ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ! ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ଅଧ୍ୟକ୍ଷତା କରି ଦଳର ନୀତି, ଆଦର୍ଶ ଓ ଶୃଙ୍ଖଳା ସମ୍ପର୍କରେ ପାଠ ପଢାଇଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁଆହ୍ବାନ କରିଥିଲେ।

୨୦୧୯ ନିର୍ବାଚନ ମୁଁ ହାରିବା ପରେ ମଧ୍ୟ ସଂଗଠନ ବଜାୟ ରଖିବା ଯୋଗୁ ୨୦୨୪ ରେ ବିଧାୟକ ହୋଇପାରିଛି। ତୁମ ମାନକ ଅକ୍ଲାନ୍ତ ପରିଶ୍ରମର ଋଣକୁ ଆଜି ମୁଁ ପରିଶୋଧ କରିବି। ସେଥିପାଇଁ ଗ୍ରାମଠାରୁ ସହରର ବିକାଶ କରାଯିବ। ଆମେ ସମସ୍ତେ ଗର୍ବ,ଅହଙ୍କାର ଛାଡ଼ି ଦଳକୁ ଆଗକୁ ନେବା। ଲୋକଙ୍କ ସେବକ ହୁଅନ୍ତୁ। ଗର୍ବ ଅହଙ୍କାର କଲେ ଲୋକେ ନିର୍ବାଚନରେ ତୁମ କଥା ବୁଝିଦେବେ। ତେଣୁ ସମସ୍ତେ ମିଳିମିଶି ଦଳକୁ ଆଗକୁ ନେବାକୁ ବିଧାୟକ ନାୟକ ଉପସ୍ଥିତ ସଂଗଠକକୁ ଆହ୍ବାନ କରିଥିଲେ।

ଭାଜପାର ମୂଳ ଲକ୍ଷ୍ୟ ହେଲା ଦେଶର ସୁରକ୍ଷା। କିନ୍ତୁ କଂଗ୍ରେସ ସର୍ବଦା ହିନ୍ଦୁ ମୁସଲମାନ ମଧ୍ୟରେ ଲଢେଇ ଲଗାଇବା। ଭାଜପା ନାରୀଙ୍କୁ ଅଧିକ ସମ୍ମାନ ଦେଉଛି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ହେବ। ତେଣୁ ବର୍ତ୍ତମାନ ଠାରୁ ସଂଗଠନକୁ ଆଗକୁ ନେବାକୁ ହେବ ବୋଲି ବିଧାୟକ ନାୟକ କହିଥିଲେ। ୨୦୧୯ରେ କିଛି କୁଚକ୍ରି ଗୋଷ୍ଠୀଙ୍କ ପାଇଁ ମୁଁ ପରାସ୍ତ ହୋଇଥିଲି। ମୁଁ ନିର୍ବାଚିତ ହେବାପରେ ଆଜି ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ଲୋକେ ପ୍ରତ୍ୟାଖାନ କରିଦେଇଛନ୍ତି। ବିଜେଡି ବର୍ତ୍ତମାନ ରାଜ୍ୟରେ ୮ ଫାଳ ହୋଇଗଲାଣି। ୩୦ ବିଜେଡି ବିଧାୟକ ଏବଂ କଂଗ୍ରେସର ୮ ଜଣ ବିଧାୟକ ଭାଜପାରେ ମିଶିବେ। ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ପ୍ରଦ୍ୟୁମ୍ନ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଚାଷୀ, ଗରିବ ମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜେଡି ଗଛର ଚେରକୁ ଆମର ପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଟି ଦେଇଛନ୍ତି। ତେଣୁ ବିଜେଡି ଆଉ ତିଷ୍ଠିବ ନାହିଁ ବୋଲି ପ୍ରଦ୍ୟୁମ୍ନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ମାନସ ଜେନା, ଲକ୍ଷ୍ମୀ ବିଷୋୟୀ, ସନ୍ତୋଷ ପାଳ, ଜଗନ୍ନାଥପ୍ରସାଦ ବ୍ଲକ ଏମ ପି ପ୍ରତିନିଧି ମହେନ୍ଦ୍ର ପଣ୍ଡା, ସକ୍ରିୟ କର୍ମକର୍ତ୍ତା ସଭାନେତ୍ରୀ ଭୋଳି ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ ସଭାକୁ ସଂଯୋଜନା କରିଥିଲେ। ପୂର୍ବତନ ମଣ୍ଡଳ ସଭାପତି ଧୋବା ଗୌଡ କହିଥିଲେ, ବିଜେଡି ଶାସନ ସମୟରେ ଭଞ୍ଜନଗର ର୍ନିବାଚନ ମଣ୍ଡଳୀର ଦୁଇ ବ୍ଲକ, ଜଳସମ୍ପଦ, କ୍ଷୁଦ୍ର ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିଲା। ବିନା କାମରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ତେଣୁ କିଛି ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଆଉ କିଛି ଅଧିକାରୀ ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହେବେ ବୋଲି ଧୋବା କହିଥିଲେ। ଜିଲ୍ଲା ପରିଷଦ ଏମ ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ କହିଥିଲେ ଯେ ଆମ ନିର୍ବାଚନ ମଣ୍ଡଳୀରେ ଆମର ଜଣେ ମାତ୍ର ନେତା। ସେ ହେଉଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ତେଣୁ ଆମେ ଆତ୍ମଘୋଷିତ ନେତା ନ ହୋଇ ଶୃଙ୍ଖଳିତ କର୍ମୀ ଭାବେ କାମ କରିବାକୁ ଆହ୍ବାନ କରିଥିଲେ। ତାହା ହେଲେ ଯାଇ ଦଳ ଆଗକୁ ବଢ଼ିପାରିବ। ଗ୍ରାମରେ ବିକାଶ ଚିନ୍ତା କରିବା ବେଳେ ବ୍ୟକ୍ତିଗତ ସ୍ବାର୍ଥ ଛାଡ଼ି ସାମୂହିକ ଚିନ୍ତା କରିବା ଆବଶ୍ୟକ ବୋଲି ଶିବ କହିଥିଲେ।

ସମିତିସଭ୍ୟ ଲକ୍ଷ୍ମୀ ବିଷୋୟୀ କହିଥିଲେ, ଆମେ ନିଜ ନିଜ ଭିତରେ ଲଢ଼େଇ ନ କରି ବିରୋଧୀଙ୍କ ସହ ଲଢ଼ିବାକୁ ହେବ। ସମିତିସଭ୍ୟ ନିଲାଞ୍ଚଳ ଖିଲାର କହିଥିଲେ ଗାଁ ସଂଗଠନ ବଢ଼ିଲେ ଦଳ ଆଗକୁ ବଢ଼ିବ। ବିଗତ ୨୫ ବର୍ଷର ସଫଳତାକୁ ଆମେ ଏକ ବର୍ଷରେ ପୂରଣ କରିଦେବୁ। ରାଜ୍ୟ ପରିଷଦ ସଭ୍ୟ ବିଷ୍ଠୁ ପ୍ରସାଦ ପ୍ରଧାନ କହିଥିଲେ ଗରିବ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ହେଉଛି ଭାଜପାର ମୂଳ ଲକ୍ଷ୍ୟ। କେନ୍ଦ୍ରର ବିଗତ ୧୧ ବର୍ଷ ଭାଜପା ଶାସନ ସରକାର ଏତେ ସଫଳତା ଲାଭ କରିଛନ୍ତି ଯେ ଏଠି ଚାଇନା ଓ ପାକିସ୍ତାନ ଲୋକେ ଆସି ବସବାସ କରିବାକୁ ପସନ୍ଦ କରୁଛନ୍ତି। ର୍ନିବାଚନମଣ୍ଡଳୀ,
ଦଳ, କର୍ମକର୍ତ୍ତା ଆଗକୁ କିଭଳି ବଢ଼ିବେ ସେଥିପାଇଁ ବିଧାୟକ ଦୈନିକ ୧୮ ଘଣ୍ଟା ପରିଶ୍ରମ କରୁଛନ୍ତି। ଯୁବ ନେତା ସମୀର ନାୟକ ଦଳ ଆଗକୁ କିଭଳି ବଢିବ ସେନେଇ କହିଥିଲେ। ଏମପି ପ୍ରତିନିଧି ସନ୍ତୋଷ ତିଆଡି କହିଥିଲେ ୪ଟି ଦିଗକୁ ଦେଖି ଆଜିର ଏହି ବୈଠକ ହେଉଛି। ଭାଜପା ନଗର ଯୁବ ସଭାପତି ଶିବଶଙ୍କର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?