ଖଟିବାକୁ ଯାଇଥିଲେ ଦାଦନ, ଫେରିଲା ମୃତଦେହ

କୋକସରା୨୮।୭(ଡି.ଏନ୍‌.ଏ): କାମ ଧନ୍ଧା ନ ପାଇ କର୍ନାଟକକୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବରାଡଙ୍ଗା ଗାଁର ଗୋବିନ୍ଦ ଚଲାନଙ୍କ ସାନପୁଅ ନିଧି ଚାଲାନ(୨୦)। କର୍ନାଟକ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇଛି। ବୁଧବାର ରାତିରେ ନିଧିଙ୍କ ମୃତଦେହ ଗାଁ ପହଞ୍ଚିଛି। ରୋଜଗାର କ୍ଷମ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ତେବେ ଆମ୍ବୁଲାନ୍ସକୁ ଅଟକ ରଖି ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି। ଖବର ପାଇ ଆମପାଣି ଥାନା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଜିଦ୍‌ ଧରି ବସିଛନ୍ତି।

ସୂଚନା ଯୋଗ୍ୟ, ନିଧି ଗତ ୩ ମାସ ତଳେ ସ୍ତ୍ରୀ ହୀରା ଚଲାନ ଓ ୩ ବର୍ଷର ପୁଅକୁ ଛାଡି ଦାଦନ ଖଟିବାକୁ କାର୍ନାଟକ ଯାଇଥିଲେ। ସୋମବାର ନିଧିଙ୍କ ମୃତଦେହ କାମ କରୁଥିବା କମ୍ପାନୀ ପରିସରର ଏକ ନିମ୍ବ ଗଛରେ ଝୁଲୁଥିବା ଦେଖବାକୁ ମିଳିଥିଲା। ଏନେଇ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ...

‘ଧରିତ୍ରୀ’ରେ ଖବର ପ୍ରସାରିତ ପରେ ଗାଁରେ ପହଞ୍ଚିଲେ ବିଧାୟିକା

ହେମଗିରି,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ରୋହିଣୀ ଗ୍ରାମର ‘ବର୍ଷାରେ ଭାଙ୍ଗିଲା ଘର, ତିନି ଝିଅ ସହ ମା ବେସାହାରା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ...

ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର

ଧର୍ମଶାଳା,୧୯।୩(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଜାରକା ଜଳ ସମ୍ପଦ ବିଭାଗ ଅଧୀନ ଉତ୍ତରପ୍ରତାପ ପଞ୍ଚାୟତର କେଲୁଅ ନଦୀବନ୍ଧ ବାମପାର୍ଶ୍ୱରେ ଚାନ୍ଦମୋହିନୀଠାରୁ ନାଳକୂଳ ପର୍ଯ୍ୟନ୍ତ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ...

ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ...

ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ

ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ...

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

ମନମୁଣ୍ଡାରେ ଟ୍ରାଫିକ ସମସ୍ୟା ଉତ୍କଟ, ବାଇପାସ୍‌ ରାସ୍ତା ଅଧାପନ୍ତରିଆ

ମନମୁଣ୍ଡା, ୧୪।୭ (ଡି.ଏନ.ଏ)- ମନମୁଣ୍ଡା ସହର ଦେଇ ଯାଇଥିବା ଏନଏଚ ୫୭ ଅଣ ଓସାରିଆ ହେତୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି...

ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ

ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ...

Advertisement
Archives

Model This Week