ମେଷ

ଆଜି କର୍ମସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମସ୍ୟା ସୁଧାରି ନେବାରେ ସଫଳ ହେବେ। ସାହାଯ୍ୟ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। କଠିନଶ୍ରମ ଓ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ସ୍ବାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟିକରିବାର ଆଶଙ୍କା ରହିଛି।
ବୃଷ

ଲାଲ୍ଗ୍ରହ ମଙ୍ଗଳ ରାଶିରେ ଅବସ୍ଥାନ କରୁଥିବାରୁ କଥା କଥାକେ ମନ ଉତ୍ତେଜନାପୂର୍ଣ୍ଣ ରହିପାରେ। ପରିବାରରେ, କର୍ମକ୍ଷେତ୍ରରେ, ସଂଗଠନରେ, ସଭାସମିତିରେ ଚର୍ଚ୍ଚିତ ହୋଇପାରନ୍ତି। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନାଦି ପ୍ରୀତିପ୍ରଦ ରହିବ।
ମିଥୁନ

ତୃତୀୟାଧିପ ରବିଙ୍କ ସ୍ଥିତି ପ୍ରଭାବରେ ପଦସ୍ଥବ୍ୟକ୍ତିଙ୍କ ସହଯୋଗ ଦ୍ୱାରା କାର୍ଯ୍ୟ ହାସଲ କରିବେ। ଆଜିର ବିବାଦୀୟ ସ୍ଥିତି, ମକଦ୍ଦମା, ସଂଗଠନ କ୍ଷେତ୍ରରେ ସଫଳତା ନିଶ୍ଚିତ। ଜମିଜମା କିମ୍ବା ଗୃହ ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ସହଯୋଗର ଅଭାବ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ସନ୍ତୋଷ ଲାଭ କରିପାରନ୍ତି ।
କର୍କଟ

ସପ୍ତମକେନ୍ଦ୍ରସ୍ଥ ଚନ୍ଦ୍ର ଦୂରଯାତ୍ରା,ବ୍ୟବସାୟ, ପ୍ରତିଯୋଗିତା, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସକାଶେ ଅନୁପ୍ରେରିତ କରିବ। କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ରୁକ୍ଷତା ବନ୍ଧୁଙ୍କ ମନଦୁଃଖର କାରଣ ହୋଇପାରେ। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କିତ କୌଣସି ଦୁଶ୍ଚିନ୍ତା ଦୂର ହେବାର ସୂଚନା ରହିଛି।
ସି˚ହ

ଚତୁର୍ଥାଧିପତି ମଙ୍ଗଳ ରାଶିକୁ ଅବଲୋକନ କରୁଥିବାରୁ ଅନୁକୂଳ ବାତାବରଣ ସୃଷ୍ଟିକରି ବନ୍ଧୁପ୍ରିୟ କରାଇବ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ନିମନ୍ତେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା

ଲାଭାଧିପତି କୋଣଭାବରେ ଥିବାରୁ ସନ୍ତାନଙ୍କ କୃତିତ୍ୱ, ରଚନାତ୍ମକ କାର୍ଯ୍ୟ ସାଙ୍ଗକୁ ପ୍ରତ୍ୟେକ କାମରେ ସଫଳତା ପାଇବେ। ପରିବାରରେ ବନ୍ଧୁମିଳନ, ସଭାସମିତିକୁ ନିମନ୍ତ୍ରଣ, ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିପାରନ୍ତି। କୌଣସି କଥାକୁ ଭଲ ରୂପେ ବିଚାର ନ କରି କାମକଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ।
ତୁଳା

ଆଜିର ଅନୁକୂଳ ଗ୍ରହସ୍ଥିତି ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟ ବନ୍ଧୁଙ୍କ ସଙ୍ଗଲାଭ କରାଇପାରନ୍ତି। କୌଣସି ଜିନିଷ କ୍ରୟ ସକାଶେ ଅର୍ଥର ଅଭାବ ରହିବ ନାହିଁ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯାଇପାରେ। ଯାତ୍ରା, ବ୍ୟବସାୟ, ଲୋକସମ୍ପର୍କ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବିଛା

ଶନିଙ୍କ ପ୍ରତି ଗୁରୁଙ୍କ ଦୃଷ୍ଟି ଗୁରୁଶୌରୀ ଯୋଗ ସୃଷ୍ଟିକରି ଆର୍ଥିକ ଉନ୍ନତି, ସନ୍ତାନଙ୍କ ଗୌରବ, ନୂତନ କର୍ମାରମ୍ଭ କରାଇବ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ। ପାରିବାରିିକ ପ୍ରତିରୋଧ ଆପଣଙ୍କ କାମକୁ ଦୀର୍ଘସମୟ ଧରି ବିଶୃଙ୍ଖଳିତ କରିପାରିବ ନାହିଁ।
ଧନୁ

ଅଷ୍ଟମ କେନ୍ଦ୍ରରେ ଏକାଧିକ ଗ୍ରହ ଯୋଗୁ ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ଅସ୍ଥିରତା ସୃଷ୍ଟି ହେବ। କ୍ରୀଡା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବନ୍ଧୁସମ୍ପର୍କ, ସାହିତ୍ୟକୃତି, ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। କର୍ମକ୍ଷେତ୍ରରେ ବନ୍ଧୁବର୍ଗ ଏବଂ ସହକର୍ମୀ ପରୋକ୍ଷଭାବରେ ଶତ୍ରୁତା କରିବେ।
ମକର

ବଳହୀନ ରାଶ୍ୟାଧିପତି ସାଙ୍ଗକୁ ଷଷ୍ଠାଧିପଙ୍କ ସପ୍ତମସ୍ଥିତି ପରିବାରରେ ମତଭେଦ, ସ୍ବାସ୍ଥ୍ୟହାନି ଓ ଅର୍ଥସଂକଟ ସୃଷ୍ଟିକରିବ। ଜଣେ ହିତାକାଂକ୍ଷୀ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ସହକର୍ମୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି।
କୁମ୍ଭ

ଆଜିର ଗ୍ରହ ପ୍ରତିକୂଳଜନିତ କୌଣସି କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେବା କଷ୍ଟକର ହୋଇପାରେ। ତଥାପି ବିଭିନ୍ନ ବ୍ୟତିକ୍ରମ ମଧ୍ୟରେ କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ।
ମୀନ
ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ଯୋଗୁ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ପରିବାରରେ ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣରେ ଅସନ୍ତୁଷ୍ଟ ରହିପାରନ୍ତି। ଆର୍ଥିକ ଅନଟନ ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାକୁ ସୁଧାରି ନେବାରେ ସମର୍ଥ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.