Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ
ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରି ଖୁସି ମନେଇବେ। ପରିବାରର ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ମାନସିକ ସୁସ୍ଥତା ରହିବ ନାହିଁ। ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ କର୍ମ କରିଚାଲିଲେ ଉପକୃତ ହେବେ । ମାତ୍ରାଧିକ ଭ୍ରମଣ ଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବାର ଆଶଙ୍କା ରହିଛି।
ବୃଷ
ବୃଷ
ପଡ଼ୋଶୀଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରି ସମସ୍ୟାର ସମାଧାନ କରିପାରିବେ। ଅଭାବ ପୂରଣ ଦିଗରେ ଆତ୍ମୀୟଙ୍କ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ। ଆନୁଷ୍ଠାନିକ କାର୍ଯ୍ୟ ସାମାଜିକ ସ୍ତରରେ ପ୍ରତିଷ୍ଠା ଓ ପ୍ରଶଂସା ପ୍ରଦାନ କରିପାରେ । ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଖୁସି ହେବେ। ଯାନବାହନ କ୍ରୟ, ଗୃହ ନିର୍ମାଣ, ନୂତନ ବନ୍ଧୁ ସମ୍ପର୍କ ଦିଗରେ ତପତ୍ର ରହିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ ପ୍ରଭୃତି ଦିଗରୁ ଅନୁକୂଳ ଫଳ ପାଇବେ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଉତ୍ତମ ବୁଝାମଣା ପରିପ୍ରେକ୍ଷୀରେ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଶିଳ୍ପ, ଗୃହ ନିର୍ମାଣ, ପରିବହନ, ବାଣିଜ୍ୟ ଏବଂ ଯୋଗାଣ କାରବାରରେ ଉନ୍ନତି କରିବେ। ବିବାଦୀୟ ଘଟଣା, କଚେରି ମମଲା, ଜମିଜମା କାରବାର ଓ ଚୁକ୍ତିପତ୍ର ସମ୍ପର୍କୀୟ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
ସି˚ହ
ସମସ୍ୟା ବିଜଡ଼ିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ମଘା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ଆଶଙ୍କା ରହିଛି।
କନ୍ୟା
କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ସୁସମ୍ପର୍କ ଓ ସମ୍ମାନ, ପ୍ରଶଂସା ପାଇ ମନ ଖୁସି ରହିବ। ସାମାନ୍ୟ ବିଳମ୍ବରେ ଅଭିଳଷିତ ଜିନିଷଟି ପାଇବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ହଠାତ୍‍ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେବ। ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ, ପରିବହନ, କ୍ରୟବିକ୍ରୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ।
ତୁଳା
ତୁଳା
ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁ ମିଳନ ଘଟିବ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ସଭାସମିତିରେ ନିଷ୍ପତ୍ତି ବଦଳାଇବା ଫଳରେ ଅପ୍ରୀତିକର ପରିସ୍ଥିତିର ସାମ୍‍ନା କରିବେ।
ବିଛା
ବିଛା
ବାରମ୍ବାର ଭ୍ରମଣ ଜନିତ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ। ସଭାସମିତି, ମନୋରଞ୍ଜନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବିଶାଖା ନକ୍ଷତ୍ର ଆଜିର ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର କର୍ମାରମ୍ଭରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କଲେ ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‍ ବିଶେଷ ଶ୍ରମ ଓ ଭ୍ରମଣ କରିବା ଠିକ୍‍ ହେବନାହିଁ। ଲେଖାପଢ଼ା ତଥା ସାମ୍ବାଦିକତା, ପ୍ରକାଶନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ଅର୍ଥ ସମ୍ବନ୍ଧୀୟ ସମସ୍ୟା ନ ଥିଲେ ମଧ୍ୟ ସ୍ଥାନାନ୍ତର ଜନିତ ମାନସିକ ଅସ୍ଥିରତା ଲାଗିରହିବ। ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ଲୋଡ଼ିବାକୁ ପଡ଼ିବ। ଧନିଷ୍ଠା ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଆକସ୍ମିକ ଦୂରଯାତ୍ରା, ନୂତନ କର୍ମନିଯୁକ୍ତି ସମ୍ପର୍କରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶତଭିଷା ନକ୍ଷତ୍ର ସକାଶେ ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ୍ୟ ହୋଇ ନ ପାରେ। ଆବଶ୍ୟକତାନୁଯାୟୀ ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ

ରେବତୀ ନକ୍ଷତ୍ରର ଆଜି ପ୍ରତ୍ୟେକ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ, ବନ୍ଧୁଙ୍କ ଆଦରସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?