Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିର ଠିକ୍‌ ସମୀକ୍ଷା କରି ପଦକ୍ଷେପ ନେବା ଠିକ୍‌ ହେବ। କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। କେତେକ କ୍ଷେତ୍ରରେ ପରିବର୍ତ୍ତିତ ପରିସ୍ଥିତି ମନକୁ ଅଶାନ୍ତ ରଖିପାରେ।
ବୃଷ
ବୃଷ
ମନ ଯେମିତି ଚାହୁଁଛି ସେମିତି ନ ହେବା କାରଣରୁ ବ୍ୟସ୍ତତା ସୃଷ୍ଟି ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର କାମର ଥିବା ଚାପ ନିମିତ୍ତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବ୍ୟବସାୟ, ପରିବହନ, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ
ଦୀର୍ଘଦିନରୁ ରହିଆସିଥିବା ରୋଗପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ଯାନ ବାହନ, ମୂଲ୍ୟବାନ ଜିନିଷ, ଘରୋଇ ଉପକରଣ, ନୂତନ ପୋଷାକ ପରିଚ୍ଛଦ ଆଜି କିଣିବା ସକାଶେ ମନ ବଳାଇବେ। ବିଭିନ୍ନ ସମସ୍ୟା ଭିତର ଦେଇ ଚଳୁଥିବା କାରଣରୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗି ରହିବ। କର୍ମକ୍ଷେତ୍ରରେ କୌଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ଆଜି ଅଫିସରୁ ଫେରିବା ବାଟରେ ଯାନ ବାହାନରେ ତ୍ରୁଟି ହେତୁ ହଇରାଣ ହୋଇପାରନ୍ତି। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିପାରିବେ। କିନ୍ତୁ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବା କାରଣରୁ ସାମୟିକ ବିଚଳିତ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି, ତଥାପି କିଛି କରିପାରିବେ ନାହିଁ।
କନ୍ୟା
ଆର୍ଥିକ ଦିଗରୁ କିଛି ଅସୁବିଧା ହେବନାହିଁ ଅବଶ୍ୟ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇପାରେ। ଅଫିସ୍‌ କାମରେ କୌଣସି ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇ ପାରିବେ। ପାରିବାରିକ କ୍ଷେତ୍ରରୁ, ଆତ୍ମୀୟମାନଙ୍କ ସହୃଦୟତାରୁ, ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ କାର୍ଯ୍ୟରେ ସଫଳତା ମିଳି ପାରିବ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ ବନ୍ଧୁଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହେବାର ସୂଚନା ରହିଛି। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନଙ୍କ ପ୍ରେରଣାରେ ଆନୁଷ୍ଠାନିକ କାମ, ଆଧ୍ୟାମତ୍ିକତା ପରିସରରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ।
ବିଛା
ବିଛା
ପ୍ରତ୍ୟେକ ସମୟରେ ନିଜର ସ୍ଥିତିକୁ ଆଖି ଆଗରେ ରଖି କଥାବାର୍ତ୍ତା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଅତୀତର ଯେଉଁ ଘଟଣା ସକାଶେ ଆଶଙ୍କା କରୁଛନ୍ତି ସେଥିରେ କିଛି ବିଶେଷ ଅସୁବିଧା ହେବ ନାହିଁ। ଆର୍ଥିକ ଅନୁଦାନର ପ୍ରତିଶ୍ରୁତିକୁ ଆଶାକରି ବନ୍ଧୁଙ୍କ ହାତକୁ ଚାହିଁ ବସିବେ। ବ୍ୟବସାୟ, ପରିବହନ, ପ୍ରଶାସନ, ୍ରନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ।
ଧନୁ
ଧନୁ
ସମସ୍ୟା ଆସିଲେ ମଧ୍ୟ ତାହା ବେଶି କ୍ଷଣ ତିଷ୍ଠି ରହିବ ନାହିଁ। କେତେକ ନୂତନ କାମର ଯୋଜନା ଓ ପରିକଳ୍ପନା କରି କାମକୁ ବଢାଇ ନେଇପାରନ୍ତି। ସାହାଯ୍ୟ ସକାଶେ ଅନୁରୋଧ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ମକର
ମକର
ଆଜି କର୍ମକ୍ଷେତ୍ରରେ ଆମତ୍ୀୟମାନଙ୍କ ସୌହାର୍ଦ୍ଦ୍ୟରୁ କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡି ଯାଇପାରେ। ଅଫିସ୍‌ରେ ଟେନସନ୍‌ କିଛି ମାତ୍ରାରେ କମିଯିବ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ମଧୁର ବ୍ୟବହାର ମାଧ୍ୟମରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତର ଦେଇ ରହିବ। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ।
ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ଅବଶ୍ୟ ସମାଧାନ ହେବାରେ କୌଣସି ଅସୁବିଧା ହେବନାହିଁ।
ମୀନମୀନ
କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ଉଚ୍ଚକର୍ତ୍ତୃପକ୍ଷ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ପ୍ରବଳ ଚାପର ସମ୍ମୁଖୀନ ହୋଇପାରନ୍ତି। ଜମିଜମା ବିବାଦର ସମାଧାନ ଆଶା ଉଜ୍ଜ୍ୱଳ ରହିବ। ସାମାଜିକ ସ୍ତରରେ କେତେକାଂଶରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri