Posted inଫୁରସତ

ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….

ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ ଜଣେ ମଡେଲ। କାନାଡାର ଫଟୋଗ୍ରାଫର ଷ୍ଟିଭେନ ହେନିଙ୍ଗ ଏବଂ ମଡେଲ ସିଆରା ଆଣ୍ଟୋତ୍‌ସ୍କି ଆମେରିକାର ଡାଇଭିଂ ଓ ସେଫ୍ଟି ଏକ୍ସପର୍ଟ ଓ୍ବେନ ଫ୍ରାଏମେନଙ୍କ ସହାୟତାରେ ଗଭୀର ଜଳ ଭିତରେ ଏହି ଫଟୋଶୁଟ୍‌ କରିଥିଲେ। ଏଥିପାଇଁ ଉଭୟ ଫଟୋଗ୍ରାଫର ଓ ମଡେଲଙ୍କୁ ମାସ ମାସ ଧରି ଟେକ୍ନିକାଲ ତାଲିମ, ଗ୍ୟାସ୍‌ ବ୍ଲେଣ୍ଡିଂ ସହ ଡିକମ୍ପ୍ରେସନ୍‌ର ଅଭ୍ୟାସ କରିବାକୁ ପଡ଼ିଥିଲା। ଶେଷରେ ଆମେରିକାର ଦକ୍ଷିଣ ଫ୍ଳୋରିଡ଼ାସ୍ଥ ବୋକା ରାତୋନ ସମୁଦ୍ର ତଟର ୧୭୩ ଫୁଟ ଗଭୀର ସମୁଦ୍ର ତଳେ ବୁଡି ରହିଥିବା ହାଇଡ୍ରୋ ଆଟଲାଣ୍ଟିକ ଜାହାଜର ଅବଶେଷ ନିକଟରେ ଏହି ଫଟୋଶୁଟ୍‌ ହୋଇଥିଲା। ଷ୍ଟିଭେନ ହେନିଙ୍ଗ ଫଟୋ ଉଠାଇଥିବାବେଳେ ସିଆରା ଆଣ୍ଟୋତ୍‌୍‌ସ୍କି ସାଜିଥିଲେ ମଡେଲ। ଫଟୋଗୁଡିକ ଖୁବ୍‌ ସୁନ୍ଦର ଉଠିଥିଲା। ଲାଗୁଥିଲା ସତେ ଯେମିତି ଜଳପରୀର ଫଟୋ ଉଠା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri