Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ
ଆଜି ସପ୍ତମଭାବସ୍ଥ ଗ୍ରହମାନଙ୍କୁ ଶନି ଓ ମଙ୍ଗଳ ଦେଖୁଥିବାରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ,ପରିବାର, ବାଣିଜ୍ୟ,ବ୍ୟବସାୟ, ଯାନ ବାହନ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ଆଲୋଚନା କ୍ଷେତ୍ର, ସଂଗଠନ ସକାଶେ ପ୍ରାୟତଃ ଅସୁବିଧା ହେବନାହିଁ। କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ।
ବୃଷ
ବୃଷ

ଶୁକ୍ରଙ୍କ ସହ ଶନିଙ୍କ ଷଡାଷ୍ଟକ ସ୍ଥିତିଜନିତ ବିଳମ୍ବିତ ସମୟରେ କାମ ହାସଲ ହେବ। କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା କି ସମସ୍ୟା ବହୁଳ ହୋଇପାରେ। ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। ସନ୍ତାନଙ୍କ ଅନୁପସ୍ଥିତିଜନିତ ଅଭାବ ଅନୁଭବ କରି ଦୁଃଖ ପ୍ରକାଶ କରିବେ।

ମିଥୁନ
ମିଥୁନ
ଧନାଧିପତିଙ୍କ ଶୁଭତ୍ୱ ପ୍ରଭାବରୁ ଆର୍ଥିକ ସମସ୍ୟାର ସମାଧନ ହୋଇଯିବ। କୌଣସି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ଼ ଉଠିପାରେ। ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କରିବେ। ବହୁତ ଦିନରୁ ମନେ ମନେ ଚିନ୍ତା କରୁଥିବା ଓ ଭାବୁଥିବା ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।
କର୍କଟ
କର୍କଟ
ରବିଙ୍କ ଦୁର୍ବଳତା କାରଣରୁ ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁଗୃହକୁ ଯାତ୍ରାଯୋଗ ରହିଛି। ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ।
ସି˚ହ
ସି˚ହ
ତୃତୀୟଭାବକୁ ମଙ୍ଗଳ ଦେଖୁଥିବାରୁ ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ। ସାମୟିକ ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ଏହି ଦିଗରେ ପ୍ରତିବନ୍ଧକ ସାଜିବ। ଆକସ୍ମିକ ଭାବରେ ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ।
କନ୍ୟା
ମୁଖଭାବସ୍ଥ ବୁଧାଦିଗ୍ରହଙ୍କ ପ୍ରଭାବରେ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ଆଚରଣ ନ କଲେ କଳହ ଲାଗିପାରେ। ପୁରାତନ ଗାଡି, ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିପାରନ୍ତି। ନୂତନ ସ୍ଥାନରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ।
ତୁଳା
ତୁଳା
କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ ବିଭିନ୍ନ ପ୍ରକାରର କର୍ମ ଜଞ୍ଜାଳର ଚାପରେ ଅତିଷ୍ଠ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମ ମୁଖର ହେବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ।
ବିଛା
ବିଛା
ରାଶିରେ କେତୁ ଗ୍ରହ ଆପଣଙ୍କୁ ଅସୁସ୍ଥମାନସିକତା ଜନିତ ଅପରିଣାମଦର୍ଶୀ କରାଇପାରେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ, ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢତା ଓ ମୁହଁଜୋର ହେତୁ ବହୁ ବିପଦରୁ ରକ୍ଷା ପାଇବେ।
ଧନୁ
ଧନୁ
ଦ୍ୱିତୀୟସ୍ଥ ଶନି ହେତୁ ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ଅପଦସ୍ଥ ହେବାକୁ ପଡିପାରେ। ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି।
ମକର
ମକର

ବକ୍ରୀ ମଙ୍ଗଳଙ୍କ ସ୍ଥିତିଜନିତ ପାଖ,ପଡୋଶୀଙ୍କ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡିବା ଠିକ୍‌ ହେବନାହିଁ। ଉତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଆଜିର କାମଟି ସମ୍ପୂର୍ଣ୍ଣ ହେବାର ସୂଚନା ରହିଛି। ମାଲି ମକଦ୍ଦମା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।

କୁମ୍ଭ
କୁମ୍ଭ
ପାପଗ୍ରହମଧ୍ୟସ୍ଥ କର୍ମାଧିପଙ୍କ ଯୋଗୁଁ ସତର୍କରେ ନ ଚଳିଲେ କର୍ମକ୍ଷେତ୍ର୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ। ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଳହର ସମ୍ମୁଖୀନ ହୋଇପାରନ୍ତି। ଯେ କୌଣସି ପରିସ୍ଥିତିରେ ରହନ୍ତୁନା କାହିଁକି, ଆପଣ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
ମୀନମୀନ

ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବା ସହ ଅର୍ଥନୈତିକ ଅବରୋଧ ହଟିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶେୟାର୍‌ ବଜାର କ୍ଷେତ୍ରରୁ ସୁଫଳ ମିଳିବ। ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?