନା ପରିସରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କ୍ରୀଡା, ସାହିତ୍ୟ, ସଙ୍ଗୀତାଦି ଶୁକ୍ରଙ୍କ ବିଳାସ ସ୍ଥାନାରୋହଣରୁ ଭଲ ରହିବ।
ବିଛା
ବିଛା
ଦେହରେ ବଳ ଓ ମନରେ ଧୈର୍ଯ୍ୟଥିଲେ ମଧ୍ୟ ଅପୂରଣୀୟ ଅଭିଳାଷ ଆପଣଙ୍କ ମାନସିକ ସ୍ଥିତିକୁ ନିରୁତ୍ସାହିତ କରିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ଆପଣଙ୍କ ସୌଭାଗ୍ୟରେ ନିଜର ପାଖ ଲୋକ ମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରି ପାରନ୍ତି ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ କିନ୍ତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣାପୋଷଣ କରି ଦୂରେଇ ରହିବ। ଶିଳ୍ପ, ପରିବହନ ଏବଂ ରପ୍ତାନି ବାଣିଜ୍ୟରେ ଉନ୍ନତିଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ପାରିବାରିକ କ୍ଷେତ୍ରରେ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। କର୍ମକ୍ଷେତ୍ରରେ ପୂର୍ବସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପରିସ୍ଥିତି ଯାହା ହେଉନା କାହିଁକି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ଉଚ୍ଚସମ୍ମାନ ଓ ଭୂରିଭୂରି ପ୍ରଶଂସାରେ ନିଜକୁ ଭାଗ୍ୟବାନ୍‌ ମନେକରିବେ। ଆତ୍ମୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ସୂଚନା ରହିଛି। ବୁଝାମଣାର ଅଭାବଜନିତ ପରିବାରରେ ଛୋଟକଥାକୁ ନେଇ କଳହ ସୃଷ୍ଟିର ଆଶଙ୍କା ରହିଛି। ପରିବାରରେ ପୁତ୍ରକନ୍ୟାଙ୍କ ଆବଶ୍ୟକତା କିମ୍ବା ଇଚ୍ଛା ପୂରଣ ଅଭବାରୁ ଚିନ୍ତିତ ରହିପାରନ୍ତି।
ମୀନମୀନ
ପୂର୍ବର ସମସ୍ୟା ଦୂରେଇ ଯାଉଥିବାରୁ ମାନସିକ ସ୍ତରରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରର ସ୍ଥିତି, ପାରିବାରିକ ପରିସ୍ଥିତି ଭଲ ରହିବା ସହ ଆଜିର ଯାତ୍ରାରୁ ମଧ୍ୟ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଈର୍ଷା ପରାୟଣ ମନୋଭାବ ନେଇ ନିଜ ଲୋକମାନେ ଅପପ୍ରଚାର ଚଳାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?