Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ମକରସ୍ଥ ଯୋଗୁ ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ ରହିବ। ଶୁକ୍ରଙ୍କ ପ୍ରଭାବରେ ପାରିବାରିକ ଜୀବନରେ ସ୍ଥିରତା ଅକ୍ଷୁଣ୍ଣ ରଖିବାରେ ସମର୍ଥ ହେବେ। ଧନ ସ୍ଥାନରେ ଶୁକ୍ର ଆର୍ଥିକ ଅଭିବୃଦ୍ଧି ସହ କଳା, ସାହିତ୍ୟ, କ୍ରୀଡ଼ାରୁ ପ୍ରଶଂସିତ କରାଇବେ।
ବୃଷ
ବୃଷ
ରାଶ୍ୟାଧିପ ରାଶିସ୍ଥ ହେତୁ ସୁନ୍ଦର ସ୍ବାସ୍ଥ୍ୟ, ସୁସ୍ଥ ମାନସିକତା ସହ ସାମାଜିକ ସମ୍ମାନ ମଧ୍ୟ ପାଇବେ। ଆଜି ଆପଣଙ୍କ କଥା ଯେମିତି କାମ ମଧ୍ୟ ଠିକ୍‌ ସେମିତି କରିବାରେ ଅସୁବିଧା ହେବନାହିଁ। ଭୁଲ୍‌ ବୁଝାମଣାରୁ ପାରିବାରିକ ଅଶାନ୍ତି ଦେଖାଦେବ। ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରଶାସନ, ରାଜନୈତିକ ସଂଗଠନର ପ୍ରଚେଷ୍ଟା ଭଲରେ ଚାଲିବ।
ମିଥୁନ
ମିଥୁନ
ବୃହସ୍ପତି ପ୍ରଭାବରୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। କିନ୍ତୁ ମଙ୍ଗଳ ଜନିତ ନିଜ ଲୋକମାନେ ସମସ୍ୟା ସୃଷ୍ଟି କରିବା ସହ ଝମେଲାକୁ ବଢ଼ାଇପାରନ୍ତି।
କର୍କଟ
କର୍କଟ
ଆଜିର ଚନ୍ଦ୍ର ସପ୍ତମ ସ୍ଥାନରେ ଥିବାରୁ ଦୈହିକ ସୁସ୍ଥତା ସହ ପାରିବାରିକ ଜୀବନ ମନ୍ଦ ହେବନି। ଯାତ୍ରା, ବ୍ୟବସାୟ, ନୂତନ କାମ ସମ୍ପର୍କରେ ଦୁଶ୍ଚିନ୍ତା ଦେଖା ଦେଇପାରେ। ଅଶ୍ଳେଷା ସକାଶେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ନ ପାରେ। ପ୍ରତିଯୋଗିତା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତାଦିରେ ଉନ୍ନତ ଫଳ ପାଇବେ।
ସି˚ହ
ସି˚ହ
ଆଜି ଶୁଭ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ର ଅନୁକୂଳ ବାତାବରଣରେ ସମ୍ପନ୍ନ ହେବ। ଜମିଜମା କ୍ରୟବିକ୍ରୟ, ନିର୍ମାଣାଧୀନ କାମ, ବିଦେଶ ଯାତ୍ରା, ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାମରେ ନିଜକୁ ନିୟୋଜିତ କରି ଖୁସି ରହିବେ। ତଥାପି ଯାତ୍ରା ସମୟରେ ଅସାବଧାନତା ହେତୁକ ଧନହାନିର ଆଶଙ୍କା ରହିଛି।
କନ୍ୟା
ଅଷ୍ଟମ ସ୍ଥାନରେ ତିନୋଟି ଗ୍ରହ ଥିବାରୁ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ର ଅଶାନ୍ତ ରହିବ। ବିରୋଧୀମାନଙ୍କ ଦ୍ୱାରା ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। କିନ୍ତୁ ସାମାଜିକ ସ୍ତରରେ ମଙ୍ଗଳ ଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଯାତ୍ରା କରିବାକୁ ଅପେକ୍ଷାରତ ଆତ୍ମୀୟଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁଯାୟୀ ସୁଫଳ ପାଇବେ। ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବାକୁ ପଡ଼ିବ।
ବିଛା
ବିଛା
ଶୁଭଗ୍ରହମାନେ ଅନୁକୂଳ ବାତାବରଣରେ ରହିଥିବାରୁ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କୁ ଆପଣେଇ ନେଇ କାମ ହାସଲ କରିବେ। ପଡ଼ୋଶୀଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହ ପ୍ରକାଶ କରିପାରନ୍ତି। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନସନ୍‌ ବଢ଼ିପାରେ କିନ୍ତୁ ବ୍ୟବସାୟିକ ଦିଗ ପାଇଁ ଦିନଟି ମନ୍ଦ ହେବନି।
ଧନୁ
ଧନୁ
ଅଷ୍ଟମାଧିପତି ଧନ ସ୍ଥାନରେ ଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ଆଶଙ୍କା ରହିଛି। ନିଜକୁ ନ ସୁଧାରିଲେ ଆଗାମୀ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁ ପରିଜନଙ୍କ ସହ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
ମକର
ମକର
ଆଜି ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ମୁହଁରେ ହସ ଲାଖିରହିବ ଏବଂ ପକେଟ ଭରି ରହିବ। ପାରିବାରିକ କ୍ଷେତ୍ର ପାଇଁ ଦିନଟି ସ୍ମରଣୀୟ ରହିବ ଏବଂ ପରିବହନ, ପ୍ରଶାସନ, ପ୍ରକାଶନ, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାମ ପାଇଁ ପ୍ରକୃଷ୍ଟ ଦିବସ। ଶ୍ରବଣା ନକ୍ଷତ୍ରର ବହୁତ ମାନସିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବୃଦ୍ଧି ପାଇପାରେ।
କୁମ୍ଭ
କୁମ୍ଭ
ଦ୍ୱାଦଶସ୍ଥ ଚନ୍ଦ୍ରଜନିତ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ ସତ ଟେନ୍‌ସନ ଜମା ଛାଡ଼ିବ ନାହିଁ। ଆଜି ନୂତନ ଜିନିଷ କ୍ରୟ ସକାଶେ ମନ ବଳାଇ ପାରନ୍ତି। ଛୋଟ କଥାକୁ ଧରିବସିଲେ ଅନର୍ଥର କାରଣ ହୋଇପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ମୀନମୀନ
ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ କ’ଣ ହେବ, ସତ କହି ସମସ୍ୟାକୁ ଡାକି ଆଣିବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ପାରିବାରିକ ବୁଝାମଣା ସମ୍ପର୍କରେ ମଧ୍ୟ ବିଶେଷ ଅଗ୍ରଗତି ହେବ ନାହିଁ। ସାମାଜିକ ସ୍ତରରେ ମନକଥାକୁ ମନରେ ରଖି ଚଳିବାକୁ ପସନ୍ଦ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?