ବଟରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ତାକୁ ଫ୍ରିଜରରେ ରଖନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ। ତେବେ ଏହାକୁ ଅଧିକ ଗନ୍ଧଥିବା କୌଣସି ଜିନିଷ ପାଖରେ ରଖନ୍ତୁ ନାହିଁ। କାରଣ ବଟର ଶୀଘ୍ର ଅନ୍ୟ ଜିନିଷର ଗନ୍ଧକୁ ଗ୍ରହଣ କରିନିଏ।
ଆଳୁ ପିଆଜକୁ ଏକାଠି ରଖନ୍ତୁ ନାହିଁ। ଏହା ଶୀଘ୍ର ଖରାପ ହୋଇଯାଏ। ଆଳୁକୁ ବେଶି ଦିନ ରଖିବା ପାଇଁ ଥଣ୍ଡା ଏବଂ ପବନ ବାଜୁଥିବା ସ୍ଥାନରେ ହିଁ ରଖନ୍ତୁ।
ପନିପରିବାକୁ ଧୋଇବା ପରେ ତାକୁ ଶୁଖାଇ ପେପର ଟାୱେଲରେ ବାନ୍ଧି ରଖନ୍ତୁ। ଫଳରେ ଅଧିକ ଦିନ ପର୍ଯ୍ୟନ୍ତ ପରିବା ନଷ୍ଟ ନ ହୋଇ ତାଜା ରହିବ।
ସବୁ ପ୍ରକାରର ଫଳକୁ ଏକାଠି ଗୋଟିଏ ଝୁଡ଼ିରେ ରଖନ୍ତୁ ନାହିଁ। କାରଣ କିଛି ଫଳରୁ ଇଥୋଲିନ୍‌ ଗ୍ୟାସ ବାହାରି ଅନ୍ୟ ଫଳକୁ ଖରାପ କରିଦିଏ। ତେଣୁ କଦଳୀ, ସେଓ, ନାଶପାତି ଆଦି ସବୁ ଫଳକୁ ଅଲଗା ଅଲଗା କରି ରଖନ୍ତୁ, ନଷ୍ଟ ନ ହୋଇ ବେଶି ଦିନ ରହିବ।
ଟମାଟୋକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ ଫ୍ରିଜରେ ରହିବା ପରେ ଟମାଟୋ ସିଝିବାକୁ ଅଧିକ ସମୟ ନିଏ। ଥଣ୍ଡା ଏବଂ ପବନ ଚଳାଚଳ ସ୍ଥାନରେ ଟମାଟୋକୁ ରଖିଲେ ତାହା ଅନେକ ଦିନ ରହିଥାଏ।
ବଳକା ଖାଦ୍ୟକୁ ଫ୍ରିଜରେ ରଖିବାକୁ ହେଲେ ବଡ଼ ପାତ୍ର ବଦଳରେ ଛୋଟ ପାତ୍ରରେ ହିଁ ରଖନ୍ତୁ। କାରଣ ଏହା ଶୀଘ୍ର ଥଣ୍ଡା ହୁଏ ଏବଂ ବେଶି ସମୟ ଭଲ ରହେ।
ଶସ୍‌ ଏବଂ ଟମାଟୋ କ୍ୟାଚଅପ୍‌ ଆଦି ଫ୍ରିଜରେ ରଖିବା ପୂର୍ବରୁ ବଟଲ୍‌ର ମୁହଁକୁ ଭଲଭାବେ ସଫା କରି ବନ୍ଦ କରି ରଖନ୍ତୁ। ନଚେତ୍‌ ତାହା ଶୀଘ୍ର ଖରାପ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri