Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୨୫ ତାରିଖ – Daily Horoscope

ମେଷ
ଆଜି ପରିବାର ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ପଦସ୍ଥ ବ୍ୟକ୍ତିଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ଅର୍ଥଲାଭ, ସଦ୍‍ଭାବନା ସହ ବନ୍ଧୁଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ବିବାଦୀୟ ସ୍ଥିତି ଜନିତ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପ୍ରଶାସନ, ଏଜେନଶିପ୍‍, ଶିଳ୍ପ, ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହଁି।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ରର ଆର୍ଥିକ ଅନଟନଜନିତ କାମକୁ ସ୍ଥଗିତ ରଖିବାର ବହୁତ ସମ୍ଭାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଭାବୁଥିବେ ଗୋଟିଏ କିନ୍ତୁ କଲାବେଳକୁ ଆଉ ଗୋଟିଏ କାମ କରିବେ। କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। ପାରିବାରିକ ସ୍ଥିତି ପୂର୍ବପରି ରହିବ। ସନ୍ତାନଙ୍କ ବୈବାହିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ବିଭିନ୍ନ ଯୋଜନା ସଫଳତା ଲାଭକରିବା କଷ୍ଟକର ହେବ । କର୍ମକ୍ଷେତ୍ରରେ ବିରୁଦ୍ଧାଚରଣ କରୁଥିବା ଗୁପ୍ତ ଶତ୍ରୁଙ୍କର ସକ୍ରିୟତା ବୃଦ୍ଧି ପାଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଏକ ଭିନ୍ନ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ସି˚ହ
ସି˚ହ
ପାରିବାରିକ ସମସ୍ୟା ସାଙ୍ଗକୁ କର୍ମହାନି, ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସଫଳତା ପାଇବେ। ମଘା ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଚତୁର୍ଥସ୍ଥ ପାପଗ୍ରହ ହେତୁ ପାରିବାରିକ ଜୀବନରେ କିଛିଟା ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। କିନ୍ତୁ ବାହାର ଲୋକଙ୍କ ସହ ସମ୍ପର୍କ ମଜଭୁତ ରହିବ ଏବଂ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସହକର୍ମୀଙ୍କ ଅସହଯୋଗ କାରଣରୁ ଅସ୍ଥିରତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି।
ତୁଳା
ତୁଳା
ଉଚ୍ଚସ୍ଥ ରବିଙ୍କ ସୁପ୍ରଭାବରୁ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। କଚେରି ମାମଲାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ।
ବିଛା
ବିଛା
ଶୁକ୍ରଙ୍କ ପ୍ରଭାବରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ମଙ୍ଗଳଙ୍କ ଦୁର୍ବଳତା ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ରହିବ। କଳା, କ୍ରୀଡା, ଚଳଚ୍ଚିତ୍ର ତଥା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଜ୍ୟେଷ୍ଠା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପୂର୍ବାଷାଢା ନକ୍ଷତ୍ର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ସକାଳୁ ସକାଳୁ କିଛି ଅପେକ୍ଷା କରି ରହିଥିବା ଖବର ପାଇ ସାମୟିକ ଖୁସି ହୋଇଯିବେ।
ମକର
ମକର
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ଚେଷ୍ଟା କଲେ ମଧ୍ୟ ସୁଫଳ ପାଇ ନ ପାରନ୍ତି। ଆକସ୍ମିକ ଭାବରେ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି ଏବଂ ସୈାଜନ୍ୟମୂଳକ ସାକ୍ଷାତରୁ ଉପକୃତ ହେବେ। ଧନିଷ୍ଠା ନକ୍ଷତ୍ର ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତି କମିବା ବଦଳରେ ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ର ନକ୍ଷତ୍ର ପରିବାରରେ ସ୍ତ୍ରୀ ଏବଂ ବାଣିଜ୍ୟ, ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ସହକର୍ମୀଙ୍କ ମଧ୍ୟସ୍ଥତାରେ ବକେୟା ଆଦାୟରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ ନେଇ କଳହ ସୃଷ୍ଟି ହେବ ା ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ।
ମୀନମୀନ

ଶୁଭଚନ୍ଦ୍ର ପ୍ରଭାବରୁ ପୂର୍ବାବସ୍ଥା ବଦଳିଯାଇଥିବା କାରଣରୁ ମନ ଭଲ ରହିବ। କିନ୍ତୁ ଜମିଜମା କାରବାର, ବୈବାହିକ କିମ୍ବା ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହୋଇପାରନ୍ତି। ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଉତ୍ତରାଭାଦ୍ର ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ନିର୍ମାଣ, ଶେୟାର ବଜାର, ପରିବହନରେ ଲାଭବାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?