ଦୈନିକ ମୃତ୍ୟୁ ସଂଖ୍ୟା ୧୧…

ନୂଆଦିଲ୍ଲୀ, ୧୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ତଳେ ରହିଛି। ଏହା ୨ ହଜାର ୮୫୮ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ତଳେ ରହିଛି। ଏହା ୧୧ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ୨୦ ହଜାର ତଳେ ରହିଛି। ଏହା ୧୮ ହଜାର ୯୬ ରହିଛି। ସେହିପରି ୨୪ ଘଣ୍ଟାରେ ୩ ହଜାର ୩୫୫ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୧୯ ହଜାର ୧୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୭୬ ହଜାର ୮୧୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୧ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୧ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୮୯୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୪୧୯ ଜଣ, ହରିୟାଣାରେ ୪୩୯ ଜଣ, ମହାରାଷ୍ଟ୍ରରେ ୨୬୩ ଜଣ, ଉତ୍ତରପ୍ରଦେଶରେ ୧୭୫ ଜଣ, କର୍ନାଟକରେ ୧୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢ଼େଇ: ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର; ବଢୁଥିବା ତାପମାତ୍ରା ବି ସୁହାଇବ

ନୂଆଦିଲ୍ଲୀ,୧।୪: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ଭାରତରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ସରକାର ୨୧ ଦିନିଆ ଲକ୍‌ ଡାଉନ୍‌...

ଇଭିଏମ୍‌ରେ ମମତାଙ୍କ ଭାଗ୍ୟ ସିଲ୍‌

କୋଲକାତା,୩୦।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୩୨% ମତଦାନ ହୋଇଥିବା...

ନିର୍ବାଚନ ପୂର୍ବରୁ ନିଜ କର୍ମୀଙ୍କୁ ଚେତାବନୀ ଦେଲେ କମଲନାଥ

ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା...

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ...

ଜଣେ ବ୍ୟକ୍ତି ନେଇପାରିବେ ଦୁଇ ଟିକାର ଭିନ୍ନ ଡୋଜ୍‌: ପରୀକ୍ଷଣ ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ,୩୦।୭: କରୋନା ଟିକାକରଣରେ ମିଶ୍ରିତ ମାତ୍ରାର ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି। ଏହା ସହିତ, ଖୁବଶୀଘ୍ର ଜଣେ ବ୍ୟକ୍ତି ଦୁଇଟି ଭିନ୍ନ ଟିକା...

ସାମ୍ବିଧାନିକ ବୈଧତା ନେଇ ପ୍ରଶ୍ନ ଉଠିଲା

ନୂଆଦିଲ୍ଲୀ, ୨୫ା୩ (କୁଲ୍‌ଦୀପ ସିଂ): ଭୋଟର ପରିଚୟପତ୍ର (ଭୋଟର କାର୍ଡ)କୁ ଆଧାର ସହ ସ୍ବେଚ୍ଛାକୃତ ଭାବେ ସଂଯୋଗ କରିବାର ସମୟସୀମାକୁ କେନ୍ଦ୍ର ସରକାର ୨୦୨୪ ମାର୍ଚ୍ଚ...

ଭାରତରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ, ୧୦।୮: ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଅନାବୃଷ୍ଟି, ଅତିବୃଷ୍ଟି ଦେଖାଦେବ। ଏଥିସହିତ ଦେଶ ଅଧିକ ବାତ୍ୟାର ସମ୍ମୁଖୀନ ହେବ ବୋଲି...

ବୋହୂଙ୍କୁ ଶାଶୁ କହିଲେ ମାସକୁ ୧୦ ହଜାର ଟଙ୍କା ନ ଦେଲେ ଘରେ ରଖିବିନି

ଭୋପାଳ,୧୫।୩: ଗ୍ବାଲିଅର ହଜାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କର୍ମଜୀବୀ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ...

Advertisement
Archives

Model This Week