ମେଷ

ସ୍ବଗୃହୀ ମଙ୍ଗଳଙ୍କ ପ୍ରଭାବରେ ଦୈହିକ ସୁସ୍ଥତା ସହ କର୍ମକ୍ଷେତ୍ର ଏବଂ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ। ବନ୍ଧୁମାନଙ୍କ ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ନୂତନ ଉତ୍ସାହର ସହ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଆଜି ଦିନ ଭିତରେ ଯାହାକୁ ଯାହା କହିଲେ କଥା ରହିବ ଓ ଆର୍ଥିକ ସଙ୍କଟ ଦୂରୀଭୂତ ହୋଇଯିବ।
ବୃଷ

ରାଶ୍ୟାଧିପଙ୍କ ସହ ସପ୍ତମ କର୍ମାଧିପଙ୍କ ସଂଯୋଗରୁ ସୁବିଧାଜନକ ସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ସହ ନିକଟ ସମ୍ପର୍କୀୟ ମାନଙ୍କୁ ନିଜ କାମରେ ବିନିଯୋଗ କରାଇବେ। ପୁଅ, ବୋହୂଙ୍କ ମଧ୍ୟରେ ମାନସିକ ଅସ୍ଥିରତା ଦୂରୀଭୂତ ପାଇଁ ପ୍ରଯନତ୍ କରିବେ। କେତୁଙ୍କ ପ୍ରଭାବରେ କୌଣସି ଭୁଲ୍ କରି ଅନୁତପ୍ତ ହେବେ।
ମିଥୁନ

ବୁଧାଦିତ୍ୟ ଯୋଗ ସହ ଧନାଧିପଙ୍କ ସମ୍ବନ୍ଧରୁ କାର୍ଯ୍ୟସିଦ୍ଧି ସାଙ୍ଗକୁ ବିବାଦରେ ବିଜୟୀ କରାଇବେ। ରାଜନୈତିକ ଗ୍ରହ ରବି ଓ ରାହୁଙ୍କ ପ୍ରଭାବରେ ସରକାରୀ କଳ,ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ସଭାସମିତି, ଆଲୋଚନା, ଏବଂ ବନ୍ଧୁଙ୍କୁ ଆପଣାଇବାରେ କେତେକାଂଶରେ ସମର୍ଥ ହେବେ।
କର୍କଟ

ଆଜିର ଶୁଭଯୋଗରୁ ଆପଣଙ୍କ ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ପ୍ରୀତିପ୍ରଦାୟକ ରହିବ। କିନ୍ତୁ ଯେତେ ଚେଷ୍ଟାକଲେ ମଧ୍ୟ ଅନ୍ୟକୁ ଦେଇଥିବା ଜିନିଷଟି ଫେରିପାଇବା କଷ୍ଟକର ହୋଇପାରେ। ବୟସ୍କଙ୍କ ବାରଣକୁ ଅବମାମନାକରି ଆମତ୍ୀୟମାନଙ୍କ କଟୂକ୍ତି ଅସହ୍ୟ ହେବା କାରଣରୁ କ୍ଷୁବ୍ଧ ହୋଇପାରନ୍ତି।
ସି˚ହ

ଗ୍ରହଙ୍କ ସାମ୍ୟତା କାରଣରୁ ଦିନଚର୍ଯ୍ୟା ମନ୍ଦ ହେବନାହିଁ। ମଘା ନକ୍ଷତ୍ର ଟେନ୍ସନ ହେତୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିଯାଇପାରେ। କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ପ୍ରିୟଜନଙ୍କୁ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ। ଅର୍ଥ ସମ୍ପର୍କିତ ଅନୁଚିନ୍ତା, ପିଲାଙ୍କ ସମସ୍ୟା, ନିଜର ଭଗ୍ନସ୍ବାସ୍ଥ୍ୟ ମନକୁ ଚହଲାଇ ଦେଇପାରେ।
କନ୍ୟା

ଆଜି ଚତୁର୍ଥଭାବକୁ ୬ଟି ଗ୍ରହ ପ୍ରଭାବିତ କରୁଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବ। ପଡ଼ୋଶୀଙ୍କୁ ପ୍ରଲୋଭିତକରି ନିଜ କାମରେ ଲଗାଇବାରେ ସମର୍ଥ ହେବେ। ଜମିଜମା, ଯାନ୍ତ୍ରିକ ଜିନିଷର ମରାମତି, ନିର୍ମାଣ କାମ ଚାଲୁରହିବ। ଭୁଲ୍ ବଶତଃ ଘରେ ଟଙ୍କା ଛାଡ଼ିଦେଇ ବାଟରେ ହଇରାଣ ହେବାକୁ ପଡ଼ିପାରେ।
ତୁଳା

ଚନ୍ଦ୍ର ଓ ବୃହସ୍ପତି ଧନ ସ୍ଥାନସ୍ଥ ଯୋଗୁ ଆର୍ଥିକ ମାନଦଣ୍ଡ ମଜଭୁତ ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ପରିସ୍ଥିତି ମଧ୍ୟରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିବ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
ବିଛା

ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହୋଇପାରେ। କିନ୍ତୁ ଉନ୍ନତ ଚିନ୍ତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଆଦର ଗୌରବରେ ଆନନ୍ଦ ଅନୁଭବ କରିପାରନ୍ତି। ରାଗିଥିବା ବନ୍ଧୁ କ୍ରମଶଃ ମିଳାମିଶା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି। ବିଭିନ୍ନ ଆଶା ଓ ଆଶଙ୍କା ବିଜଡ଼ିତ ମନ ହେତୁ ଆଧ୍ୟାମତ୍ିକ ଭାବଧାରାରେ ଉଦ୍ବୁଦ୍ଧ ହେବେ ା
ଧନୁ

ଦୈହିକ ଓ ମାନସିକ ସୁସ୍ଥତା ନ ରହିଲେ ମଧ୍ୟ ବନ୍ଧୁବର୍ଗ ତଥା ଆମତ୍ୀୟସ୍ବଜନଙ୍କ ସହୃଦୟତାରୁ ଖୁସି ରହିବେ। ଦ୍ୱାଦଶସ୍ଥ ଦୁର୍ବଳ ଚନ୍ଦ୍ର ପ୍ରଭାବରେ ନିଜ ମନ ଅନୁଯାୟୀ କାମଗୁଡିକ ନ ହେବା କାରଣରୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ। ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ।
ମକର

ସାମଗ୍ରିକ ଦୃଷ୍ଟିକୋଣରୁ ଗ୍ରହ ସ୍ଥିତି ଉନ୍ନତରହିବା ହେତୁ ଆଶା ପୂରଣ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିରହିବ ନାହିଁ। ନିଜର କଳାକୌଶଳ ପ୍ରୟୋଗକରି ପରିସ୍ଥିତିକୁ ଦେଖି କାମକରିବା ଫଳରେ ଉପକୃତ ହେବେ। ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହୋଇପାରନ୍ତି ।
କୁମ୍ଭ

କେନ୍ଦ୍ରସ୍ଥ ଶୁକ୍ର ଯୋଗୁ ସବୁ ସମସ୍ୟା ପଛକୁ ପକାଇ ସ୍ଥଗିତ କାମକୁ ଆଜି ପୂରା ଦମ୍ରେ କରିବା ପାଇଁ ନିଷ୍ପତ୍ତି ନେବେ। କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାରୁ ଗୃହରେ କଳହ ସୃଷ୍ଟି ହୋଇପାରେ।
ମୀନ
ଚତୁଃ ଗ୍ରହଯୋଗ କାରଣରୁ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ପାରିବାରିକ ସ୍ତରରେ ଯାହା କିଛି ସାଧାରଣ ସମସ୍ୟା ରହିଛି ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ଆଜିର ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରାଇବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.