Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ
ଆଜି ମଙ୍ଗଳଙ୍କ ଦୃଷ୍ଟିରେ ସପ୍ତମସ୍ଥ ଚନ୍ଦ୍ର ରହୁଥିବାରୁ ଯେମିତି ଭାବୁଥିବେ ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ଆପଣଙ୍କ କାମରେ ଯୋଗଦେବା ପାଇଁ ଘରକୁ ବନ୍ଧୁ ଆସିପାରନ୍ତି। ପରିବାର ଲୋକମାନଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ସଭାସମିତିରେ ନିଜ ସୀମା ଭିତରେ ରହିବା ଭଲ।
ବୃଷ
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଶନି ଅବସ୍ଥାନ କରିଥିବାରୁ କର୍ମାରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନ୍‌ସନ ଦୂର ହେବ। ସାହିତ୍ୟ, କ୍ରୀଡ଼ା ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ରବି ନୀଚ୍ଚସ୍ଥ ହେତୁ ପାରିବାରିକ ଜୀବନ ସମସ୍ୟାବହୁଳ ରହିବ।
ମିଥୁନ
ମିଥୁନ
ରାଶିର ଷଷ୍ଠଭାବରେ ବୁଧ ଓ ଶୁକ୍ରଙ୍କ ସ୍ଥିତିଜନିତ ଅଭିଳଷିତ କର୍ମ ସମ୍ପାଦନରେ ସଫଳ ହେବେ। ଶାରୀରିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଦୀର୍ଘଦିନରୁ ଚେଷ୍ଟା କରୁଥିବା ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
କର୍ମାଧିପତି ରାଶିରେ ଅବସ୍ଥାନ କରୁଥିବାରୁ ନୂତନ କର୍ମାରମ୍ଭ କରି ଖୁସି ରହିବେ। ଆଜିର ଯାତ୍ରା ପ୍ରୀତିପଦ ରହିବ ଏବଂ ଶନିଙ୍କ ପ୍ରଭାବରେ ବିଳମ୍ବରେ ସଫଳତା ପାଇବେ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌, ପବ୍ଲିକେଶନ, ପ୍ରଶାସନ, ଆଲୋଚନା ଓ ସଭାସମିତିରେ ସଫଳତା ପାଇବେ। ବନ୍ଧୁଙ୍କ ମାଧ୍ୟମରେ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି।
ସି˚ହ
ସି˚ହ
ରବି ବ୍ୟୟାଧିପତିଙ୍କ ସହ ତୃତୀୟସ୍ଥ ହେତୁ ଦୈହିକ ଦୁର୍ବଳତା ସାଙ୍ଗକୁ ସୁଯୋଗ ହରାଇପାରନ୍ତି। ପାରିବାରିକ ସମସ୍ୟା ଚିନ୍ତାକରି ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଆଲୋଚନା କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ।
କନ୍ୟା
ଲାଭାଧିପତି ଧନସ୍ଥାନରେ ରହିଥିବାରୁ ସମ୍ପର୍କୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ଆଶା କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କ ପାଇଁ ଚିନ୍ତା କରିପାରନ୍ତି କିନ୍ତୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଚିତ୍ରା ନକ୍ଷତ୍ର ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବାର ସମ୍ଭାବନା ରହିଛି।
ତୁଳା
ତୁଳା
ଦଶମ ଏକାଦଶାଧିପତି ଉଭୟେ ରାଶିରେ ଅବସ୍ଥାନ କରି ଅଭିଳଷିତ ଜିନିଷ ପ୍ରାପ୍ତିରେ ସହାୟକ ହେବେ। ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ ନେଇ ଭ୍ରାତୃ ବିବାଦ ଲାଗିପାରେ। ବାଣିଜ୍ୟ ଓ ବ୍ୟବସାୟ, ଆନୁଷ୍ଠାନିକ କାମରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।
ବିଛା
ବିଛା
ରାଶିରେ ସପ୍ତମ ଏକାଦଶାଧିପତି ଅବସ୍ଥାନ କରିଥିବାରୁ କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟରୁ ଉପକୃତ ହେବେ। ସେବା ଓ ପରୋପକାର ମାଧ୍ୟମରେ ପ୍ରଶଂସିତ ହେବା ସାଙ୍ଗକୁ ନିଜ ପରିସରରେ ଲୋକସମ୍ପର୍କ ଅବ୍ୟାହତ ରହିବ। ଆଜିର ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଏବଂ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ।
ଧନୁ
ଧନୁ
ତୃତୀୟାଧିପତି ତୃତୀୟସ୍ଥ ହେତୁ ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇ କାମ ହାସଲ କରିବେ। ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ। ସାୟାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର
ମକର
ଆଜିର ଯାତ୍ରା ସମୟରେ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲକ୍ଷ୍ୟ ପୂରଣ ହୋଇପାରିବ। ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ଅନୁସରଣ କରିବାକୁ ପଡ଼ିପାରେ। ମାତ୍ର ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟାକରି କୃତକାର୍ଯ୍ୟ ହେବେ।
କୁମ୍ଭ
କୁମ୍ଭ
ମନ ଭିତରେ ଦୁଃଖ ଓ ସମସ୍ୟା ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକୁ ତ୍ୱରାନ୍ବିତ କରିବା ସକାଶେ ଚେଷ୍ଟିତ ହେବେ। ମାତ୍ର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ରାଜନୀତି, ସଙ୍ଗଠନ, ନିର୍ମାଣ, ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ଅସୁବିଧା ସୃଷ୍ଟି କରିପାରନ୍ତି।
ମୀନମୀନ

ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ସ୍ଥାନ ପରିଦର୍ଶନ, ନୂଆ ବନ୍ଧୁ ଓ ସନ୍ତାନଙ୍କ କୃତିତ୍ୱରୁ ଆନନ୍ଦ ଅନୁଭବ କରିବେ। ଶୁଣାକଥାକୁ ବିଶ୍ୱାସକରି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଦୁଶ୍ଚିନ୍ତା ବୃଦ୍ଧି କରିବ। ସରକାରୀ ସ୍ତରରେ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?