Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ବିଭିନ୍ନ ପାରିବାରିକ କାରଣକୁ ନେଇ ମାନସିକ ଅସ୍ଥିରତା ଲାଗି ରହିବ, ଯାହା ପିଲାମାନଙ୍କୁ କେନ୍ଦ୍ରକରି ସୃଷ୍ଟିହେବାର ବହୁତ ସମ୍ଭାବନା ରହିଛି। ପୁନଶ୍ଚ କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହ କଳହର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କଳା, ସାହିତ୍ୟରେ ସ୍ଥିତି କେତେକାଂଶରେ ଭଲ ରହିବ।
ବୃଷ
ବୃଷ
ପ୍ରିୟବନ୍ଧୁଙ୍କ ସହାୟତାରେ ସୌଖୀନ ଦ୍ରବ୍ୟ, କାବ୍ୟ ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, କ୍ରୀଡ଼ାରେ ନୈପୁଣ୍ୟତା ପ୍ରଦାନ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ ଓ ମାନସିକ ଶାନ୍ତି ଫେରିପାଇବେ। ଦ୍ୱାଦଶସ୍ଥ ରାହୁଙ୍କ କୁପ୍ରଭାବରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଗତକାଲି ଯେଉଁ ବିଷୟ ଚିନ୍ତା କରୁଥିଲେ ଆଜି ତାହା କାମରେ କରି ଦେଖାଇପାରନ୍ତି। ଶନିଙ୍କ ଦୃଷ୍ଟିରେ ଶୁକ୍ର ହେତୁ ପାରିବାରିକ ଓ ଅର୍ଥ ସମ୍ପର୍କକୁ ନେଇ ଭାବପ୍ରବଣତା ବୃଦ୍ଧି ପାଇବ। ବ୍ୟବସାୟ, ପରିବହନ, ନିର୍ମାଣ କାର୍ଯ୍ୟ ଶୃଙ୍ଖଳିତ ହେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କର୍କଟ
କର୍କଟ
ବୃହସ୍ପତି ଉନ୍ନତ ଭାବନା ଜାଗ୍ରତ କରାଇବା ସମୟରେ ଶନି ପ୍ରଭାବରୁ ସ୍ବାସ୍ଥ୍ୟ ହାନି ହେବ। କେତେକ କ୍ଷେତ୍ରରେ ଦୂରଭିଷନ୍ଧି ରଖି କାର୍ଯ୍ୟ କରିବାର ପ୍ରବୃତ୍ତି ମନରେ ସ୍ଥାନ ପାଇବ। ଅବଶ୍ୟ ଆପଣଙ୍କର ଅତି ପ୍ରିୟବନ୍ଧୁ ପାଖରୁ ପ୍ରେରଣା ଲାଭ କରିବେ। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି।
ସି˚ହ
ସି˚ହ
ଆଜି ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପୁନଶ୍ଚ କର୍ମକ୍ଷେତ୍ରରେ କୌଣସି ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି । ପୁରାତନ ଗୃହ, ଯାନବାହନ ମରାମତି ପାଇଁ ମନସ୍ଥ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଅନୁସନ୍ଧାନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
କନ୍ୟା
ବିଭିନ୍ନ ପୁରୁଣା ସମସ୍ୟା ଲାଗି ରହିଥିବାରୁ ମାନସିକ ସୁସ୍ଥତା ରହି ନ ପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହା ସମସ୍ୟାକୁ ବଢ଼ାଇ ଦେଇପାରେ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ତୁଳା
ତୁଳା
ଆଜିର ଅପରାହ୍ନ ସମୟରେ ଜଣେ ବନ୍ଧୁ ହଠାତ୍‌ ଆସି ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ଅଫିସ୍‌ରେ ନାହିଁ ନାହିଁ କରୁଥିଲେ ମଧ୍ୟ ଓ ସହକର୍ମୀ ରାଗିଲେ ସୁଦ୍ଧା କାମଟି କରିଦେବେ। ସାମାଜିକସ୍ତର ତଥା ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବନାହିଁ।
ବିଛା
ବିଛା
କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଦୀର୍ଘଦିନରୁ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କିନ୍ତୁ ଶନିଙ୍କ କୁପ୍ରଭାବ କାରଣରୁ ବାଣିଜ୍ୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାର ଅବସାନ ଘଟିବ, କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ।
ଧନୁ
ଧନୁ
ମନରେ ଭାବୁଥିବା କଥାଟି କାର୍ଯ୍ୟରେ ପରିଣତ କଷ୍ଟକର ମନେହେବ। ପୂର୍ବାଷାଢ଼ା ନକ୍ଷତ୍ର ପାଇଁ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ କାମ ହାସଲକୁ ତ୍ୱରାନ୍ବିତ କରିବ। ଅଫିସ୍‌ରେ ଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଭୁଲ୍‌ ଖବରଟି ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମକର
ମକର
ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ବନ୍ଧୁଙ୍କ ସାହାଯ୍ୟ, ପ୍ରତିଶ୍ରୁତି ପାଇ ମନୋବଳ ବୃଦ୍ଧି ପାଇବ। ଆପଣ ସେହି କଥାକୁ ଖାତିର ନ କରି କାମ କରନ୍ତୁ, କିଛି ଅସୁବିଧା ହେବନାହିଁ। ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ରହିବନି। ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ। ଅପ୍ରିୟ ସତ୍ୟ ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। ବିଭିନ୍ନ ପ୍ରତିବନ୍ଧକକୁ ସାମ୍‌ନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହେବେ। ଶତଭିଷା ନକ୍ଷତ୍ର ପାଇଁ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମୀନମୀନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ କିନ୍ତୁ ତରବର ହୋଇ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢ଼ିଚାଲିବ, ଫଳରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?