

କୌଣସି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ। ସଭାସମିତିରେ ଯୋଗ ଦେଲେ ଲାଭବାନ ହେବେ। କିନ୍ତୁ ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।








ସମସ୍ୟା ଜାଲରେ ଛନ୍ଦିହୋଇ କର୍ମକ୍ଷେତ୍ରରେ କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ଈର୍ଷାପରାୟଣ ନିଜ ଲୋକମାନେ ଶତ୍ରୁତା ଆଚରଣକରି କାମକୁ ଭଣ୍ଡୁର କରିପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।


କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ବୁଝାମଣାଜନିତ ସମସ୍ୟା ବୃଦ୍ଧିପାଇବାର ଆଶଙ୍କା ରହିଛି। ପରିବାରରେ ପିଲାଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସମସ୍ୟା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ଆଶାକରି ଦୈନ୍ୟତା ପ୍ରକାଶ କରିବାକୁ ବାଧ୍ୟ ହୋଇପାରନ୍ତି। ଆଜିର ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ।

