Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍ ୧୦ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମ ଚନ୍ଦ୍ର ଯୋଗୁ ଅର୍ଥ ସମ୍ପର୍କିତ ଚିନ୍ତା, ବିଳାସବ୍ୟସନ ଦିଗରେ ମନ ନିମଜ୍ଜିତ ରହିପାରେ। ରାହୁ ଦୃଷ୍ଟ ମଙ୍ଗଳ ଭ୍ରାତୃ, ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ସହ ବିବାଦ ବୃଦ୍ଧି କରିବ। ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କ ହୋଇପାରେ। ପରିବାରରେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିପାରେ।
ବୃଷ
ବୃଷ
ରବିଙ୍କ ସ୍ଥିତି ଆମତ୍ୀୟଙ୍କୁ ଆପଣେଇ ନେବାରେ ସାହାଯ୍ୟ କରିବ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିପାରନ୍ତି। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିପାରେ। ଯାତ୍ରା, ବ୍ୟବସାୟ, ପରିବାର, କର୍ମାରମ୍ଭ କ୍ଷେତ୍ରରେ ବିଶେଷ ଅସୁବିଧା ନ ହୋଇପାରେ।
ମିଥୁନ
ମିଥୁନ
କୋଣଭାବସ୍ଥ ରାହୁ ଆପଣଙ୍କ ସମସ୍ୟାକୁ ପ୍ରତିହତ କରିବା ସାଙ୍ଗକୁ ବିବାଦରେ ବିଜୟୀ କରାଇବ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ। କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା ରହିପାରେ। କର୍ମକ୍ଷେତ୍ରରେ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
ଧନ ସ୍ଥାନରେ ମଙ୍ଗଳଯୁକ୍ତ କେତୁ ଆର୍ଥିକ ଅବନତି କରାଇବା ସହ ଦୈହିକ ଅସୁସ୍ଥତା ସୃଷ୍ଟିକରିବ। ଭଲ ପଡୁ ନ ଥିବା ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ ଓ ଯାତ୍ରା ବାଣିଜ୍ୟରେ ପ୍ରତିବନ୍ଧକ ଲାଗି ରହିବ।
ସି˚ହ
ସି˚ହ
ନିଜ ଫାଇଦା ହାସଲ ପାଇଁ ସହକର୍ମୀ କିମ୍ବା ବନ୍ଧୁ ଫନ୍ଦିଫିକର କରିପାରନ୍ତି। ବାଣୀକାରକ ବୁଧ ପାପଦୃଷ୍ଟ ଯୋଗୁ ଅଫିସ୍‍ କାମରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ଶିଳ୍ପ, ବାଣିଜ୍ୟ, ସଭାସମିତି, ଆନୁଷ୍ଠାନିକ କାମରେ ମନୋନିବେଶ କରିପାରନ୍ତି। ଆକସ୍ମିକ ଶୁଭଖବର ପାଇ ଖୁସି ଅନୁଭବ କରିପାରନ୍ତି।
କନ୍ୟା
କର୍ମକ୍ଷେତ୍ର, ସାମାଜିକ କାର୍ଯ୍ୟ, ବନ୍ଧୁ ପରିଜନ ଓ ପରିବହନ କ୍ଷେତ୍ର ସମସ୍ୟାବହୁଳ ରହିପାରେ। ଏଣେ ଆଜି ଘର କାମ ସାଙ୍ଗକୁ ଅଫିସ୍‍ କାମର ଜଞ୍ଜାଳ ବଳିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ଓ ବନ୍ଧୁମିଳନରୁ ଖୁସି ରହିପାରନ୍ତି। ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ତୁଳା
ତୁଳା
ଆଜି ଅଫିସ୍‍ କାମରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ଅନ୍ୟ ମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରି ହୋଇପଡିବ। ନବାଗତ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ବିଛା
ବିଛା
ରବିଙ୍କ ସବଳତା କାରଣରୁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ବନ୍ଧୁମାନେ ସହଯୋଗ କରିପାରନ୍ତି। ସମ୍ପର୍କୀୟ ବନ୍ଧୁବର୍ଗ କିମ୍ବା ପଡ଼ୋଶୀ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କେତେକାଂଶରେ ପ୍ରଭାବିତ ହୋଇପାରେ।
ଧନୁ
ଧନୁ
ପାରିପାର୍ଶ୍ୱିକ ଅବସ୍ଥା ସ୍ବାଭାବିକ ହେଲେ ମଧ୍ୟ ପାରିବାରିକ କ୍ଷେତ୍ର ବିଶୃଙ୍ଖଳିତ ରହିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ସଦ୍‍ଭାବ ପାଇବେ। ମାଲିମକଦ୍ଦମା, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲହେବା କଷ୍ଟକର ହେବ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ବକେୟା ପରିଶୋଧ କରିବାରେ ବିଫଳ ହେବେ।
ମକର
ମକର
ଆଜି ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟଲାଭର ସୁଯୋଗ ପାଇବେ। ନିଜର ସ୍ବାର୍ଥ୍ୟ ହାସଲ ପରିପ୍ରେକ୍ଷୀରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‍ଭାବେ ସମ୍ପୂର୍ଣ୍ଣ ହେବ ନାହିଁ ା
କୁମ୍ଭ
କୁମ୍ଭ
ପୂର୍ବରୁ ସମସ୍ୟା ଲାଗି ରହିଥିବାରୁ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ ନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ଯୋଜନା ଆରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ ବ୍ୟତିକ୍ରମକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।
ମୀନମୀନ

ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ସକାଳୁ ଆଜିର ଯାତ୍ରା, କାମର ଶୈଳୀ, ଆଲୋଚନାର ଯଥାର୍ଥତା, ବନ୍ଧୁଙ୍କ ସଦିଚ୍ଛାରୁ ମନ ଖୁସି ରହିବ। ଅଫିସ୍‍ରେ କୌଣସି ଘଟଣା ବିବ୍ରତ କରିପାରେ। ପାରିବାରିକ ପରିସ୍ଥିତିକୁ ଯେତେଟା ଜଟିଳ ମନେକରିବେ ବାସ୍ତବରେ ସେପରି କିଛି ହେବନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?