ମେଷ

ଆଜି ରାଜନୀତି, ଆଇନ, ଅଦାଲତ ତଥା ସାଂଗଠନିକ କାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟଟି ବିଶେଷ ଅନୁକୂଳ ନୁହେଁ। ତଥାପି କୃତ୍ତିକା ନକ୍ଷତ୍ର ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ।
ବୃଷ

ଦୂରଭିଷନ୍ଧି ରଖି ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। ମନକୁ ପାଉ ନ ଥିବା ଆଲୋଚନା କ୍ଷେତ୍ରରେ ସହମତ ହୋଇ ନ ପାରନ୍ତି। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ

ସାମାନ୍ୟ ବ୍ୟତିକ୍ରମ ଓ ଉଚ୍ଚବାଚ୍ଚ ମଧ୍ୟରେ ଆଶା କରୁଥିବା ଜିନିଷଟି ପାଇପାରିବେ। ପାରିବାରିକ ଅସ୍ଥିରତାକୁ ନିୟନ୍ତ୍ରଣରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆଇନ, ଅଦାଲତ, ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
କର୍କଟ

କାର୍ଯ୍ୟବ୍ୟସ୍ତତା ଟେନ୍ସନକୁ ବଢ଼ାଇବ। କିନ୍ତୁ ଲୁହା ଦେଖି ପାଣିଦେବା ନ୍ୟାୟରେ ମନକୁ ପାଇଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣାର କରିପାରିବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ପୁନର୍ବସୁ ନକ୍ଷତ୍ର ଆକସ୍ମିକ ଭାବରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି।
ସି˚ହ

ଆଜି ଅର୍ଥବ୍ୟୟ, ଦୂରଯାତ୍ରା, ଶତ୍ରୁତାର ସମାଧାନ ଓ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରି ପରେ ଅନୁତାପ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କନ୍ୟା

ଆଜି ଯେତିକି ପାଇବେ ଦୁଇଗୁଣା ଖର୍ଚ୍ଚକରି ମନସ୍ତାପ କରିପାରନ୍ତି। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ବାଧିଲା ଭଳି କଥା କହିପାରେ। ହସ୍ତା ନକ୍ଷତ୍ର ବନ୍ଧୁମହଲରେ କାର୍ଯ୍ୟକଳାପ ଓ ଦକ୍ଷତାକୁ ନେଇ ପରୋକ୍ଷ ପ୍ରଶଂସିତ ହୋଇପାରନ୍ତି। ଅଫିସରେ ସହକର୍ମୀଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ତୁଳା

ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନାହିଁ। ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ପରକ୍ଷଣରେ ସହଯୋଗ କରିବେ। ସ୍ବାତୀ ନକ୍ଷତ୍ର ଧର୍ମଚର୍ଚ୍ଚା ପ୍ରତି ମନ ବଳାଇବେ।
ବିଛା

ନୂଆକରି ଆରମ୍ଭ କରିବାକୁ ଯାଉଥିବା କାମରେ ଆତ୍ମୀୟଙ୍କ ସହାୟତା ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରି ସଫଳ ହେବେ। ଅନୁରାଧା ନକ୍ଷତ୍ରର ନୂତନ ସ୍ଥାନ ପରିଦର୍ଶନ ପାଇଁ ମଉକା ଜୁଟିପାରେ। ଜମିଜମା କିଣା ବିକା କ୍ଷେତ୍ରରେ ପରିବାର ସଦସ୍ୟ ବିରୋଧ କରିପାରନ୍ତି।
ଧନୁ

କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗିରହିବ। ଅଫିସରେ ସହକର୍ମୀମାନଙ୍କ ସହ ଖୁସିରେ ସମୟ କଟିଯିବ। ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିବେ। ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର

ମନରେ ସାହସ ବାନ୍ଧି ଦୁରୂହ କାମରେ ମୁଣ୍ଡ ପୂରାଇ ପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଜଣେ ବନ୍ଧୁ ଆପଣଙ୍କୁ ଅର୍ଥ ପ୍ରଦାନ କରିବେ। କୌଣସି ବ୍ୟକ୍ତିଙ୍କ ଠାରୁ ହଠାତ୍ କୌଣସି ଖବର ପାଇ ବିଚଳିତବୋଧ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ

ପ୍ରତ୍ୟେକ କ୍ଷେତ୍ରରେ ଆଜିର କାମ ଓ କଥାରେ ସଂଯମତା ରକ୍ଷା କରିବା ଭଲ ହେବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ତର୍କ, ବିତର୍କ କାରଣରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। କ୍ରୀଡା, ସଙ୍ଗୀତ ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନ
ସ୍ଥଗିତ ରହିଯାଇଥିବା କାମ ସମ୍ପନ୍ନ କରିବାକୁ ଚେଷ୍ଟା କରିପାରନ୍ତି। ପାରିବାରିକ ସ୍ତରରେ ପିଲାମାନଙ୍କ ପାଇଁ ମନ ଅସ୍ଥିର ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଉତ୍ତରଭାଦ୍ରପଦ ନକ୍ଷତ୍ର ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.