Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ
ଆଜି ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କକୁ ନେଇ ଭା୍ରତୁବିବାଦ ଦେଖାଦେଇ ପାରେ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି ହେବାର ସୂଚନା ରହିଛି। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ସନ୍ଧ୍ୟାରେ ତାହା ପାଇବେ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନୂତନ ଯୋଜନା ସକାଶେ ମନ ବଳାଇବେ। ପିଲାଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହିବ ନାହିଁ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ।
ମିଥୁନ
ମିଥୁନ
ବାରମ୍ବାର ପ୍ରତିରୋଧ ବଢିବା ଦ୍ୱାରା ଅଟକି ରହିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେବେ। ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପାରିବାରିକ ଦିଗଟି ବିଶେଷ ଭଲ ରହିବ ନାହିଁ।
କର୍କଟ
କର୍କଟ
ଭାଇଙ୍କ ଅଭାବ ଅସୁବିଧା ସଙ୍ଗକୁ କିମ୍ବା ସ୍ବାସ୍ଥ୍ୟହାନୀ କାରଣକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। କ୍ରୀଡା ଓ ମନୋରଞ୍ଜନ ପ୍ରଭୃତିରେ ପ୍ରତିଯୋଗିତା ମାନୋଭାବ ଉପୁଜିବ। ପୁନର୍ବସୁ ନକ୍ଷତ୍ର ନୂତନ କାମ ସକାଶେ ମନ ବଳାଇ ପାରନ୍ତି।
ସି˚ହ
ସି˚ହ
ଅଫିସରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରି ପାରନ୍ତି। କାରବାର, ପରିବହନ, ଷ୍ଟେସନାରୀ ଦୋକାନୀ ଲାଭବାନ ହେବେ। ପାରିବାରିକ ସ୍ଥିତି ଭଲ ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ।
କନ୍ୟା
ଆଜି ସହଜ ଓ ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବେ। ସାଙ୍ଗସାଥୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ କିନ୍ତୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। କଳହରୁ ଦୂରେଇ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ବନ୍ଧୁଙ୍କ ମନ ବୁଝତ୍ଲାଭଳି କଥା କହି ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ, ଏଣୁ ସତର୍କତାର ସହ କିଛି କହିବା ଭଲ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ବିଛା
ବିଛା
ଆଜି ପୂର୍ବ ପରିକଳ୍ପିତ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। କୈାଣସି ମହିଳାଙ୍କ ତରଫରୁ ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି ଯୋଜନା କରିବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ପାରନ୍ତି।
ଧନୁ
ଧନୁ
ଆର୍ଥିକ ସ୍ଥତି ପୂର୍ବପରି ରହିବା ସଙ୍ଗକୁ ହାତରେ ଥିବା କାମକୁ ସମ୍ପନ୍ନ କରିପାରିବେ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରି ପାରନ୍ତି। ଫେରନ୍ତା ବାଟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନିର୍ମାଣାଧିନ କାଯ୍ୟ ଓ ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ମକର
ଖଳଲୋକଙ୍କ କାନକୁହା କଥାରେ ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଭଲ ସମ୍ପର୍କ ନଥିବା ଶତତା କରୁଥିବା ବ୍ୟକ୍ତିମାନେ ଚେଷ୍ଟା କରି ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହେବା କାରଣରୁ ମନ ଭଲ ରହିବ ନାହିଁ। ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ଡରିବାର କିଛି କାରଣ ନାହିଁ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନରୋଗରେ କଷ୍ଟ ପାଇବେ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ।
ମୀନମୀନ

ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରି ପାରନ୍ତି। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଆଜି ଅର୍ଥ ପାଇବା ସହ ପ୍ରତ୍ୟୁଷ ଯାତ୍ରା ରେ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?