Posted inଖେଳ

ବରାବର ସ୍ଥିତିରେ ଟି୨୦ ସିରିଜ୍‌

କଲମ୍ବୋ ,୨୮।୭: ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୪ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ମ୍ୟାଚ୍‌ର ଏଭଳି ଫଳାଫଳ ଯୋଗୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର ସ୍ଥିତିକୁ ଆସିଛି। ଟର୍ନିଂ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ଶ୍ରୀଲଙ୍କା ଆଗରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିଲା। ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ଶେଷରେ ୧୯.୪ ଓଭରରେ ୬ ଉଇକେଟ କ୍ଷତିରେ ୧୩୩ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ଶ୍ରୀଲଙ୍କା। ଏହି ମ୍ୟାଚ୍‌ ଜରିଆରେ ରୁତୁରାଜ ଗାଏକ୍ୱାଡ, ଦେବଦତ୍ତ ପାଡକଲ, ନୀତିଶ ରାଣା ଓ ଚେତନ ସାକରିୟା ଟି୨୦ କ୍ୟାରିୟର ଆରମ୍ଭ କରିଛନ୍ତି। ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଗୁରୁବାର ଖେଳାଯିବ।

ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ୍‌ ଘରୋଇ ସ୍ପିନରଙ୍କ ଆଗରେ ଫେଲ ମାରିଥିଲା। ଅଧିନାୟକ ଶିଖର ଧାଓ୍ବନ (୪୦), ପାଡିକଲ (୨୯) ଓ ଗାଏକ୍ୱାଡ (୨୧)ଙ୍କୁ ଛାଡ଼ି ଦେଲେ କେହି ଆଖି ଦୃଶିଆ ସ୍କୋର କରିପାରି ନ ଥିଲେ। ଫଳରେ ଭାରତ ୨୦ ଓଭରରେ ୫ ଉିକେଟ ହରାଇ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଭାରତୀୟ ବୋଲରମାନେ ମଧ୍ୟ ଶ୍ରୀଲଙ୍କାକୁ ବାରମ୍ବାର ଝଟ୍‌କା ଦେଇଥିଲେ। କିନ୍ତୁ ଛୋଟିଆ ଟାର୍ଗେଟ ତା’ ସାଙ୍ଗକୁ ଠିକଣା ସମୟରେ କ୍ୟାଚ୍‌ ଛାଡ଼ିବା ଭାରତୀୟ ଦଳକୁ ମହଙ୍ଗା ପଡ଼ିଥିଲା। ନହେଲେ ଯୁବ ବୋଲରମାନେ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ଜିତିବା ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ଓ୍ବେଷ୍ଟଇଣ୍ଡିଜ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ...

ରୋମାଞ୍ଚକ ସ୍ଥିତିରେ ଲଡର୍‌ସ ଟେଷ୍ଟ

ଲଣ୍ଡନ, ୨୫ା୭ (ଏଏଫ୍‌ପି)-ଲଡର୍‌ସଠାରେ ଚାଲିଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚରେ ଜ୍ୟାକ୍‌ ଲିଚ୍‌ ଏବଂ ଜାସନ ରୟ ସେମାନଙ୍କର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ...

କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍‌ଙ୍କ ମୃତ୍ୟୁ

ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍‌ ଏହି ଭାଇରସ୍‌ ଦ୍ୱାରା...

ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି

ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର...

ମହିଳା କ୍ରିକେଟ୍‌: ଭାରତର ସିରିଜ ସୁଇପ୍‌

ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଭାରତ ୬...

ବାବର ହେବେ ‘ନମ୍ବର-୧’

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଟିମ୍‌ର ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମଙ୍କୁ ନେଇ ଦେଇଛନ୍ତି ବଡ଼ ବୟାନ। ସେ...

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି...

ଅନ୍ତିମ ଦୁଇ ଟେଷ୍ଟ ଲାଗି ଭାରତୀୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ, ୧୭।୨ : ଚଳିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇ...

Advertisement
Archives

Model This Week