Posted inRasifala

ରାଶିଫଳ: ଶୁକ୍ରବାର , ଜୁଲାଇ 15 ତାରିଖ – Daily Horoscope

ମେଷ
ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଚିନ୍ତାର କାରଣ ହୋଇପାରେ ।
ବୃଷ
ବୃଷ
ଗତକାଲିର ଅଧୁରା କାମକୁ ଆଜି ସମ୍ପୂର୍ଣ୍ଣ କରିବାରେ ଲାଗିପଡ଼ିବେ। କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଆର୍ଥତ୍କ ସମସ୍ୟା କେତେକ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେଇପାରେ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଆଶା ପୂରଣ ହେବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
କର୍କଟ
କଥାବାର୍ତ୍ତାରେ ସଂଯମତା ଅବଲମ୍ବନ କରନ୍ତୁ, ନତୁବା ସାଧାରଣ କଥାରେ କଳହ ଲାଗିବାର ଆଶଙ୍କା ରହିଛି। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଆକସ୍ମିକ ଭାବେ ବନ୍ଧୁଙ୍କ ଡାକରା ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ ।
ସି˚ହ
ସି˚ହ
ଯୁଦ୍ଧକାଳୀନଭିତ୍ତିରେ ଅଟକି ରହିଥିବା କାମଗୁଡ଼ିକୁ ସମ୍ପନ୍ନ କରିବାକୁ ପଡ଼ିବ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବାର ସୂଚନା ରହିଛି। ପାଖ ପଡ଼ୋଶୀଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆବଶ୍ୟକତା ଅନୁଯାୟୀ ଘରର ବରାଦକ୍ରମେ ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରତିବନ୍ଧକଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
ତରତର ହୋଇ କିଛି କରନ୍ତୁ ନାହିଁ, ଯାହାକି କାମକୁ ବିଗାଡ଼ି ଦେଇପାରେ। ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପାରିବାରିକ କ୍ଷେତ୍ରରେ ଭାଇଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତି ରହିବ। ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବିଚ୍ଛିନ୍ନ ହୋଇପାରେ।
ଧନୁ
ଧନୁ
କଠିନ ଶ୍ରମ ଓ ପରିଶ୍ରମଜନିତ ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାର ସମାଲୋଚନା କରିପାରନ୍ତି। ବହୁତ ଦିନରୁ ରହିଯାଇଥିବା କାମଗୁଡ଼ିକ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ବହୁତ ବାଧା ବିଘ୍ନର ସମ୍ମୁଖୀନ ହେବେ।
କୁମ୍ଭ
କୁମ୍ଭ
ସ୍ବାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ସକାଳ ସମୟଟି ପ୍ରାୟତଃ ଭଲ ରହିବ।
ମୀନମୀନ
ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସମର୍ଥ ହେବେ । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି। ଧୈର୍ଯ୍ୟଧରି ସମସ୍ୟାର ସମାଧାନ ଚେଷ୍ଟା ଅବ୍ୟାହତ ରଖିଲେ ସଫଳ ହୋଇପାରିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

ରାଶିଫଳ: ସୋମବାର, ଜୁନ୍ ୨୨ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସି ରହିବେ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା…

ରାଶିଫଳ: ରବିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ…

ରାଶିଫଳ: ଶନିବାର, ଜୁନ୍ ୨୦ ତାରିଖ – Daily Horoscope

ମେଷ ଆଜି ପୂର୍ବ ସମସ୍ୟାକୁ ଦୂରେଇ ନେଇ କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ଖୁସି କରାଇବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri