Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ମଧ୍ୟ ରହିଛି। କେତୁ କୋଣଭାବ ମଣ୍ଡନ କରିଥିବାରୁ ଭୁଲ୍‍ ନିଷ୍ପତ୍ତି ନେଇପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ସୁସମ୍ପର୍କରେ ବ୍ୟାଘାତ ଘଟିବ।
ବୃଷ
ବୃଷ
ରବିଙ୍କ ଦୃଷ୍ଟି ପ୍ରଭାବଜନିତ ବିଶିଷ୍ଟବ୍ୟକ୍ତିଙ୍କ ପରାମର୍ଶରୁ ପରିବାରକୁ ନିର୍ଦ୍ଦେଶ କରୁଥିବା ଗ୍ରହ ନିଜସ୍ଥାନରୁ ଦୁଃସ୍ଥାନସ୍ଥ ହେତୁ ପାରିବାରିକ ସୌଖ୍ୟ ରହି ନ ପାରେ। ଲୋକ ସମ୍ପର୍କ, ରାଜନୀତି, ଆନୁଷ୍ଠାନିକ ସ୍ଥିତି ସମସ୍ୟାବହୁଳ ରହିବ। ରାଶିରେ ମଙ୍ଗଳ ଯେକୌଣସି ପରିସ୍ଥିତିର ସାମ୍ନା କରି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର କରାଇପାରନ୍ତି।
ମିଥୁନ
ମିଥୁନ
ପୂର୍ବ ସଂକଳ୍ପିତ କାର୍ଯ୍ୟ କରିବାରେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ନେଇ ଉଚ୍ଚବାଚ ଘଟିବାର ସମ୍ୟକ୍‍ ସୂଚନା ମଧ୍ୟ ରହିଛି ା ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତରର ଆଶଙ୍କା ଦେଖାଦେବ। କିନ୍ତୁ ସର୍ବୋପରି ପୁନର୍ବସୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରି ଖୁସି ରହିବେ।
କର୍କଟ
କର୍କଟ
କର୍ମାଧିପଙ୍କ ଲକ୍ଷ୍ମୀଯୋଗ ପ୍ରଭାବରେ ପଦସ୍ଥଙ୍କ ଛତ୍ରଛାୟା ତଳେ ରହି କର୍ମକ୍ଷେତ୍ରରେ ସୁଯୋଗ ଲାଭକରିବେ। ସହକର୍ମୀଙ୍କ ନିକଟରେ ମନକଥା ଲୁଚାଇ ରଖିପାରିବେ ନାହିଁ ା ଦୂରଯାତ୍ରା, ବାଣିଜ୍ୟ, ଆଲୋଚନା, ସଂଗଠନ ଓ ଆନୁଷ୍ଠାନିକ କାମ ସକାଶେ ଦିନଟି ଭଲ । ବନ୍ଧୁମାନଙ୍କ ପରାମର୍ଶରେ ମାଙ୍ଗଳିକ କାମର ଯୋଜନା ପ୍ରସ୍ତୁତ କରିପାରନ୍ତି।
ସି˚ହ
ସି˚ହ
ଶୁକ୍ରଙ୍କ ସୁପ୍ରଭାବରୁ ବନ୍ଧୁଙ୍କ ସହଯୋଗରେ ଅଯାଚିତ ସାହାଯ୍ୟ ପାଇବେ। ଯେକୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ। ଯାତ୍ରା କାଳରେ ସତର୍କ ନ ହେଲେ ବ୍ୟସ୍ତତା ବଢ଼ିବା ସାଙ୍ଗକୁ କୌଣସି ଜିନିଷ ଘରେ ରହିଯାଇପାରେ । ପରିବାରର ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‍ ଦେବାକୁ ପଡ଼ିବ।
କନ୍ୟା
ଭାଗ୍ୟସ୍ଥାନକୁ ଶୁଭଗ୍ରହ ଦେଖୁଥିବାରୁ ଆଜି ଯେଉଁ କାମରେ ହାତ ଦେବେ ସଫଳ ହେବେ। ପରିବାର ସ୍ଥାନରେ ଶନି ଅଶାନ୍ତିର ମାତ୍ରା ବଢ଼ାଇପାରେ। କୋଣଭାବରେ ଶୁକ୍ରଥିବାରୁ ବାକି ରଖିଥିବା ଲୋକଟି ହଠାତ୍‍ ଟଙ୍କା ଦେଇଯିବ। ପ୍ରଶାସନ, ରାଜନୀତି, ଗବେଷଣାରେ ସମସ୍ୟା ସମାଧାନରେ ରାସ୍ତା ବାହାର କରିନେବେ।
ତୁଳା
ତୁଳା
ସପ୍ତମଭାବସ୍ଥ ରବି ଓ ଶନିଙ୍କ ସ୍ଥିତିରୁ ଅସଜଡ଼ା ପରିସ୍ଥିତିକୁ ସଜାଡ଼ି ନେବାରେ ଅସମର୍ଥ ହୋଇପାରନ୍ତି। ଲୋକସମ୍ପର୍କ ଭଲ ରହିଥିବାରୁ ସମ୍ମାନ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ନୂତନ ପଦକ୍ଷେପ ନେବାର ପରିକଳ୍ପନା କରିପାରନ୍ତି। ନିଜ ପରିସରରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ଆନୁଷଙ୍ଗିକ ସହଯୋଗ ମିଳିବ।
ବିଛା
ବିଛା
କେନ୍ଦ୍ରକୋଣସ୍ଥ ପାପଗ୍ରହ ପ୍ରଭାବରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଦୂରେଇ ଯାଇପାରେ। ପରିବାରରେ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜିର କାମ ସାମାନ୍ୟ ବିଳମ୍ବରେ ଶେଷ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟ ସମାଧାନର ଆଶା ରହିଛି।
ଧନୁ
ଧନୁ
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ପଦସ୍ଥବ୍ୟକ୍ତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ନୂତନ ବନ୍ଧୁସମ୍ପର୍କ କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ ସ୍ତରରେ ସହମତିରେ କାମ କଲେ ସଫଳତା ପାଇବେ। ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡିବେ।
ମକର
ମକର
କର୍ମାଧିପଙ୍କ ଶୁଭତ୍ୱ କାରଣରୁ ପ୍ରତିବନ୍ଧକ ଦୂରେଇଯିବ। ପିଲାଙ୍କ ସ୍ବାସ୍ଥ୍ୟ ଏବଂ ଉଚ୍ଚଶିକ୍ଷାରେ ସମସ୍ୟାଜନିତ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ସାଧାରଣ କଥାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ରାଶିରେ ଗ୍ରହମାନଙ୍କ ସୁପ୍ରଭାବରେ ବିବାଦରେ ଜୟଲାଭ ସହ ପ୍ରତ୍ୟେକ କାମରେ ସଫଳତା ହାସଲ କରିପାରିବେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ଥିବାରୁ କାମ ସ୍ଥଗିତ ରହିଯିବ। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବା ଯୋଗୁ ଶାନ୍ତି ପାଇବେ। ପୂର୍ବଶତ୍ରୁତାରୁ ଆତ୍ମୀୟମାନେ ଅପପ୍ରଚାର ଚଳାଇପାରନ୍ତି।
ମୀନମୀନ
ରାଶିସ୍ଥ ପାପଗ୍ରହଙ୍କ କୁପ୍ରଭାବରୁ ବିଶେଷ କାମଟିରେ ଅବହେଳା କରି ଅନୁତାପ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଳାପର ସମୟ କଟିଯିବ । ବନ୍ଧୁଙ୍କ ପରାମର୍ଶରେ ଉଚ୍ଚଶିକ୍ଷା ଲାଗି ବିଦେଶ ଯାତ୍ରା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହଯୋଗ ପାଇବାରେ ସମସ୍ୟା ଦେଖାଦେଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?