Posted inRasifala

ସୋମବାର, ଜାନୁୟାରୀ 23 ତାରିଖ – Daily Horoscope

ମେଷ
କର୍ମସ୍ଥାନରେ ରବି ଓ ଚନ୍ଦ୍ରଙ୍କ ସମାଗମ ଫଳରେ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ନିଶ୍ଚିତ ସଫଳତା ପାଇବେ। ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବାଣିଜ୍ୟ, ପରିବହନ, ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରୁ ସୁଫଳ ମିଳିବ।
ବୃଷ
ବୃଷ
କାର୍ଯ୍ୟଭାର ବୃଦ୍ଧି ହେତୁ ଚାପଗ୍ରସ୍ତ ହୋଇପାରନ୍ତି। ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ ଓ ଝଗଡ଼ାର ସମ୍ଭାବନା ରହିଛି। ବୁଧଙ୍କ ସ୍ଥିତିଜନିତ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ପରାମର୍ଶରେ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ବ୍ୟବସାୟ, ଶିଳ୍ପ ଓ ପରିବହନରେ ଆଶାନୁରୂପକ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ମଧ୍ୟ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ଆର୍ଥିକ ଅନଟନ ମଧ୍ୟ କାମକୁ ଅବରୁଦ୍ଧ କରିପାରେ।
କର୍କଟ
କର୍କଟ
ଶନିଙ୍କ ଦୃଷ୍ଟି ପ୍ରଭାବରେ ବିଫଳତାର ନୈରାଶ୍ୟରେ ଭାଗ୍ୟ ଓ ଭଗବାନଙ୍କ ନିକଟରୁ ବିଶ୍ୱାସ ହରାଇଲା ଭଳି ଅନୁଭବ କରିବେ। ଅନ୍ୟ ପାଇଁ ଯାହା ସହଜଲଭ୍ୟ ଆପଣଙ୍କ ପାଇଁ ତାହା ଦୁରୂହ ହୋଇ ପଡ଼ିବ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ଉପୁଜିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଅନ୍ୟଥା ସମସ୍ୟା ବଢ଼ି ବଢ଼ି ଯିବାର ସୂଚନା ରହିଛି।
ସି˚ହ
ସି˚ହ
ଶନି ଓ ଶୁକ୍ରଙ୍କ ଦୃଷ୍ଟିରୁ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ବନ୍ଧୁମାନଙ୍କ ଅସହଯୋଗରେ କେତେକ ବ୍ୟତିକ୍ରମ ଦେଖିପାରିବେ। ଆଜିର ଯିବା ବାଟରେ କୈାଣସି ବନ୍ଧୁଙ୍କ ସହ ବନ୍ଧୁତ୍ୱ ସୃଷ୍ଟି କରିପାରନ୍ତି। ବ୍ୟବସାୟିକ, ଆର୍ଥିକ, ସାମାଜିକ ପ୍ରତିଷ୍ଠା ହାସଲ ପାଇଁ ଚେଷ୍ଟିତ ହେବେ।
କନ୍ୟା
କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ବନ୍ଧୁଙ୍କ କାର୍ଯ୍ୟାବଳୀର ସମୀକ୍ଷା କରି ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରିବେ। ଧନସ୍ଥ କେତୁ ହେତୁ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବ, କିନ୍ତୁ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ।
ତୁଳା
ତୁଳା
ପ୍ରତ୍ୟେକ କଥାକୁ ଗର୍ଭସ୍ଥ କରି ଚଳିପାରିଲେ ପାରିବାରିକ ସ୍ଥିତି ସାବଲୀଳ ରହିବ। ସମସ୍ୟା ମଧ୍ୟରେ ଗତି କରି ମଧ୍ୟ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଶୁକ୍ର ଓ ଚନ୍ଦ୍ରଙ୍କ ସୁପ୍ରଭାବରୁ କ୍ରୀଡ଼ା, କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ହାସଲ କରି ପାରନ୍ତି। ସଭାସମିତିରେ ବୁଦ୍ଧିଜୀବୀଙ୍କ ପାଇଁ ଦିନଟି ଭଲରେ କଟିବ।
ବିଛା
ବିଛା
କର୍ମକ୍ଷେତ୍ରରେ କୌଣସି ଯୁବ ବ୍ୟକ୍ତିଠାରୁ ଅଯାଚିତ ଭାବରେ ଯଥେଷ୍ଟ ସହାୟତା ପାଇବେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭଉଣୀଙ୍କ ତରଫରୁ ସମସ୍ୟା ଆସିପାରେ। ଅନୁରାଧା ନକ୍ଷତ୍ର ନୂତନ ଯୋଜନା ପାଇଁ କର୍ମତପତ୍ର ହୋଇ ଉଠିବେ। କୈାଣସି ବ୍ୟକ୍ତି ବିଶେଷଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟହାନିର କାରଣ ସାଜିପାରେ।
ଧନୁ
ଧନୁ
ଆଜି ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିକ ହସର ଝଲକ ସୃଷ୍ଟି ହେବ। କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ଦୀର୍ଘଦିନରୁ ଅଟକି ରହିଯାଇଥିବା କାମକୁ ସମ୍ପନ୍ନ କରିବାକୁ ମନ ବଳାଇ ପାରନ୍ତି। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ।
ମକର
ମକର
କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଅଥର୍ର୍ ସଂଗ୍ରହ ପ୍ରଚେଷ୍ଟା ଜାରି ରଖନ୍ତୁ ଅବଶ୍ୟ ଉପକୃତ ହେବେ। ନିଜ ପରିସରର ବ୍ୟକ୍ତିବିଶେଷଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସନ୍ତାନ ହେତୁକ ପୀଡ଼ା କିମ୍ବା ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଶିକ୍ଷା, ପରୀକ୍ଷା, ସାକ୍ଷାତ୍‌କାର ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲନ୍ତୁ, ସଫଳତା ପାଇବେ। ପାରିବାରିକ କ୍ଷେତ୍ର ପୂର୍ବପରି ରହିବ, କିନ୍ତୁ ଅତୀତ ଘଟଣାକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।
ମୀନମୀନ
ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ି ହେବ ନାହିଁ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆଜି ହଠାତ୍‌ କୌଣସି ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ସହ ବାଦାନୁବାଦ ହୋଇପାରେ। ବ୍ୟୟ ଭାର କମିକମି ଆସିବ, କିନ୍ତୁ ଭାବିଚିନ୍ତି ଆଗକୁ ପାଦ ବଢ଼ାଇବା ଠିକ୍‌ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?