Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ୍‍ ୧୮ ତାରିଖ – Daily Horoscope

ମେଷ
ଶୁକ୍ର ପ୍ରଭାବରୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ରବି ଉଚ୍ଚସ୍ଥ ହେତୁ ଅଫିସରେ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ କିନ୍ତୁ ଫଳ କିଛି ଭଲ ନ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ ରହିବ ନାହିଁ।
ବୃଷ
ବୃଷ
ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଅଧିକାଂଶ ସମୟ ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ଆଜି ଦିନରେ ଯେଉଁ କାମରେ ହାତ ଦେବେ ସଫଳ ହେବେ। ପ୍ରଶାସନିକ ସ୍ତରରେ ରାଜକୀୟ ସମ୍ମାନ ପାଇବେ କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। ବ୍ୟବସାୟରେ ଦୀର୍ଘଦିନର ଆଶା ଫଳବତୀ ହେବ। ପରିବାର ଭିତରେ ରୁକ୍ଷଭାଷାରେ ମନର ଭାବ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।
କର୍କଟ
କର୍କଟ
ଅନ୍ତରଙ୍ଗ ବନ୍ଧୁଙ୍କ ସହଯୋଗ ସ୍ମୃତି ହୋଇ ସବୁଦିନ ପାଇଁ ରହିଯିବ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହକର୍ମୀମାନଙ୍କଠାରୁ ସହଯୋଗ ପାଇବେନି। ସାମାଜିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ଆଗଧାଡିର ବ୍ୟକ୍ତିଭାବରେ ପରିଗଣିତ ହେବେ। ଯାତ୍ରା, ବାଣିଜ୍ୟ ଓ ପରିବହନରେ ସଫଳତା ହାସଲ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ ଗତି କରିବାକୁ ପଡିପାରେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଇଚ୍ଛା ଥିଲେ ମଧ୍ୟ ଲୋକାଚାରକୁ ଭୟ କରି କୌଣସି କାର୍ଯ୍ୟ କରିପାରିବେ ନାହିଁ ା
କନ୍ୟା
ନିଜର ବିଚାରବୁଦ୍ଧି ସାଙ୍ଗକୁ ଅର୍ଥବଳ ମାଧ୍ୟମରେ ଅଟକିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ। ଆଜି ବନ୍ଧୁଙ୍କୁ ଭେଟି ଆମତ୍ସନ୍ତୋଷ ଲାଭ କରିବେ। ଏକାଧିକ କାମରେ ହାତ ଦେବା ଠିକ୍‍ ହେବନାହିଁ , ଅଯଥା ଲାଭ ବଦଳରେ କ୍ଷତିରେ ପଡିପାରନ୍ତି। ଅପରାହ୍ନ ସମୟରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ପଡିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା ସହ ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ ବଢ଼ିବା କାରଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପୂର୍ବ ରାଗକୁ ମନେପକାଇ ପାଖ ପଡୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନ କରିବାରେ ସଫଳ ହେବେ। ଶିଳ୍ପ, ବ୍ୟବସାୟ, ସାମ୍ବାଦିକତା, ଏଜେନଶିପ୍‍ ପ୍ରଭୃତିରେ ସୁଫଳ ପାଇବେ। ଶୁଭେଚ୍ଛୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‍ବୁଦ୍ଧ ହେବେ। ଚେଷ୍ଟା କରୁଥିବା କାମରେ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ା
ଧନୁ
ଧନୁ
ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଅତିଥିଙ୍କ ଆଗମନରୁ ଘରେ ଖୁସିର ବାତାବରଣ ରହିବ। ଏପରି କେତେକ କଥା ମନ ଭିତରେ ରହିଯିବ ଯାହାକି କହିପାରିବେ ନାହିଁ କି ସମାଧାନ କରିବାର ମଧ୍ୟ ଉପାୟ ନ ଥିବ।
ମକର
ମକର
ଆଜି ଆର୍ଥିକ ଦିଗ ଭଲ ରହିବ ଏବଂ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବଢ଼ିବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, ସଭାସମିତି, ଲେଖାପଢା, ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ନିଜର ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।
କୁମ୍ଭ
କୁମ୍ଭ
ପ୍ରତ୍ୟେକ ଦିଗରୁ କୌଣସି ଅସୁବିଧା ନ ଥିଲେ ମଧ୍ୟ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ସାମାଜିକ ସ୍ତରରେ ବୁଦ୍ଧିଜୀବୀ ତଥା ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡାରେ ପ୍ରଶଂସା ପାଇପାରନ୍ତି।
ମୀନମୀନ

ସମସ୍ୟା ମଧ୍ୟରେ ଗତି କରୁଥିଲେ ମଧ୍ୟ ପାରିବାରିକ ସ୍ଥିତି, ଯାତ୍ରା ଓ ବାଣିଜ୍ୟ ମନ୍ଦ ହେବନି। ଆଇନ ସହାୟତା ଲାଭକରି ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। କଳା, ସାହିତ୍ୟ, ସଙ୍ଗୀତରୁ ସୁନାମ ମିଳିବ ଓ ବନ୍ଧୁ ମିଳନରୁ ଆନନ୍ଦିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?