Posted inଫୁରସତ

ଭାବୁଛନ୍ତି କି ଜଳପରୀ ! ୧୭୩ ଫୁଟ ଗଭୀର ସମୁଦ୍ର ତଳେ….

ଗଭୀର ଜଳ ଭିତରେ ଧଳାରଙ୍ଗର ପୋଷାକ ପିନ୍ଧିଥିବା ଏହି ଯୁବତୀକୁ ଦେଖି ଜଳପରୀର ଭ୍ରମ ସୃଷ୍ଟି ହେଉଥିବ। ହେଲେ ପ୍ରକୃତରେ ସେ ଜଳପରୀ ନୁହନ୍ତି ବରଂ ଜଣେ ମଡେଲ। କାନାଡାର ଫଟୋଗ୍ରାଫର ଷ୍ଟିଭେନ ହେନିଙ୍ଗ ଏବଂ ମଡେଲ ସିଆରା ଆଣ୍ଟୋତ୍‌ସ୍କି ଆମେରିକାର ଡାଇଭିଂ ଓ ସେଫ୍ଟି ଏକ୍ସପର୍ଟ ଓ୍ବେନ ଫ୍ରାଏମେନଙ୍କ ସହାୟତାରେ ଗଭୀର ଜଳ ଭିତରେ ଏହି ଫଟୋଶୁଟ୍‌ କରିଥିଲେ। ଏଥିପାଇଁ ଉଭୟ ଫଟୋଗ୍ରାଫର ଓ ମଡେଲଙ୍କୁ ମାସ ମାସ ଧରି ଟେକ୍ନିକାଲ ତାଲିମ, ଗ୍ୟାସ୍‌ ବ୍ଲେଣ୍ଡିଂ ସହ ଡିକମ୍ପ୍ରେସନ୍‌ର ଅଭ୍ୟାସ କରିବାକୁ ପଡ଼ିଥିଲା। ଶେଷରେ ଆମେରିକାର ଦକ୍ଷିଣ ଫ୍ଳୋରିଡ଼ାସ୍ଥ ବୋକା ରାତୋନ ସମୁଦ୍ର ତଟର ୧୭୩ ଫୁଟ ଗଭୀର ସମୁଦ୍ର ତଳେ ବୁଡି ରହିଥିବା ହାଇଡ୍ରୋ ଆଟଲାଣ୍ଟିକ ଜାହାଜର ଅବଶେଷ ନିକଟରେ ଏହି ଫଟୋଶୁଟ୍‌ ହୋଇଥିଲା। ଷ୍ଟିଭେନ ହେନିଙ୍ଗ ଫଟୋ ଉଠାଇଥିବାବେଳେ ସିଆରା ଆଣ୍ଟୋତ୍‌୍‌ସ୍କି ସାଜିଥିଲେ ମଡେଲ। ଫଟୋଗୁଡିକ ଖୁବ୍‌ ସୁନ୍ଦର ଉଠିଥିଲା। ଲାଗୁଥିଲା ସତେ ଯେମିତି ଜଳପରୀର ଫଟୋ ଉଠା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ପ୍ରଥମଥର କେବେ ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ: ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ୧୯୪୭ ମସିହାରେ ଭାରତରୁ ଅଲଗା ହେବା ପରେ ପାକିସ୍ତାନ ଏକ ନୂତନ ଦେଶ ହୋଇଥିଲା। ସେବେଠାରୁ, ଉଭୟ ଦେଶ ପରସ୍ପରର ଶତ୍ରୁ ହୋଇ ରହିଛନ୍ତି।...

ଭାରତରେ ତିଆରି ହୋଇଛି ବିନା ସିମେଣ୍ଟରେ ଦୁନିଆର ପ୍ରଥମ ବିଳାସପୂର୍ଣ୍ଣ ମହଲ, ଜାଣିଲେ…

ଘର, ବାଣିଜି୍ୟକ କୋଠା ଏବଂ ଉଚ୍ଚ କୋଠା ନିର୍ମାଣ ପାଇଁ ଏକ ବିଶେଷ ତଥା ଦୃଢ଼ କଂକ୍ରିଟର ଆବଶ୍ୟକ। ଯାହା ଇଟା, ପଥର, ବଜୁରି, ବାଲି,...

୬ ବର୍ଷ କାମ ନ କରି ମିଳିଲା ୩୬ ଲକ୍ଷ ଟଙ୍କା ଦରମା

ମାଡ୍ରିଡ୍‌: ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି...

୩୦ ହଜାର ଟଙ୍କା ଅଧିକ ଦରମାରେ ଆସି ପଶ୍ଚାତାପ କଲେ କର୍ମଚାରୀ, ସୋସିଆଲ ମିଡିଆରେ କହିଲେ ମୁଁ ବରବାଦ ହୋଇଗଲି

ଅଧିକାଂଶ ଟେକ୍‌ ପ୍ରଫେଶନାଲ ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରେ କାମ କରନ୍ତି ଏବଂ ମାସିକ ମୋଟା ଅଙ୍କର ଦରମା ବି ପାଆନ୍ତି। ବେଙ୍ଗାଲୁରୁ ଏହି ଟେକ୍‌...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

Pakistan Richest Person: ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣନ୍ତୁ, ସାରା ବିଶ୍ୱରେ ବିଛାଇଛନ୍ତି କମ୍ପାନୀ

ଇସଲାମାବାଦ୍‌,୨୦।୩: ଗରିବ ପାକିସ୍ତାନୀଙ୍କ ଅବସ୍ଥା ବିଷୟରେ ସାରା ବିଶ୍ୱ ଜାଣେ। ପଡ଼ୋଶୀ ଦେଶର ଋଣ ପ୍ରତି ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୁଏ। ଏହା ଉପରେ, ୧୯୯୭...

ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ଖସିଯିବ ମାଟି, ମାଲିକ କୁହନ୍ତି…

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି କୁକୁରର ଦାମ୍‌ ଜାଣିଲେ ପାଦତଳୁ ମାଟି ଖସିଯିବ। ତେବେ...

ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri