Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିର ଠିକ୍‌ ସମୀକ୍ଷା କରି ପଦକ୍ଷେପ ନେବା ଠିକ୍‌ ହେବ। କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। କେତେକ କ୍ଷେତ୍ରରେ ପରିବର୍ତ୍ତିତ ପରିସ୍ଥିତି ମନକୁ ଅଶାନ୍ତ ରଖିପାରେ।
ବୃଷ
ବୃଷ
ମନ ଯେମିତି ଚାହୁଁଛି ସେମିତି ନ ହେବା କାରଣରୁ ବ୍ୟସ୍ତତା ସୃଷ୍ଟି ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର କାମର ଥିବା ଚାପ ନିମିତ୍ତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବ୍ୟବସାୟ, ପରିବହନ, ନୂତନ କର୍ମାରମ୍ଭ, ଅର୍ଥ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ
ଦୀର୍ଘଦିନରୁ ରହିଆସିଥିବା ରୋଗପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ଯାନ ବାହନ, ମୂଲ୍ୟବାନ ଜିନିଷ, ଘରୋଇ ଉପକରଣ, ନୂତନ ପୋଷାକ ପରିଚ୍ଛଦ ଆଜି କିଣିବା ସକାଶେ ମନ ବଳାଇବେ। ବିଭିନ୍ନ ସମସ୍ୟା ଭିତର ଦେଇ ଚଳୁଥିବା କାରଣରୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗି ରହିବ। କର୍ମକ୍ଷେତ୍ରରେ କୌଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ଆଜି ଅଫିସରୁ ଫେରିବା ବାଟରେ ଯାନ ବାହାନରେ ତ୍ରୁଟି ହେତୁ ହଇରାଣ ହୋଇପାରନ୍ତି। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ଅଭିଳଷିତ କାର୍ଯ୍ୟ ସମ୍ପାଦନ କରିପାରିବେ। କିନ୍ତୁ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବା କାରଣରୁ ସାମୟିକ ବିଚଳିତ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢାଇବାପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି, ତଥାପି କିଛି କରିପାରିବେ ନାହିଁ।
କନ୍ୟା
ଆର୍ଥିକ ଦିଗରୁ କିଛି ଅସୁବିଧା ହେବନାହିଁ ଅବଶ୍ୟ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇପାରେ। ଅଫିସ୍‌ କାମରେ କୌଣସି ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇ ପାରିବେ। ପାରିବାରିକ କ୍ଷେତ୍ରରୁ, ଆତ୍ମୀୟମାନଙ୍କ ସହୃଦୟତାରୁ, ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ କାର୍ଯ୍ୟରେ ସଫଳତା ମିଳି ପାରିବ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ ବନ୍ଧୁଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହେବାର ସୂଚନା ରହିଛି। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନଙ୍କ ପ୍ରେରଣାରେ ଆନୁଷ୍ଠାନିକ କାମ, ଆଧ୍ୟାମତ୍ିକତା ପରିସରରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ସଫଳତା ମିଳିବ।
ବିଛା
ବିଛା
ପ୍ରତ୍ୟେକ ସମୟରେ ନିଜର ସ୍ଥିତିକୁ ଆଖି ଆଗରେ ରଖି କଥାବାର୍ତ୍ତା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଅତୀତର ଯେଉଁ ଘଟଣା ସକାଶେ ଆଶଙ୍କା କରୁଛନ୍ତି ସେଥିରେ କିଛି ବିଶେଷ ଅସୁବିଧା ହେବ ନାହିଁ। ଆର୍ଥିକ ଅନୁଦାନର ପ୍ରତିଶ୍ରୁତିକୁ ଆଶାକରି ବନ୍ଧୁଙ୍କ ହାତକୁ ଚାହିଁ ବସିବେ। ବ୍ୟବସାୟ, ପରିବହନ, ପ୍ରଶାସନ, ୍ରନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ।
ଧନୁ
ଧନୁ
ସମସ୍ୟା ଆସିଲେ ମଧ୍ୟ ତାହା ବେଶି କ୍ଷଣ ତିଷ୍ଠି ରହିବ ନାହିଁ। କେତେକ ନୂତନ କାମର ଯୋଜନା ଓ ପରିକଳ୍ପନା କରି କାମକୁ ବଢାଇ ନେଇପାରନ୍ତି। ସାହାଯ୍ୟ ସକାଶେ ଅନୁରୋଧ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ମକର
ମକର
ଆଜି କର୍ମକ୍ଷେତ୍ରରେ ଆମତ୍ୀୟମାନଙ୍କ ସୌହାର୍ଦ୍ଦ୍ୟରୁ କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡି ଯାଇପାରେ। ଅଫିସ୍‌ରେ ଟେନସନ୍‌ କିଛି ମାତ୍ରାରେ କମିଯିବ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ଜଣେ ବନ୍ଧୁଙ୍କ କ୍ରୂର ବ୍ୟବହାରକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ମଧୁର ବ୍ୟବହାର ମାଧ୍ୟମରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତର ଦେଇ ରହିବ। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ।
ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ଅବଶ୍ୟ ସମାଧାନ ହେବାରେ କୌଣସି ଅସୁବିଧା ହେବନାହିଁ।
ମୀନମୀନ
କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ଉଚ୍ଚକର୍ତ୍ତୃପକ୍ଷ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ପ୍ରବଳ ଚାପର ସମ୍ମୁଖୀନ ହୋଇପାରନ୍ତି। ଜମିଜମା ବିବାଦର ସମାଧାନ ଆଶା ଉଜ୍ଜ୍ୱଳ ରହିବ। ସାମାଜିକ ସ୍ତରରେ କେତେକାଂଶରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜାନୁଆରି ୮ ତାରିଖ – Daily Horoscope

ମେଷ ଆଜିର ବିରଳଯୋଗ ପ୍ରଭାବରେ ସରକାରୀ ସ୍ତରରେ ସମସ୍ୟା ସମାଧାନ, ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ରବି ଦେଶ ଯାତ୍ରାର ସୁଯୋଗ, ମାଙ୍ଗଳିକ କାମ, ନୂତନ...

ରାଶିଫଳ: ମଙ୍ଗଳବାର, ମେ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ ଦ୍ୱିଜା ବିଚାରବୁଦ୍ଧି ପ୍ରୟୋଗ କରି ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ।...

ରାଶିଫଳ: ରବିବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଶ୍ରବଣା ନକ୍ଷତ୍ରସ୍ଥ ଚନ୍ଦ୍ର ଚତୁର୍ଥ ଭାବକୁ ଅବଲୋକନ କରୁଥିବାରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଶୁକ୍ରଙ୍କ ଏକାଦଶ ସ୍ଥିତିରୁ ଅର୍ଥ ଲାଭ, ଶାରୀରିକ...

ରାଶିଫଳ: ବୁଧବାର, ଜୁନ୍‌ ୯ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ବୃହସ୍ପତିଙ୍କ ଯୋଗୁ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁ ଗହଣରେ ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ। ପାରିବାରିକ...

ରାଶିଫଳ: ବୁଧବାର, ଏପ୍ରିଲ୍‌ ୧୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ଏକଦଶରେ ବୃହସ୍ପତିଙ୍କ ଯୋଗୁ ଧାର୍ମିକ କାର୍ଯ୍ୟାରମ୍ଭ, ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ଚତୁର୍ଥାଧିପ ଚନ୍ଦ୍ର ସପ୍ତମଭାବସ୍ଥ ଯୋଗୁ ପରିଜନଙ୍କ ସହ ଯାତ୍ରା, ବନ୍ଧୁମିଳନ ସଙ୍ଗକୁ ନୂତନ ବସ୍ତ୍ରଭୂଷଣାଦି ପରିଧାନ କରିବେ। ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ...

ରାଶିଫଳ: ମଙ୍ଗଳବାର, ମେ ୦୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସାମାଜିକସ୍ତରରେ କାମ ହାସଲ ସକାଶେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ,...

Advertisement
Archives

Model This Week