ମେଷ

ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି ନୂତନ ସନ୍ଦେଶ ଦେଇପାରନ୍ତି। ଅବଶ୍ୟ ଆଜିର ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି ।
ବୃଷ

ପରିବାରର ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ପଡ଼ୋଶୀ, ବନ୍ଧୁ ପରିଜନଙ୍କ ଆଶ୍ୱାସନା ଓ ପ୍ରତିଶ୍ରୁତି ମନରେ ଆଶା ସଂଚାର କରିବ। କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତିକୁ କେନ୍ଦ୍ରକରି ସହକର୍ମୀଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ଆଶା କ୍ଷୀଣ ହୋଇପାରେ ।
ମିଥୁନ

ହିତାକାଂକ୍ଷୀ ପଦାଧିକାରୀଙ୍କ ଆଶ୍ୱାସନାମୂଳକ ପ୍ରତିଶ୍ରୁତିରୁ ଖୁସି ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟ, ପରିବହନ, ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ସୁଫଳପ୍ରାପ୍ତି ହୋଇପାରେ। କୌଣସି ଜିନିଷଟି ପାଇଁ ପାଖ ପଡ଼ୋଶୀଙ୍କ ମଧ୍ୟରେ ତର୍କ ଓ ବିବାଦ ବୃଦ୍ଧି ପାଇବାର ସୂଚନା ରହିଛି।
କର୍କଟ

ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆତ୍ମତୃପ୍ତି ଅନୁଭବ କରିବେ। ଦୀର୍ଘଦିନର ଆଶା ଫଳବତୀ ହେବାରୁ ମନ ପ୍ରଫୁଲ୍ଲ ହୋଇଯିବ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଶାରୀରିକ ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ

ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କ କାରଣରୁ ସମସ୍ୟା ଆଶଙ୍କାରେ ବିବ୍ରତ ହେବେ। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ କଲେ ଉପକୃତ ହେବେ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ବିରେଧୀ ହେବେ। ଅର୍ଥନୈତିକ, ସାମାଜିକ ଓ ପାରିବାରିକ ସ୍ଥିତି ଭଲ ରହିବାର ଆଶା କରାଯାଇପାରେ।
କନ୍ୟା

କର୍ମକ୍ଷେତ୍ରରେ ଅନ୍ୟମାନଙ୍କର ସହମତି ନେଇ କାମ କଲେ ସଫଳତା ପାଇପାରନ୍ତି। ପରିବାରରେ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ବିବାଦୀୟ ଘଟଣା ଓ ମାଲିମକଦ୍ଦମା ସମାଧାନ ହୋଇଯିବାରୁ ଆତ୍ମତୃପ୍ତି ମିଳିବ। ଭଲ ସମ୍ପର୍କ ନ ଥିବା କୌଣସି ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା

ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ଅର୍ଥ, ସମ୍ମାନ ମାଧ୍ୟମରେ ସାମାଜିକ ପ୍ରତିଷ୍ଠା ଲାଭକରିବେ। ଅନ୍ୟର ପ୍ରରୋଚନାରେ ପଡି ଭୁଲ୍ ମାର୍ଗର ଅନୁସରଣ କଲେ ବିପରୀତ ପରିସ୍ଥିତି ସୃଷ୍ଟି ହେବ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟିବ। ସ୍ବାସ୍ଥ୍ୟ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ବିଛା

ନିଜଲୋକଙ୍କ ଅନାଦର ଭାବ ଆପଣଙ୍କୁ ସାମୟିକ ଭାବପ୍ରବଣତାରେ ହଜାଇ ଦେଇପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ସାମାଜିକ ସ୍ତରରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଅଭୀଷ୍ଟ ସିଦ୍ଧି ଘଟିବାରେ ଅସୁବିଧା ହେବନାହିଁ। କଳା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତ
ଧନୁ

ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ହେତୁ ମାନସିକ ସୁସ୍ଥତା ହରାଇପାରନ୍ତି। ପାରିବାରିକ, ଅର୍ଥନୈତିକ ତଥା ପ୍ରଶାସନିକ ସ୍ତରରେ ସମସ୍ୟା ସମଧାନ ହୋଇଯିବ। ପରୋକ୍ଷ ଶତ୍ରୁତାରୁ ସାମାଜିକ କ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷାପାଇବେ।
ମକର

ବନ୍ଧୁଙ୍କ ସହ ନିବିଡ଼ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ ପ୍ରତିରୋଧର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଆକସ୍ମିକ ଭାବେ ପଡ଼ୋଶୀଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ କିନ୍ତୁ ଆଜି କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରିବା ଠିକ୍ ହେବନାହିଁ।
କୁମ୍ଭ

ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ଧାରକରଜ କରିବାକୁ ପଡ଼ିପାରେ। ଇଲେକ୍ଟ୍ରୋନିକ୍ସ କିମ୍ବା କାମଧନ୍ଦା ଓ ଶିକ୍ଷାରେ ସଫଳତା ଲାଭ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବା ପୂର୍ବରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନ
କୌଣସି ନୂତନ କର୍ମାରମ୍ଭ ସାହାଯ୍ୟ, ସହଯୋଗ ମାଧ୍ୟମରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ରାଜନୈତିକ ସ୍ତରରେ ହଠାତ୍ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.