Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ
ଦୈହିକ ସୁସ୍ଥତା ସାଙ୍ଗକୁ ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟଧାରଣ ପାରିବାରିକ ଓ ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବ। ଚନ୍ଦ୍ରଙ୍କ କେନ୍ଦ୍ରରେ ଶନି ଥିବାରୁ କର୍ମକ୍ଷେତ୍ରର ସମସ୍ୟା ମାଡି ଆସିପାରେ। ଘର ସଜାଡିବାରେ ସମୟ ନେବେ। ଅର୍ଥ ପ୍ରାଚୁର୍ଯ୍ୟ, ଦକ୍ଷତାର ପ୍ରତିଷ୍ଠା ଓ ପ୍ରଶଂସା ସୂଚକ ବିଷୟକୁ ନିନ୍ଦୁକଗୋଷ୍ଠୀଙ୍କ ଅସହ୍ୟ ହୋଇପାରେ।
ବୃଷ
ବୃଷ
ଗୁରୁଚାନ୍ଦ୍ରୀ ଯୋଗ କାରଣରୁ ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିଯିବ। ମୃଗଶିରା ନକ୍ଷତ୍ରର ପାରିବାରିକ ଅସ୍ଥିରତା ସାଙ୍ଗକୁ ଅପୂରଣୀୟ ଅଭିଳାଷ ମନକୁ ବ୍ୟଥିତ କରିପାରେ। ବିଭିନ୍ନ ପ୍ରକାରର ଅଟକି ରହିଥିବା କାମଗୁଡିକୁ ନେଇ ମନ ବିଶେଷ ବିଚଳିତ ରହିବ। ଶିଳ୍ପ, ବାଣିଜ୍ୟ, ପରିବହନ, ମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
ଧନାଧିପତିଙ୍କ ବ୍ୟୟଭାବସ୍ଥିତିଜନିତ ବ୍ୟୟବୃଦ୍ଧି ସହିତ ଆର୍ଥିକ ସମସ୍ୟାରେ ବ୍ୟଥିତ ହୋଇପାରନ୍ତି। ମନ ଭିତରର ଗୋପନକଥାକୁ ସଂକୋଚ ବଶତଃ ବନ୍ଧୁଙ୍କ ନିକଟରେ କହିପାରିବେ ନାହିଁ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ଅଶାନ୍ତି ରହିପାରନ୍ତି। କର୍ମକ୍ଷେତ୍ରରେ ବିଚାରବୁଦ୍ଧି ପ୍ରୟୋଗକରି କାର୍ଯ୍ୟହାସଲ କରିପାରିବେ।
କର୍କଟ
କର୍କଟ
ଭୁଲ୍‍ ବୁଝାମଣା ଓ ସନ୍ଦେହ କାରଣରୁ ପରିବାରରେ ମତଭେଦ ଘଟିପାରେ। ମକଦ୍ଦମାରେ, ବାଣିଜ୍ୟ, ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ରହିବ। ବନ୍ଧୁଙ୍କ ସବୁକଥାକୁ କାନଡେରି ଶୁଣନ୍ତୁ କିନ୍ତୁ ଭାବିଚିନ୍ତି ଆଗକୁ ଗୋଡ ବଢାନ୍ତୁ। ଶୁକ୍ରଙ୍କ ଶୁଭତ୍ୱ ଆପଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ଅନୁକୂଳ ପରିବେଶ ସୃଷ୍ଟି କରିବ।
ସି˚ହ
ସି˚ହ
ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳି ନ ପାରେ। ଶନି କ୍ଷେତ୍ରରେ ରବି ରହିଥିବାରୁ ଦୈହିକ ସ୍ଥିତି ସେତେଟା ଅନୁକୂଳ ନ ରହିଲେ ମଧ୍ୟ ମନୋବଳ ଦୃଢ଼ ରହିବ। ଆଜି ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ଠିକ୍‍ ହେବନାହିଁ। ବ୍ୟବସାୟ ଟେନ୍ସନଯୁକ୍ତ ରହିଲେ ମଧ୍ୟ ଆର୍ଥିକ ସ୍ଥିତି ମନ୍ଦ ହେବନି ା
କନ୍ୟା
ବନ୍ଧୁମିଳନ ସହ ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଆଳାପ ଆମୋଦିତ କରିବ। ମଙ୍ଗଳଙ୍କ ଦୁର୍ବଳତା ହେତୁ ପୂର୍ବରାଗକୁ ଶୁଝାଇବାକୁ ଯାଇ ଆତ୍ମୀୟ ଶତ୍ରୁତା କରିପାରନ୍ତି। ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ନିଜ ଲୋକଙ୍କ ସାହାଯ୍ୟ କ୍ରମେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ଭଲ ରହିବା ସହ ବାହାର ଦୁନିଆରେ ଅନ୍ୟମାନଙ୍କ ଦୃଷ୍ଟିରେ ଭାବମୂର୍ତ୍ତି ଉତ୍କୃଷ୍ଟ ରହିବ। ଅଭାବ ଅସୁବିଧା ହେତୁ ମାନସିକ ଅବସ୍ଥା ଭଲ ରହି ନ ପାରେ। ଅଷ୍ଟମସ୍ଥ ବୃହସ୍ପତିଙ୍କ ଯୋଗୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ସ୍ବାମୀଙ୍କ ସହ ଆଲୋଚନା କରି କାମ କଲେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ।
ବିଛା
ବିଛା
ଅଷ୍ଟମ ଚନ୍ଦ୍ର ଶତ୍ରୁକ୍ଷେତ୍ରସ୍ଥ ହେତୁ ଅନ୍ୟକୁ ମନେଇବାକୁ ଯାଇ ଅସଫଳ ହେବେ। ସ୍ବାସ୍ଥ୍ୟ ଠିକ୍‍ ରହିଲେ ମଧ୍ୟ କାମ ବିଶୃଙ୍ଖଳିତ ହେବ। ପାରିବାରିକ ସ୍ତରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସହକର୍ମୀଙ୍କ ସହଯୋଗରେ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।
ଧନୁ
ଧନୁ
ଆଜି ଶୁକ୍ର ପ୍ରଭାବରୁ ସାହିତ୍ୟ, ସାମ୍ବାଦିକତା ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ଆର୍ଥିକ ଦୁରବସ୍ଥା କାର୍ଯ୍ୟଧାରାର ଗତିରୋଧ କରିପାରେ। ସାୟାହ୍ନେ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି ଏକପ୍ରକାର ଖୁସି ଅନୁଭବ କରିବେ। ବ୍ୟବସାୟ, ପ୍ରଶାସନ, ସଭାସମିତି, ଯାତ୍ରା, ବନ୍ଧୁ ସମ୍ପର୍କ ପ୍ରାୟତଃ ମନ୍ଦ ହେବନି।
ମକର
ମକର
ଗୁରୁକୃପାରୁ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହେବେ। ବ୍ୟବସାୟିକ ସ୍ଥିତି କେତେକାଂଶରେ ଭଲ ରହିବା ସହ ଋଣ ପରିଶୋଧ କରିବାରେ ସଫଳ ହେବେ ା
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ବୁଧଙ୍କ ଦୁର୍ବଳତା କାରଣରୁ ପିଲାଙ୍କ ପଢାସମସ୍ୟା ନେଇ ଚିନ୍ତିତ ରହିବେ। ପରୋକ୍ଷ ଶତ୍ରୁତା ହେତୁ କାମଗୁଡିକ ଶୃଙ୍ଖଳିତ ହେବାର ଆଶା କ୍ରମଶଃ ମଉଳିଯିବ ା ପ୍ରକାଶନ କ୍ଷେତ୍ର, ସାମ୍ବାଦିକତା, ସଭାସମିତି, ପ୍ରଶାସନିକ ଆଲୋଚନା ଫଳପ୍ରଦ ହୋଇପାରେ।
ମୀନମୀନ

ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ଭାରାକ୍ରାନ୍ତ କରିବ। ମଙ୍ଗଳଜନିତ ଜମିଜମା କାରବାର, ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ଆଲୋଚନା ସମୟରେ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ର ପୂର୍ବବତ୍‍ ଚାଲୁରହିବ ଏବଂ ବିଶେଷ ଅସୁବିଧା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?