Posted inRasifala

ରାଶିଫଳ: ସୋମବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କଳହ କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଅଟକି ରହିଯାଇଥିବା କାମ ଯଥାଶୀଘ୍ର ଶେଷକରିବା ସକାଶେ ଚିନ୍ତା କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ ସଭାସମିତି, ସାଂସ୍କୃତିକ କାର୍ଯ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବାଦାନୁବାଦ କାରଣରୁ ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
ପରିସ୍ଥିତିରେ ପଡ଼ି ଅର୍ଥ ସାହାଯ୍ୟ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ। କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ରୋହିଣୀ ନକ୍ଷତ୍ରର ଭୁଲ୍‍ ବୁଝାମଣାରୁ ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ଆଜି ବ୍ୟୟ ବୃଦ୍ଧି ଯୋଗୁ ପରିବାରରେ ଯୁକ୍ତିତର୍କ ଲାଗିପାରେ। କିନ୍ତୁ ପୁନର୍ବସୁ ନକ୍ଷତ୍ର ଘର କାମରେ କିମ୍ବା ନୂତନ କର୍ମାରମ୍ଭରେ ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଫଳପ୍ରଦ ଆଲୋଚନାରୁ ସନ୍ତୋଷ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ଆହ୍ବାନରେ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
କର୍କଟ
କର୍କଟ
ଭାବପ୍ରବଣତା କାରଣରୁ ଅଧିକାଂଶ ସମୟ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗି ରହିବ। ଅଶ୍ଳେଷା ନକ୍ଷତ୍ର ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ କାମ ତଥା ବନ୍ଧୁମିଳନରୁ ଖୁସି ରହିବେ। ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହୋଇପାରନ୍ତି।
ସି˚ହ
ସି˚ହ
ପରିସ୍ଥିତିରେ ପଡ଼ି ନିକଟ ସମ୍ପର୍କୀୟଙ୍କ ସକାଶେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆଜିର କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ। ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ଖୋଜୁଥିବା ଜିନିଷ ହଠାତ୍‍ ପାଇ ଖୁସି ହୋଇପାରନ୍ତି।
କନ୍ୟା
ପାରିବାରିକ ସମସ୍ୟା ପାଇଁ ମନରେ ଭାବପ୍ରବଣତା ସୃଷ୍ଟି ହେବ। ଚିତ୍ରା ନକ୍ଷତ୍ରର ବାକ୍‍ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବା ସମ୍ଭାବନା ରହିଛି। ନୀତି, ନିୟମରେ କାମକରି ସମାଲୋଚିତ ହେବା ସୂଚନାକୁ ଏଡ଼ିହେବ ନାହିଁ।
ତୁଳା
ତୁଳା
ପାରିବାରିକ ଜୀବନରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ମାଲିମକଦ୍ଦମାର ଆପୋସ ଓ ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହେବ। ଆମତ୍ୀୟସ୍ବଜନ ସୁବିଧାବାଦୀ ଗୁଣରେ ଶୋଷଣ କରିପାରନ୍ତି।
ବିଛା
ବିଛା
ଆଜି ଖୁସି ମନରେ କାମ କରିବେ ଓ ଯାହା ଚିନ୍ତା କରିଥିବେ କାର୍ଯ୍ୟରେ ପରିଣତ ହେବ। ବନ୍ଧୁଙ୍କ ସାହାଯ୍ୟ ଲାଭକରି ଆର୍ଥିକ ସମସ୍ୟା ଦୂରହେବ। ଅନୁରାଧା ନକ୍ଷତ୍ର କଠୋର ବାକ୍ୟାଳାପ କାରଣରୁ ନିଜଲୋକଙ୍କଠାରୁ ଆସ୍ଥା ହରାଇବେ। ଅବଶ୍ୟ କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ବିଜଡ଼ିତ ରହିବା ହେତୁ ଠିକ୍‍ ନିଷ୍ପତ୍ତି ନେବାରେ ସମସ୍ୟା ସୃଷ୍ଟିହେବ। ମୂଳା ନକ୍ଷତ୍ର ପାଇଁ ବନ୍ଧୁଙ୍କ ଜରିଆରେ ବାକି ପଡ଼ିଥିବା ଟଙ୍କା ଆଦାୟ ଲାଗି ଅନୁକୂଳ ସୁ୍୍ଯୋଗ ସୃଷ୍ଟିହେବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ପ୍ରତିବନ୍ଧକ ଦୂରହୋଇଯିବା ହେତୁ ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ।
ମକର
ମକର
ଆଜି ସତର୍କତା ଅଭାବରୁ ନିଜ ଲୋକମାନେ ଶତ୍ରୁତା କରି ବସିବେ। ଅନ୍ୟମାନଙ୍କ କଥା ରକ୍ଷାକରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁଦ୍ୱାରକୁ ଯିବାକୁ ପଡ଼ିପାରେ। ଶ୍ରବଣା ନକ୍ଷତ୍ର ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବା ସାଙ୍ଗକୁ ପାରିବାରିକ ସଦ୍‍ଭାବ ଫେରିପାଇବେ। ସାଧାରଣ ସ୍ବାର୍ଥକୁ କେନ୍ଦ୍ରକରି ନିଜ ଲୋକଙ୍କଠାରୁ ସମ୍ପର୍କ ହରାଇପାରନ୍ତି।
କୁମ୍ଭ
କୁମ୍ଭ
ଦୀର୍ଘ ସମୟରୁ ପ୍ରତୀକ୍ଷାକରି ପରିଶେଷରେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଶତଭିଷା ନକ୍ଷତ୍ରର ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ରକରି କିମ୍ବା ପୁତ୍ରକନ୍ୟାଙ୍କ ହେତୁକ ଅନେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ

ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ପ୍ରଶଂସିତ ହେବେ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ରେବତୀ ନକ୍ଷତ୍ର ସକାଶେ ପାରିବାରିକ, ପ୍ରଶାସନ, ଯାନବାହନ, ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?