ଦୈନିକ ମୃତ୍ୟୁ ସଂଖ୍ୟା ୧୪…

ନୂଆଦିଲ୍ଲୀ, ୨୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୨ ହଜାର ୮୨୮ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା କମି ୧୪ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୧୭ ହଜାର ଟପିଛି। ଏହା ୧୭ ହଜାର ୮୭ ରହିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୩୫ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୫୮୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୫୩ ହଜାର ୪୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୧୧ ହଜାର ୩୭୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ କେରଳରେ ୮୭୯ ଜଣ, ମହାରାଷ୍ଟ୍ରରେ ୫୨୯ ଜଣ, ଦିଲ୍ଲୀରେ ୪୪୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୨୨୭ ଜଣ, କର୍ନାଟକରେ ୧୯୬ ଜଣ, ଉତ୍ତରପ୍ରଦେଶରେ ୧୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୩ କୋଟି ୩୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୭୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ପୁଣି ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ମୁଖିଆ

ବାଙ୍ଗାଲୁରୁ,୨୭।୭: ମଙ୍ଗଳବାର କର୍ନାଟକକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ଭାଜପା ବିଧାୟକଙ୍କ ବୈଠକରେ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି। ସୋମବାର ଇସ୍ତଫା ଦେଇଥିବା ବି...

ଅହମ୍ମଦାବାଦରେ ରଥଯାତ୍ରା ଆରମ୍ଭ: ମୁଖ୍ୟମନ୍ତ୍ରୀ କଲେ ଛେରାପହଁରା

ଅହମ୍ମଦାବାଦ,୧।୭: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାଆଡମ୍ବରରେ ପାଳନ କରାଯାଏ। କେବଳ ପୁରୀ ନୁହେଁ, ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ...

ମୋଦିଙ୍କ ଗୁଣଗାନ କରୁଛନ୍ତି କଂଗ୍ରେସ ନେତା: ସୋନିଆ ନୀରବଦ୍ରଷ୍ଟା

ନୂଆଦିଲ୍ଲୀ,୨୩।୧୦: କଂଗ୍ରେସର ଆଗ ଧାଡ଼ିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ମାତ୍ର କଂଗ୍ରେସ ଅଧ୍ୟକ୍ଷା ସବୁଦେଖି ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି।...

୪ ଜଣଙ୍କୁ ଦଳିଦେଲା ହାତୀ

ରାଞ୍ଚି,୨୦।୨: ଗୋଠରୁ ଅଲଗା ହୋଇଯାଇଥିବା ଏକ ବଣୁଆ ହାତୀ ଝାଡ଼ଖଣ୍ଡର ଲୋହାରଡାଗା ଜିଲାରେ ୧୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ଦଳି ମାରିଦେଇଛି। ମୃତକମାନେ ହେଲେ ଝାଲୋ ଓରାଂ(୨୮),...

ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ କ୍ୟାନସରରେ ପୀଡିତ, ଟୁଇଟ୍‌ କରି ହେଲେ ଭାବବିହ୍ବଳ

ନୂଆଦିଲ୍ଲୀ,୨୩।୩: ରାଜନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର କ୍ୟାନସର ରୋଗରେ ପୀଡିତ ଅଛନ୍ତି। ଏନେଇ ନିଜେ ସିଦ୍ଧୁଙ୍କ ସ୍ତ୍ରୀ ଟୁଇଟ୍‌ କରି ସୂଚନା...

ପୃ୍‌ଥିବୀର ୫୦ ପ୍ରତିଶତ ଆକ୍ରାନ୍ତ ପ୍ରତିଦିନ ଭାରତରେ ହେଉଛନ୍ତି ଚିହ୍ନଟ: ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

୪ ରାଜ୍ୟ ହାଇକୋର୍ଟରେ ନୁଆ ମୁଖ୍ୟ ବିଚାରପତି ନିଯୁକ୍ତି…

ନୂଆଦିଲ୍ଲୀ,୧୨।୨ : ଚାରିଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରବିବାର ଟୁଇଟ କରି ଏହି...

କିଏ ସେହି ଡାନିସ୍‌ ଅନ୍‌ସାରୀ? ଏକମାତ୍ର ମୁସଲମାନ୍‌ ଯାହାକୁ ମିଳିଲା ମନ୍ତ୍ରୀପଦ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଯୋଗୀଙ୍କ ୨.୦ ସରକାରରେ ପୂର୍ବଭଳି ୨...

Advertisement
Archives

Model This Week