Posted inଫୁରସତ

ବାପା ଅଟୋ ଚାଳକ, ମା’ ଟେଲର

ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମାନ୍ୟା ସିଂ ରନର ଅପ୍‌ ଓ ହରିୟାଣାର ମନିକା ଶେୟୋକନ୍ଦ ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ହୋଇଛନ୍ତି। ମନିକା କେମିକାଲ ଇଞ୍ଜିନିୟରିଂ ଚାକିରି ଛାଡ଼ି ମଡେଲିଂ କରୁଥିବାବେଳେ ଏହି ସଫଳତା ହାସଲ କରିବାରେ ସବୁଠୁ ସଂଘର୍ଷପୂର୍ଣ୍ଣ ଥିଲା ମାନ୍ୟା ସିଂଙ୍କ ଯାତ୍ରା। ଉତ୍ତର ପ୍ରଦେଶର ଦେଓରିୟା ଜିଲା ନିବାସୀ ମାନ୍ୟାଙ୍କୁ କାଲି ଯାଏ କେହି ଜାଣି ନ ଥିଲେ। କିନ୍ତୁ ଆଜି ତାଙ୍କ ବିଷୟରେ ସମସ୍ତେ ଜାଣିବାକୁ ଆଗ୍ରହୀ। ମାନ୍ୟାଙ୍କ ବାପା ଓମ୍‌ପ୍ରକାଶ ସିଂ ମୁମ୍ବାଇରେ ଅଟୋ ରିକ୍ସା ଚଳାନ୍ତିି। ମା’ ମନୋରମା ଦେବୀଙ୍କ ଏକ ଟେଲର ଦୋକାନ ଅଛି। ନିଜ ସଂଘର୍ଷର କାହାଣୀ ବୟାନ କରିବାକୁ ଯାଇ ମାନ୍ୟା କହନ୍ତି, ଅତୀତରେ ସେ ଅନେକ ରାତି ନ ଖାଇ ନ ଶୋଇ ବିତାଇଛନ୍ତି। ପିଲାବେଳୁ କାମ କରିବାକୁ ପଡ଼ିଥିବାରୁ ସେ ସ୍କୁଲ ମାଡ଼ିପାରି ନ ଥିଲେ। ପରେ ତାଙ୍କ ପାଠପଢ଼ା ପାଇଁ ମା’ ନିଜ ଗହଣା ବନ୍ଧକ ପକାଇଥିଲେ। ଜଣେ ନିଜ ପାଇଁ ଓ ନିଜର ସ୍ବପ୍ନ ପ୍ରତି ପ୍ରତିଶ୍ରୁତିବଦ୍ଧ ହେଲେ ସବୁକିଛି ସମ୍ଭବ। ଦୁନିଆକୁ ଏହାର ପ୍ରମାଣ ଦେବା ପାଇଁ ସେ ମିସ୍‌ ଇଣ୍ଡିଆ ପିଜେଣ୍ଟରେ ଭାଗନେବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri